।। ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ।।

Nov 23, 2023 - 17:08
 0  37
।। ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ  ।।

ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ସ୍ଥିତ ନାରାୟଣ ଉଚ୍ଚ ବିଦ୍ୟାଳୟ ରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ପ୍ରଧାନ ଶିକ୍ଷୟିତ୍ରୀ କାଞ୍ଚନ ଷଢଙ୍ଗୀ ଙ୍କ ଅଧ୍ୟକ୍ଷତାରେ ବିଜ୍ଞାନ ବିଭାଗ ର ସଂଚାଳକ ପ୍ରଜ୍ଞ। ପାରମିତା ସାହୁ,ଵିଜ୍ଞାନ ଶିକ୍ଷୟିତ୍ରୀ ସୁନିତା ସାହୁ ,ବିଜ୍ଞାନ ଶିକ୍ଷକ ଜନାର୍ଦନ ପରିଡା,ଗୌରାଙ୍ଗ ସାହୁ,ରୋଜାଲିନ ମିଶ୍ର, ଦାମୋଦର ସାହୁ ଙ୍କ ସହଯୋଗ ରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଟି ସୁଚାରୁ ରୁପେ ପ୍ରଦର୍ଶିତ ହୋଇଛି।ଜିଲ୍ଲା ପରିଷଦ ସଭ୍ୟ ଚିନ୍ମୟୀ ଦାସ ମହୋଦୟା ନିମନ୍ତ୍ରିତ ଅତିଥି ରୂପେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି।ଏଥିରେ ବରିଷ୍ଠ ଓ କନିଷ୍ଠ ଆଦି ବିଭାଗ ରେ ପ୍ରାୟ ୪୦ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଛି।ବିଚାରକ ଭାବେ ଗୋଡିପୋଲି ଗୋପୀନାଥ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ପ୍ରକାଶ କିଶୋର ପ୍ରଧାନ, ବରିଷ୍ଠ ଶିକ୍ଷକ ରଶ୍ମିରଞ୍ଜନ ମିଶ୍ର ଏବଂ ଶିକ୍ଷୟତ୍ରୀ ପ୍ରଜ୍ଞା ପାରମିତା ସାହୁ ବିଚାରକ ଭାବେ ଦାୟିତ୍ତ୍ୱ ତୁଲାଇଛନ୍ତି। ପ୍ରତ୍ୟେକ ବିଭାଗରେ ପ୍ରଥମ ସ୍ଥାନ ପାଇଥିବା ପ୍ରକଳ୍ପ ଗୁଡିକ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ରେ ଅଂଶ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।

ନୟାଗଡ ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ