ବ୍ଲକ୍ ସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ

Sep 9, 2024 - 19:01
 0  30
ବ୍ଲକ୍ ସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ

ନୂଆପଡ଼ା : ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଟାନୱାଟ ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦଙ୍କ ଅଧ୍ୟକ୍ଷତାରେ ନୂଆପଡ଼ା ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମର ନବସାକ୍ଷର ବ୍ୟକ୍ତି ଓ ମହିଳା ତଥା ଗ୍ରାମବାସୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଟାନୱାଟ୍ ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ଶ୍ରୀମତୀ ରେଖା ଜାଲ , ଗ୍ରାମ୍ୟ କମିଟି ସଭାପତି ଶ୍ରୀଯୁକ୍ତ ଦେଓସିଂ ବିଶ୍ଵାଳ,ସହଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଚୈତରାମ ନାଏକ, ବିଦ୍ୟାଳୟ ସଭାପତି ଶ୍ରୀଯୁକ୍ତ ବେଦରାମ ସାହୁ , ଟାନୱାଟ କ୍ଲଷ୍ଟର ସି ଆର ସି ସି ଶ୍ରୀଯୁକ୍ତ ହିରାଲାଲ ପଟେଲ ତଥା ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଗୋବର୍ଦ୍ଧନ ବିଶ୍ଵାଳ ଉପସ୍ଥିତ ଥିଲେ। ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ଗାନ କରାଯାଇଥିଲା। ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ ପ୍ରାଞ୍ଜଳ ଭାବରେ କାର୍ଯ୍ୟକ୍ରମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଜ୍ଞାପନ ପୂର୍ବକ ଗ୍ରାମବାସୀଙ୍କୁ ଶିକ୍ଷାର ମହତ୍ତ୍ଵ ଓ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ବାବଦରେ ବୁଝାଇବା ସହ ଗ୍ରାମପଞ୍ଚାୟତ କୁ ତଥା ବ୍ଲକ୍ କୁ ସଂପୂଣ୍ଣ ସାକ୍ଷର ଗ୍ରାମପଞ୍ଚାୟତ ଓ ବ୍ଲକ୍ ରେ ପରିଣତ କରିବାକୁ ଆହ୍ଵାନ ଜଣାଇଥିଲେ। କାର୍ଯ୍ୟକ୍ରମରେ ଗତ ବର୍ଷ ସାକ୍ଷର ହୋଇଥିବା ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଥିଲା। ଚଳିତ ବର୍ଷର ନବ ସାକ୍ଷର ବ୍ୟକ୍ତି ମାନଙ୍କୁ ଉଲ୍ଲାସ ବହି ବଣ୍ଟନ କରାଯାଇଥିଲା । ପରେ ପରେ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ବାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷକ ଜୟ କୃଷ୍ଣ ସୁନାନୀ ମଞ୍ଚ ପରିଚାଳନା କରିଥିବା ବେଳେ ଅଶୋକ ପଟେଲ, ସୁରେନ୍ଦ୍ର ଶବର,ମନୋଜ ଦାସ, ଶରତ ଚନ୍ଦ୍ର ଜୁରିଆ ,ବଳରାମ ସୋନୀ ସମାଜ ସେବୀ ଅନନ୍ତ ରାମ ଶବର ପ୍ରମୁଖ ସହଯୋଗ କରିଥିଲେ ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ