ଇନ୍ଦୋ ପର୍ବ ପାଇଁ ଜଙ୍ଗଲରୁ ଆସିଲା କାଠ ଦେବୋତ୍ତର ବିଭାଗ ପକ୍ଷରୁ ଆରମ୍ଭ ହେଲା ପ୍ରସ୍ତୁତି

Sep 20, 2026 - 19:36
 0  20
ଇନ୍ଦୋ ପର୍ବ ପାଇଁ ଜଙ୍ଗଲରୁ ଆସିଲା କାଠ ଦେବୋତ୍ତର ବିଭାଗ ପକ୍ଷରୁ ଆରମ୍ଭ ହେଲା ପ୍ରସ୍ତୁତି

ଆଗାମୀ ଇନ୍ଦୋ ପର୍ବକୁ ନେଇ ବାରିପଦାର ଦ୍ୱିତୀୟ ଶ୍ରୀକ୍ଷେତ୍ର ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ମନ୍ଦିର ପରିସରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ମୟୂରଭଞ୍ଜ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଦେବୋତ୍ତର ବିଭାଗ ପକ୍ଷରୁ ଆଜି ଇନ୍ଦୋ ପର୍ବର ଆବଶ୍ୟକତା ପାଇଁ ଜଙ୍ଗଲରୁ କାଠ ଅଣାଯାଇ ମନ୍ଦିର ନିକଟରେ ପହଞ୍ଚାଯାଇଛି। ଦେବୋତ୍ତର ବିଭାଗର ଛାଟିଆ ଶ୍ରୀ ମୁଚିରାମଙ୍କ ନେତୃତ୍ୱରେ ଜଙ୍ଗଲରୁ କାଠ ଅଣାଯାଇଥିଲା। ଏହି କାର୍ଯ୍ୟ ସମୟରେ ବନ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ। କାଠ ଅଣାଯିବା ଓ ଆବଶ୍ୟକ କାର୍ଯ୍ୟ ସମ୍ପାଦନରେ ରଥ ମହାରଣା ଆଲୋକନାଥ ମହାରଣା, କ୍ଷିତିଶ ମହାରଣା, ରବୀନ୍ଦ୍ର ମହାରଣା, ହରିଶ ମହାରଣା, ହରିମୋହନ ମହାରଣା ଓ ଶମ୍ଭୁନାଥ ରଣାଙ୍କ ସମେତ ସ୍ଥାନୀୟ ବାସିନ୍ଦାମାନେ ସହଯୋଗ କରିଥିଲେ। ଇନ୍ଦୋ ପର୍ବର ପାରମ୍ପରିକ ରୀତିନୀତି ଓ ଆବଶ୍ୟକ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି କାଠ ପହଞ୍ଚିବା ପରେ ମନ୍ଦିର ପକ୍ଷରୁ ପରବର୍ତ୍ତୀ ପ୍ରସ୍ତୁତି ଆରମ୍ଭ ହେବ। ପର୍ବକୁ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ଦେବୋତ୍ତର ବିଭାଗ, ବନ ବିଭାଗ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସମନ୍ୱୟ ରହିଥିବା ଦେଖିବାକୁ ମିଳିଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ