।। ଘଟଗାଁ ମା ତାରିଣୀ ମନ୍ଦିର ନିକଟରେ ଅଗ୍ନିକାଣ୍ଡ, ବହୁ ଦୋକାନ ପୋଡି ନଷ୍ଟ ।।

Oct 6, 2024 - 19:35
 0  13
।। ଘଟଗାଁ ମା ତାରିଣୀ ମନ୍ଦିର ନିକଟରେ ଅଗ୍ନିକାଣ୍ଡ, ବହୁ ଦୋକାନ ପୋଡି ନଷ୍ଟ ।।

କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରିଣୀ ମନ୍ଦିର ନିକଟରେ ଥିବା ଭୋଗ ଦୋକାନ ଗୁଡିକରେ ଲାଗିଲା ନିଆଁ। ନିଆଁ ଲାଗି ପ୍ରାୟ ୮ ଦୋକାନ ଜଳିପୋଡି ନଷ୍ଟ ହୋଇଯାଇଛି। ୮ଟି ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ଯାଇଥିବା ସୂଚନା। ସୂଚନା ଅନୁଯାୟୀ ଆଜି ରାତି ପ୍ରାୟ ୯.୩୦ ତାରିଣୀ ମନ୍ଦିର ୩ନମ୍ବର ଗେଟ ନିକଟରେ ଥିବା ଭୋଗ ଦୋକାନ ଗୁଡିକରେ ହଠାତ କୌଣସି କାରଣ ବସତ ନିଆଁ ଲାଗିଯାଇଥିଲା । ନିଆଁ ହଠାତ ଚାରିଆଡ଼େ ବ୍ୟପିବାରେ ଲାଗିଥିଲା । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ନିଆଁ କୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

 କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନିଉଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ