ସ୍କୁଲ ହଷ୍ଟେଲରେ ସପ୍ତମ ଶ୍ରେଣୀ ଛାତ୍ରୀ ଙ୍କୁ ହତ୍ୟା ଉଦ୍ୟମ! ଅଭିଯୋଗ ଆଣିଲେ ଛାତ୍ରୀର ପିତାମାତା:ପାଣି ବୋତଲରେ ମିଶାଇ ଦେଲେ ମଶା ଧୂପର ତରଳ ବିଷ ପଦାର୍ଥ
ମୟୂରଭଞ୍ଜ ଜିଲ୍ଲା,ବାରିପଦା ସହରର ଏକ ବେସରକାରୀ ବିଦ୍ୟାଳୟ ‘ଏସଭିଏମ ଇଣ୍ଟରନ୍ୟାସନାଲ ସ୍କୁଲ’ ହଷ୍ଟେଲ ପରିସରରେ ଘଟିଯାଇଛି ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଚାଞ୍ଚଲ୍ୟକର ଘଟଣା। ସ୍କୁଲରେ ପଢୁଥିବା ସପ୍ତମ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ଜୀବନରୁ ମାରିଦେବା ପାଇଁ ହତ୍ୟା ଉଦ୍ୟମ କରାଯାଇଥିବା ଭଳି ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି। ପାଣି ବୋତଲରେ ମଶା ଘଉଡ଼ାଇବା ପାଇଁ ବ୍ୟବହୃତ ବିଷାକ୍ତ ତରଳ ପଦାର୍ଥ ଅଲ୍-ଆଉଟ୍ ତରଳ କିଷାକ୍ତ ମିଶାଇ ତାଙ୍କୁ ପିଇବାକୁ ଦିଆଯାଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଛାତ୍ରୀଜଣକ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାର ଆଇସିୟୁ ରେ ଜୀବନ ସହ ସଂଗ୍ରାମ କରୁଥିଲେ ମାତ୍ର ଏବେ ସାମାନ୍ୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ଘଟଣାକୁ ନେଇ ଛାତ୍ରୀଙ୍କ ପିତାମାତା ବାରିପଦା ଥାନାରେ ଏତଲା ଦାୟର କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସ୍କୁଲ ହଷ୍ଟେଲରେ ରହୁଥିବା ସପ୍ତମ ଶ୍ରେଣୀ ଛାତ୍ରୀ ସଂସ୍କୃତି ଦଣ୍ଡପାଟ, ହଷ୍ଟେଲ ରୁମ୍ରେ ଥିବା ପାଣି ବୋତଲରୁ ପାଣି ପିଇଥିଲେ। ବୋତଲରେ ପୂର୍ବରୁ କେହି ଦୁର୍ବୃତ୍ତ ବିଷାକ୍ତ ‘ଅଲ୍-ଆଉଟ୍’ ତରଳ ପଦାର୍ଥ ମିଶାଇ ଦେଇଥିଲା। ଅଜାଣତରେ ସଂସ୍କୃତି ପିଇବା ପରେ ତାର ସ୍ୱାଦ ଓ ଗନ୍ଧ ଅସ୍ୱାଭାବିକ ଲାଗିବାରୁ ଚିତ୍କାର କରିଥିଲେ। ଖୁବ୍ ଶୀଘ୍ର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ହଷ୍ଟେଲ ୱାର୍ଡେନ ଓ ସ୍କୁଲ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଛାତ୍ରୀର ପିତାମାତାଙ୍କୁ ଜଣାଇଥିଲେ। ମାତ୍ର ପିତାମାତା ପିଲାକୁ ଚିକିତ୍ସା ପାଇଁ ବାରିପଦା ମେଡିକାଲ କୁ ନେଇପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ୨୪ ରୁ ୭୨ ଘଣ୍ଟା ପର୍ଯ୍ୟନ୍ତ ଗଭୀର ପର୍ଯ୍ୟବେକ୍ଷଣରେ ରଖିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଝିଅର ଅବସ୍ଥା ସଙ୍କଟାପନ୍ନ ଥିବାରୁ ଏବଂ ସ୍ଥାନୀୟ ସ୍ୱାସ୍ଥ୍ୟସେବା ଉପରେ ଭରସା ନପାଇ ପରିବାର ଲୋକେ ତାଙ୍କୁ ତୁରନ୍ତ ଭୁବନେଶ୍ୱରର କିମ୍ସ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ଆଇସିୟୁରେ ଭର୍ତ୍ତି କରି ଅତି ଗୁରୁତର ଭାବେ ଚିକିତ୍ସା ଜାରି ରଖିଛନ୍ତି। ଅଭିଭାବକଙ୍କ କହିବା ଅନୁସାରେ, ଏହା କୌଣସି ସାଧାରଣ ଦୁର୍ଘଟଣା ନୁହେଁ, ବରଂ ଏକ ସୁଚିନ୍ତିତ ହତ୍ୟା ଉଦ୍ୟମ, ଏତେ ବଡ଼ ଏକ ଆବାସିକ ବିଦ୍ୟାଳୟରେ ଛାତ୍ରୀମାନଙ୍କ ସୁରକ୍ଷା କିଭଳି ରହିଛି, ତାହା ଉପରେ ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଦୁଃଖର ବିଷୟ ଛାତ୍ରୀର ମାଆ କହିବା ଅନୁସାରେ ତାଙ୍କ ଝିଅ ର ଚିକିତ୍ସ।ସମୟରେ.ସ୍କୁଲ କର୍ତ୍ତୁପକ୍ଷ କୌଣସି ସହଯୋଗ କରିନଥିଲେ । ବରଂ ଉକ୍ତ ସ୍କୁଲର ଜଣେ ଜଣକ ଏଭଳି ନିଷ୍ଠୁର କଥାବାର୍ତ୍ତା କରିଥିଲେ ଯାହାକି ଏକ ପ୍ରକାର ଧମକପୂର୍ଣ୍ଣ କଥାବାର୍ତ୍ତା ଥିଲାବୋଲି ସଂସ୍କୃତି ଦଣ୍ଡପାଟର ବାପାମାଆ ଅଭିଯୋଗ କରିଛନ୍ତି। ଦେଶର ଭବିଷ୍ୟତ କହାଯାଉଥିଲା ନିରିହ ଛାତ୍ରଛାତ୍ରୀ ଜୀବନ ପ୍ରତି ଏକ ପ୍ରକାର ବଡ଼ ଖେଳ ବୋଲି ଶିକ୍ଷାବିତ ଓ ବୁଦ୍ଧିଜୀବିମାନେ ଏହାକୁ ନିନ୍ଦା କରିଛନ୍ତି। ବେସରକାରି ସ୍କୁଲ ଛତୁଫୁଟିଲା ଭଳି ଖୋଲୁଥିବାବେଳେ ଏମାନଙ୍କୁ ଶିକ୍ଷା ଅଧିକାରୀ ଏବଂ ପ୍ରସାସନର ମନିଟରିଂରେ କଣ ଦୁର୍ବଳତା ରହୁଛି ନା ଏମାନେ ସରକାରଙ୍କ ନିୟମ ପାଳନ କରୁନାହାନ୍ତି କି ? ଏହାକୁ ନେଇ ଜନ ସାଧ।ରଣରେ ଏବଂ ଶିକ୍ଷାବିତ ମହଲରେ ବଡ଼ ପ୍ରଶ୍ନ ବାଚ ଏବଂ ଚର୍ଚ୍ଚ। ଜୋର ଧରିଛି।ସରକାରଙ୍କ ବେଟି ବଚାଓ ବେଟି ପଢ଼ପଢାଅ ଯୋଜନା କୁଆଡ଼େ ଗଲା ଏବଂ ଶିଶୁ ସୁରକ୍ଷା ଆଇନ,ବିଭାଗିୟ ଅଧିକାରୀଏବଂ ଜିଲ୍ଲା ପୋଲିସ ପ୍ରସାସନ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କର କଣ କାର୍ଯ୍ୟାନୁଷ୍ଠାନ ଏହାକୁ ନେଇ ବହୁ ପ୍ରଶ୍ନ ବୁଦ୍ଧିଜୀବି ଏବଂ ଶିକ୍ଷାବିତମହଳରେ ଉଙ୍କି ପାରୁଛି।ନ୍ୟାୟ ଅପେକ୍ଷାରେ ଅଭିଭାବକ, ଡବଲ ଇଞ୍ଜିନସରକାରରେ ଏହା କେତେ ମାତ୍ରାରେ କାର୍ଯ୍ୟାନୁଷ୍ଠାନ ହେବ ନା ଏହି ସମ୍ବେଦନଶିଳ ଘଟଣାକୁ ଚାପି ଦିଆଯିବ ଏହାକୁ ନେଇ ସବୁଠି ବୁଦ୍ଧିଜୀବି ଓ ଶିକ୍ଷାବିତ ଏବଂ ଅଭିଭାବକ ମହଲରେ ଚର୍ଚ୍ଚା ଜୋର ଧରିଛି।ସ୍କୁଲର ଅଧ୍ୟକ୍ଷା ଶ୍ରୀମତି ଅଞ୍ଜଳି ପଣ୍ଡିତ ଘଟଣାକୁ ଗୁରୁତ୍ଵ ସହକାରେ ନେଇଛନ୍ତି ଏବଂ ତଦନ୍ତ ଚାଲିଛି। ଦୋଷି କୁ ନିଶ୍ଚିତ ଦଣ୍ଡବିଧାନ ହେବବୋଲି କହିଛନ୍ତି।ସଂସ୍କୃତିର ଆରୋଗ୍ୟ କାମନା କରିଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0