।। ନିତ୍ୟଆବଶ୍ୟକୀୟ ସାମଗ୍ରୀ ର ଦର ଆକାଶ ଛୁଆଁ ଯୋଗୁ ବରୀ ରେ ଯୋଗାଣ ବିଭାଗର ଅଚାନକ ଚଢ଼ାଉ ।।

Oct 26, 2024 - 06:59
 0  245
।। ନିତ୍ୟଆବଶ୍ୟକୀୟ ସାମଗ୍ରୀ ର ଦର ଆକାଶ ଛୁଆଁ ଯୋଗୁ ବରୀ ରେ ଯୋଗାଣ ବିଭାଗର ଅଚାନକ ଚଢ଼ାଉ ।।

ବରୀ ବଜାର ରେ ନିତ୍ୟଆବଶ୍ୟକୀୟ ସାମଗ୍ରୀ ର ଦର ଆକାଶ ଛୁଆଁ ହେବାକୁ ଦେଖିବାକୁ ମିଳୁଛି । ଏ ପରି କି ବରୀ ବଜାର ରେ ଥିବା ନୀତ୍ୟଆବଶ୍ୟକୀୟ ସାମଗ୍ରୀ ଯେପରି କି ବିଭିନ୍ନ ପ୍ରକାର ପରିବା ସହିତ ଆଳୁ, ପିଆଜ,ରସୁଣ ପ୍ରଭୃତି ସାମଗ୍ରୀ ଦର ସରକାରୀ ଦରଠାରୁ ଢେର୍ ଚଢ଼ା ଦରରେ ଅସାଧୁ ବ୍ୟବସାୟୀ ମାନେ ବିକ୍ରି କରୁଥିବା ଦେଖାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ଆଶଙ୍କା କରି ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ବିଭିନ୍ନ ଦୋକାନରେ ଭିଡ଼ ଲଗାଇଛନ୍ତି । ଯାହାଫଳରେ ଦରଦାମ ଆକାଶଛୁଆଁ ହୋଇଛି। ଲୋକଙ୍କ ଭିଡ଼ ଦେଖି କେତେକ ଲାଭଖୋର ଅସାଧୁ ବ୍ୟବସାୟୀ ପରିସ୍ଥିତିର ଫାଇଦା ନେଇ କଳା ବଜାରି କରିବା ଆରମ୍ଭ କରିଛନ୍ତି । ଏ ନେଇ ଆଜି ଜିଲ୍ଲା ସହକାରୀ ବେସାମରିକ ଯୋଗାଣ ଅଧିକାରିଣୀ ସୋନାଲିଶା ମହାପାତ୍ର ଓ ବ୍ଲକ୍ ଯୋଗାଣ ନିରୀକ୍ଷକ ସୂର୍ଯ୍ୟକାନ୍ତ ବେହେରା ବିଭିନ୍ନ ଦୋକାନ ଉପରେ ଚଢ଼ାଉ କରିଥିବା ଦେଖାଯାଇଥିଲା। ଏପରି ଗ୍ରୋସରି ଦୋକାନ ରେ ବିଭିନ୍ନ ସାମଗ୍ରୀ ଦର ର ବିକ୍ରୟ ଏକ ଚିଠା ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ