ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଆସନ୍ତାକାଲି ମୟୂରଭଞ୍ଜ ଜିଲ୍ଲା ଗସ୍ତ:ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଆସନ୍ତାକାଲି ମୟୂରଭଞ୍ଜ ଜିଲ୍ଲା ଗସ୍ତ। ମହାନ୍ତ ତଥା କୁଡ଼ମି ସମାଜର 'ବାନ୍ଧଣା ପର୍ବ' କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାରେ, ରାୟରଙ୍ଗପୁର ପୁଲିସ ଜିଲ୍ଲା ଓ ବାଲେଶ୍ୱର ଜିଲ୍ଲାରୁ ଆବଶ୍ୟକୀୟ ଫୋର୍ସ ଏବଂ ଅଧିକାରୀମାନଙ୍କୁ ସମନ୍ୱୟ କରାଯାଇ ବଡ଼ସାହି ଥାନା ଅନ୍ତର୍ଗତ ଆଗୁଆଡ଼ ଗ୍ରାମରେ ଅନୁଷ୍ଠିତ ହେବାକୁଥିବା ଏହି କାର୍ଯ୍ୟକ୍ରମ ସ୍ଥଳରେ ଜଣେ ଅତିରିକ୍ତ ଏସପିଙ୍କ ଦାୟିତ୍ୱରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସାଧାରଣରେ ଶାନ୍ତି ଶୃଙ୍ଖଳା ରକ୍ଷା ସାଙ୍ଗକୁ ରୁଟ୍ ଲାଇନ୍, ପାର୍କିଂ ଏବଂ ଟ୍ରାଫିକ୍ ପରିଚାଳନା ପାଇଁ ସୁବନ୍ଦୋବସ୍ତ କରାଯାଇଥିବାବେଳେ, ଏହି କାର୍ଯ୍ୟକ୍ରମରେ ମୋଟ ୧୬ ପ୍ଲାଟୁନ ପୁଲିସ ଫୋର୍ସ, ୧୭୪ ଜଣ ହୋମଗାର୍ଡ, ୭୫ ଜଣ ଟ୍ରାଫିକ୍ କନଷ୍ଟେବଲ, ବହୁ ସଂଖ୍ୟକ ଏସଆଇ, ଏଏସଆଇ, ୧୬ ଜଣ ଇନ୍ସପେକ୍ଟର, ୭ ଜଣ ଡିଏସପି ଏବଂ ୨ ଜଣ ଅତିରିକ୍ତ ଏସପିଙ୍କୁ ନିୟୋଜିତ କରାଯାଇଛି। ଏବଂ ଏସପିଙ୍କ ପ୍ରତ୍ୟକ୍ଷ ସୁପରଭିଜନରେ ସମସ୍ତ ବ୍ୟବସ୍ଥା ସୁଚାରୁରୂପେ ପରିଚାଳିତ ହେଉଛି। ବାଇଟ: ଦୀପକ କୁମାର ଗୋଛାୟତ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ମୟୂରଭଞ୍ଜ।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0