ଛଟେଇ ସ୍ଵାସ୍ଥ୍ୟ କର୍ମଚାରୀଙ୍କ ପୁନଃ ନିଯୁକ୍ତି ଦାବି

Sep 14, 2024 - 17:01
 0  10
ଛଟେଇ ସ୍ଵାସ୍ଥ୍ୟ କର୍ମଚାରୀଙ୍କ ପୁନଃ ନିଯୁକ୍ତି ଦାବି

ରାୟଗଡ଼ା -ଆଦୀବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲା ର ବିଭିନ୍ନ ସ୍ଵାସ୍ଥ୍ୟ କେନ୍ଦ୍ର ମାନଙ୍କରେ କାର୍ଯ୍ୟ ରତ ନର୍ସିଂ,ଏଏନ ଏମ୍ ଏବଂ ଫାର୍ମାସିଷ୍ଟ କର୍ମ ଚାରି ମାନଙ୍କ ଛଟେଇ ସମ୍ବନ୍ଧରେ ବିଚାରକୁ ନେଇ ପୁନଃ ନିଯୁକ୍ତି ଦେବାପାଇଁ ଓଡ଼ିଶା ଆଉଟ୍ ସୋର୍ସିଂ ନର୍ସିଂ ଏଏନ ଏମ୍ ଏବଂ ଜିଲ୍ଲା ଫାର୍ମାସିଷ୍ଟ କର୍ମ ଚାରୀ ସଂଘ ପକ୍ଷରୁ 6 ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ଚନ୍ଦ୍ର ରଇତଙ୍କୁ ପ୍ରଦାନ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ (ସିଡି ଏମ୍ ଓ ) ଙ୍କ ଦ୍ଵାରା ଚିଠି ସଂଖ୍ୟା 10966/ବି/2024 ଅନୁଯାୟୀ ସମସ୍ତଙ୍କୁ ଛଟେଇ ନିର୍ଦ୍ଦେଶ ରହିଥିବା ବେଳେ ଛଟେଇ ନିର୍ଦ୍ଦେଶ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗରୁ ଆସିଥିବାରୁ ଏଥିରେ ଆମେ କିଛି କରି ପାରିବୁ ନାହିଁ ବୋଲି ଜିଲ୍ଲା ଅଧିକାରୀ ଉତ୍ତର ଦେଇଥିବା ସଂଘ କାର୍ଯ୍ୟ କର୍ତ୍ତା ପ୍ରକାଶ କରିଛନ୍ତି। ସଂଘ ପକ୍ଷରୁ ପ୍ରମୁଖ ଦାବି ଗୁଡ଼ିକ ମଧ୍ୟରେ ଛଟେଇ ନିର୍ଦ୍ଦେଶ ନାମାକୁ ବାତିଲ କରି ସମସ୍ତ ଛଟେଇ ନର୍ସିଂ ଏଏନ ଏମ୍ ଓ ଫାର୍ମାସିଷ୍ଟ କର୍ମ ଚାରିଙ୍କୁ ପୁନଃ ଅବସ୍ଥାପିତ କରାଯିବା ଓ ଆଉଟସୋର୍ସି ପ୍ରଥା ଉଚ୍ଛେଦ ନିୟମିତ ପଦରେ ନିଯୁକ୍ତି ସ୍ଵାସ୍ଥ୍ୟ ବିଭାଗର ଅର୍ଥ ରେ ଖାଲିଥିବା ପଦବୀରେ ନିଯୁକ୍ତି ଆଦି ରହିଛି। ପ୍ରକାଶ ଯୋଗେ ଯାଇଛି କି ରାୟଗଡ଼ା ଜିଲ୍ଲାର ନର୍ସ ଏଏନ ଏମ୍ ଓ ଫାର୍ମାସିଷ୍ଟ ଟେକ୍ନ ମ୍ୟାନେଚିରିଆଲ ନିଯୁକ୍ତି ମାଧ୍ୟମରେ ସର୍ଭିସ୍ ପ୍ରୋଭାଇଡର ସଂସ୍ଥା ଏଲ ଏଣ୍ଡକେ ସର୍ଭିସ୍ କର୍ମ ଚାରି ଭାବେ ସ୍ଵାସ୍ଥ୍ୟ ସେବା ଯୋଗାଇବାରେ ନିୟୋଜିତ ହୋଇଥିଲେ। ବର୍ତମାନ ଷ୍ଟାଫ୍ ନର୍ସ 45 ଜଣ ଏଏନ ଏମ୍ 20 ଜଣ ଏବଂ 10 ଜଣ ଫାର୍ମାସିଷ୍ଟ ଙ୍କୁ ଛଟେଇ କରି ଦିଆଯାଇଥିବା ବେଳେ ଜିଲ୍ଲା ର ସମସ୍ତ ସ୍ଵାସ୍ଥ୍ୟ କେନ୍ଦ୍ର ମାନଙ୍କରେ ରୋଗୀଙ୍କୁ ଉଚିତ ସ୍ଵାସ୍ଥ୍ୟ ସେବା ଯୋଗାଇବାରେ ରାୟଗଡ଼ା ଜିଲ୍ଲା ସ୍ଵାସ୍ଥ୍ୟ ସମିତି ପକ୍ଷେ ନାକେଦମ୍ ହେଉଛି। ଓ ସ୍ଵାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଛି ।ଏହି ପରିପ୍ରେକ୍ଷୀରେ ଗୁରୁବାର ଦାବିପତ୍ର ପ୍ରଦାନ ବେଳେ ଶିବାନୀ ମହାନ୍ତି,ଗୈରୀ ମାଝୀ, ସଂଯୁକ୍ତା ତାଣ୍ଡି ,ଅହଲ୍ୟା ଖୁରା,ଗୈରୀ ବିଭାର,ସୈଦାମିନୀ ମାଝୀ,ରାୟକୁମାରୀ ସୂର୍ଯ୍ୟ, ପ୍ରତିମା ପଲକିଆ, ସନ୍ତୋଷ ଚୈଉଧୁରୀ,ଗଙ୍ଗୋତ୍ରୀ ବେହେରା,ରଚିତା ସାରାକା, ପ୍ରମୁଖ ଉପସ୍ଥିତ ରହିଥିଲେ।

 ରାୟଗଡ଼ା ଜିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ