ଯୁବ ବ୍ୟବସାୟୀଙ୍କ ହୃଦଘାତରେ ପରଲୋକ

ବରୀ ବ୍ଲକ୍ ଅନ୍ତର୍ଗତ ବାଲିଆ କଲେଜ ଛକଠାରେ ବ୍ୟବସାୟ ପ୍ରତିଷ୍ଠାନ ଖୋଲି ସଭିଙ୍କ ପ୍ରିୟ ହୋଇଥିବା ବିଜୟ କୁମାର ମହାନ୍ତି ୩୪)ଙ୍କର ଶୁକ୍ରବାର ଦିନ ହୃଦ୍ ଘାତରେ ପରଲୋକ ହୋଇଯାଇଛି । ବିୟୋଗରେ କଲେଜଛକରେ ଥିବା ଶତାଧ୍କ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିଲା । ସ୍ଵର୍ଗତ ମହାନ୍ତି ଧାରପୁର ପଞ୍ଚାୟତର ନାଥପୁର ପଟଣା ଗ୍ରାମସ୍ଥ ନିଜ ବାସଗୃହରେ ହଠାତ୍ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ବରୀ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ଭି କରାଯାଇଥିଲା । ତେବେ ସେଠାରେ ତାଙ୍କର ଚିକିତ୍ସାଧୂନ ଅବସ୍ଥାରେ ପରଲୋକ ହୋଇଥିଲା । ଖବର ପାଇ ସ୍ଵାସ୍ଥ୍ୟକେନ୍ଦ୍ର ପରିସର ଲୋକାରଣ୍ୟ ହୋଇପଡିଥିଲା । ପରେ ସ୍ଵାସ୍ଥ୍ୟ କେନ୍ଦ୍ରରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରାରେ ମର ଶରୀରକୁ ପଟଣା, ନାଥପୁର, କଲେଜ ଛକ, ବାଲିଆ, ଇଶାଣପୁର ଇଏ ଦେଇ ଗ୍ରାମ୍ୟ ଶ୍ମଶାନ ଶାନରେ ଶୋକାକୂଳ ପରିବେଶ ମଧ୍ୟରେ ଶଷକୃତ୍ୟ ସମ୍ପନ୍ନ ହୋଇଥିଲା । ସ୍ୱର୍ଗତ ମହାନ୍ତି ଜଣେ ବ୍ୟବସାୟୀ ସହ କ୍ରୀଡା ସଂଗଠକ ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ ପରିଚିତ ଥିଲେ । ମୃତ୍ୟୁ ଖବର ପାଇ ବହୁ ବି ଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ
ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






