।। ଉତ୍ତର ଓଡ଼ିଶାର ସର୍ବବୃହତ ଦୁର୍ଗାପୂଜା ମଣ୍ଡପ ତୁଳସୀ ଚଉରା,ବାରିପଦା ।।

Oct 11, 2024 - 11:56
 0  18
।। ଉତ୍ତର ଓଡ଼ିଶାର ସର୍ବବୃହତ ଦୁର୍ଗାପୂଜା ମଣ୍ଡପ ତୁଳସୀ ଚଉରା,ବାରିପଦା ।।

ବାରିପଦା ତୁଳସୀ ଚଉରା ସର୍ବଜନୀନ ଦୁର୍ଗାପୂଜା ଉତ୍ତର ଓଡ଼ିଶାର ବିଖ୍ୟାତ ତଥା ୧ମସ୍ଥାନ ବଜାଇ ରଖୁଥିବା ତଥା ଓଡ଼ିଶାର ଅନ୍ୟତମ ବୃହତ ପୂଜା ମଣ୍ଡପ, ଏବର୍ଷ ଏହା ୪୦ ବର୍ଷର ପଦାର୍ପଣ କରିଛି। ଏହି ପୂଜା କମିଟିର ସଭାପତି ମାନ୍ୟବର ଶ୍ରୀଯୁକ୍ ଗିରିଶ ଚନ୍ଦ୍ର ଦାସ,ଙ୍କ ବହୁ ଦିନର ଇଚ୍ଛାଥିଲା ଏହି ମଣ୍ଡପରେ ପୁରୀ ଶ୍ରୀମନ୍ଦିର ତୋରଣ ନିର୍ମାଣ, ମାତ୍ର ଚଳିତବର୍ଷ ଏହା ସଫଳ ହୋଇଛି ଏବଂ ହଜାର ହଜାର ଭକ୍ତଙ୍କ ମନକୁ ମୁଗ୍ଧ ଓ ଆକୃଷ୍ଟ କରୁଛି। ମା ଦଶଭୁଜା ଦୁର୍ଗ ନାଶିନୀ ଏହି ମଣ୍ଡପରେ ପୂଜା ପାଉଛନ୍ତି । ୧୯୮୫ ମସିହାରୁ ଏଠାକାର ଜନସାଧାରଣ ତଥା ୰ ପ୍ରଭାସ ଚନ୍ଦ୍ରଗିରି, ଶାନ୍ତନୁକର,ଅରୁଣସାହାଣୀ, ସୁରେଶ ନାଏକ,ଗିରିଶ ଚନ୍ଦ୍ର ଦାସ, ଅରୁଣ ଘୋଷ, ସତ୍ୟନାରାୟଣ ବାରିକ, ବାସୁ ଦେବ ପ୍ରଧାନଙ୍କ ପ୍ରଚେଷ୍ଟାରେ ଏହି ତୁଳସୀ ଚଉରା ର ପବିତ୍ର ମାଟିରେ ମା ଦଶଭୁଜା ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇଥିଲା ପୂର୍ବରୁ ଧଳା ରଙ୍ଗରେ ମାଆଙ୍କ ମୂର୍ତ୍ତି ନିର୍ମାଣହେଇଥାଏ । କାରିଗର ସମ୍ପଦବାକୁଙ୍କ ଦ୍ଵାରା ଏବଂ ସହରର୧ମସ୍ଥାନ ପାଇ ପୁରସ୍କୃତ ହେଉଥିଲେ। ମାଆଙ୍କ ଆର୍ଶି ର୍ବାଦରେ ୧୫୦୦ ଜଣ 6ମମ୍ବର ଓ ବର୍ତ୍ତମାନର ଉଦ୍ୟକ୍ତ ଯୁବ ପିଡ଼ି ବିବେକାନନ୍ଦ ନାଏକ, ବରୁଣ ପୋଷ, ଲକ୍ଷ୍ମୀନାରାୟଣ ଦାସ, ରଜତ ଶତପଥୀ, ସମ୍ୟରଞ୍ଜନ ମିଶ୍ର, ମାନସ ଖିଲାର,ତାପସ ଥିଲା ର, ପ୍ରଦୀପ ଖିଲାର, ଗୌର ଦାସଗିରି, ବିଶ୍ଵରଞ୍ଜନ ଗିରି, ପ୍ରହ୍ଲାଦ ବେହେରା, ଅନନ୍ତ ଦାସ,ସତ୍ୟଜିତ ଥାଟେଇ,ସୌରଭ ବେହେରା ।ଙ୍କ ସହଯୋଗ ନିଷ୍ଠା ଏକାଗ୍ରତା ଏହି ମାଆ ଙ୍କପୂଜାକୁ ଆଗକୁ ଆଗେଇ ନେଇଛି ଓ ଆଗାମି ଦିନରେ ଆଗେଇ ଚାଲିବ। କଟକର କାରୀଗରଙ୍କ ଦ୍ଵାରା ମୂର୍ତ୍ତୀ ନିର୍ମାଣ କରିଥିବାବେଳେ, ଭୁବନେଶ୍ଵରର ଟେଣ୍ଟ ଠିକାଦାର ୭୦ ଜଣ କର୍ମଚାରିକୁ ନେଇଏହି ପୁରୀ ଶ୍ରୀମନ୍ଦିର ତରଣ ନିର୍ମାଣ କରିଛନ୍ତି। ଏହାକୁ ଦେଖିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଜମୁଛି,ପଡ଼ିଶା ରାଜ୍ୟ ପଶ୍ଚିମବଙ୍ଗ ଓ ଌଡ଼ଖଣ୍ଡ ତଥା ଆଖପାଖ ଅଞ୍ଚଳର ଲୋକଙ୍କ ଶୁଅଛୁଟୁଛି .ଏହି ମେଳା ଅକ୍ଟ ବର୧୭ ଯାଏ ଚାଲିବ, ଏହା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଦିନ ସଂଧ।ରେ, ଆକ୍ଟ ବର୧୮ରେ ମାଆଙ୍କ ଭସାଣି ଅନୁଷ୍ଠିତ ହେବ ।

ବାରିପଦାରୁ -ଗୌର ଦାସଗିରି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ