।। ବେକରେ ଗାମୁଛା ଲଗାଇ ମହୁଲ ଗଛରେ ଝୁଲି ପଡ଼ିଲେ ଯୁବକ ।।

Sep 28, 2024 - 19:21
 0  10
।। ବେକରେ ଗାମୁଛା ଲଗାଇ ମହୁଲ ଗଛରେ ଝୁଲି ପଡ଼ିଲେ ଯୁବକ ।।

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): ପ୍ରେମିକାଙ୍କ ଆତ୍ମହତ୍ୟା ପରେ ପ୍ରେମିକଙ୍କ ଚରମ ପଦକ୍ଷେପ। ବେକରେ ଗାମୁଛା ଲଗାଇ ମହୁଲ ଗଛରେ ଝୁଲି ପଡ଼ିଲେ ଯୁବକ । ଏଭଳି ଏକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୁଆଗାଁ ଥାନା କଞ୍ଜାମେଣ୍ଡି ଅଞ୍ଚଳରେ । ମୃତକ କଞ୍ଜାମେଣ୍ଡି ଗ୍ରାମର ଯୁବକ ସଞ୍ଚୁସ୍ ଦିଗାଳ ହୋଇଥିବା ଜଣାପଡ଼ିଛି । ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ କଞ୍ଜାମେଣ୍ଡି ଗ୍ରାମର ଜଣେ ଯୁବତୀଙ୍କ ସହ ସଞ୍ଜୁସଙ୍କର ସମ୍ପର୍କ ଥିଲା । ଗତ ଅଗଷ୍ଟ ୧୫ ତାରିଖ ଦିନ ସମ୍ପୃକ୍ତ ଯୁବତୀ ଜଣକ ନିଜେ ଆତ୍ମହତ୍ୟା କରିଥିଲେ । ଘଟଣା ପରେ ସଞ୍ଚୁସ୍ ମାନସିକ ଚାପରେ ଥିଲେ ଏବଂ ଶୁକ୍ରବାର ରାତ୍ରରେ ଏଭଳି ଚରମ ନିଷ୍ପତି ନେଇ ନିଜ ଘର ଠାରୁ ୫୦୦ ମିଟର ଦୂରରେ ଥିବା ଗଜମାହା ଜଙ୍ଗଲରେ ଏକ ମହୁଲ ଗଛରେ ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଥିବା କୁହାଯାଉଛି । ଗାଁ ଲୋକଙ୍କ ଠାରୁ ଖବରପାଇ କ.ନୁଆଗାଁ ପୋଲିସ୍ ଘଟଣା ସ୍ଥଳରେ ପହଁଚି ମୃତକଙ୍କ ସମ୍ପର୍କୀୟଙ୍କ ସହାୟତାରେ ଶବ ଉଦ୍ଧାର କରିବା ସହ ବ୍ୟବଛେଦ ନିମନ୍ତେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି । ତେବେ ବର୍ତମାନ ସୁଦ୍ଧା ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଏକ ଅପମୃତ୍ୟୁ ମାମଲା କେଶ ନଂ.୦୫/୨୪ ପ୍ରକାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି କ.ନୁଆଗାଁ ପୋଲିସ୍ ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ