।। ଆମ ଗାଁ ତେନ୍ତୁଳିପଡା କୁ ପକ୍କା ରାସ୍ତା ପାଇଁ ସାତ ଶପନ ।।

ଆଙ୍କର..ନାହିଁ ନ ଥିବା ରାସ୍ତା କୁ ନିର୍ଭର କରି ଚାଲିଛନ୍ତି ଗାଁ ଲୋକେ l ବର୍ଷା ସମୟରେ ପଥ ଚାରିମାନେ ଯାତାୟାତ କରିବା ଭାରି କଷ୍ଟ ହେଉ ଥିବା ବେଳେ ରାସ୍ତା ଖାଲ ଢିପ, ଅବଡା ଖବଡା, ବର୍ଷା ପାଣି ଜମା ହୋଇ ରହିଥିବା ଯୋଗୁ ମଟର ସାଇକେଲ ଚାଳକ ମାନେ ଯିବା ପାଇଁ କଷ୍ଟ ଦାୟକ l ଏହାକୁ ନେଇ ଭି. କେ. ପାଣ୍ଡିଆନ ଙ୍କୁ ଅଭିଯୋଗ କରିଥିଲେ ଏବଂ ଅଭିଯୋଗ ପରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଅନୁଯାଇ ରାସ୍ତା ଅନୁମୋଦନ ହୋଇ ଥିଲା l ଏହାକୁ ଜିଲ୍ଲା ର କିଛି ସରକାରୀ ଯନ୍ତ୍ରୀ ତଦନ୍ତ କରି ଯାଇ ଥିବା ବେଳେ ପୁଣି ଖାରଜ ହୋଇଛି ବୋଲି ସରକାରୀ ଯନ୍ତ୍ରୀ କହିଲେ ବୋଲି ଗ୍ରାମ ବାସି ପ୍ରକାଶ କରିଥିଲେ l ଆମେ କହୁନୁ ଆଜ୍ଞା ଏହା ହେଉଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବନ ପାହାଡ଼ ଘେରା ଆଦିବାସୀ ଅଦ୍ୟୁଷିତ ବିରିକୋଟ ପଞ୍ଚାୟତ ର ତେନ୍ତୁଳି ପଡା ଗ୍ରାମର ଲୋକେ ମୌଳିକ ସୁଭିଧାରୁ ବଞ୍ଚିତ l ଥୁଆମୂଳ ରାମପୁର ଠାରୁ ମହୁଲ ପାଟଣା ମୁଖ୍ୟ ରାସ୍ତା ରୁ ପ୍ରାୟ 3କିଲୋମିଟର ହେବ l ରାସ୍ତା ବଡ଼ଛତ୍ରଙ୍ଗ ଠାରୁ ଭାୟା ତେନ୍ତୁଳି ପଡା କୁ ଦେଇ ତାସିଗୁଡା ମୁଖ୍ୟ ରାସ୍ତା ରେ ସଂଯୋଗ କରିବା ପାଇଁ ଅଭିଯୋଗ lଏହାକୁ ନେଇ ପୂର୍ବତନ ସରପଞ୍ଚ ନାବି ଦତ୍ୟ ମାଝୀ କଣ କହୁଛନ୍ତି ଶୁଣିବା l ଶୁଣିଲେ ତ ବାରମ୍ବାର ପ୍ରଶାସନ କୁ ଜଣାଇଲେ ବି କିଛି ସୁଫଳ ମିଳୁନି କାହିଁକି? ଖବର ଆମର ସମାଧାନ ଆପଣଙ୍କ ର l ସ୍ଥାନୀୟ ସରପଞ୍ଚ ଜୟନ୍ତୀ ମାଝୀ କଣ କହୁଛି ଶୁଣନ୍ତୁ l ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ର ବ୍ୟବସ୍ଥା କେମିତି ରହିଥିବ ଦର୍ଶକ ବନ୍ଧୁ ନିଜେ ଜାଣୁଥିବେ ଏହାକୁ ନ କହିବା ଭଲ lଏହି ଗାଁ କୁ କେବେ କରିବେ ରାସ୍ତା ସାଧାରଣ ରେ ଦାବି ହେଉଛି l ଆଶା ଦିଦି କଣ ପ୍ରତିକ୍ରିୟା ଦେଇଛନ୍ତି ଶୁଣନ୍ତୁ ଏବଂ ଗ୍ରାମ ବାସି ରୁପାଧର ମାଝୀ କଣ କହୁଛନ୍ତି ଶୁଣନ୍ତୁ l ରାସ୍ତା କୁ ନେଇ ଖବର ଫାଷ୍ଟ ନ୍ୟୁଜ ଓଡିଶା ପ୍ରସାରଣ ହେଲା ପରେ ବି ପ୍ରଶାସନ ନିରବ l କେବେ ରାସ୍ତା ହେବ ତାହା ହିଁ ଦେଖିବାକୁ ଅପେକ୍ଷା ।
କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା
What's Your Reaction?






