ସାରାବଙ୍ଗ ବଜାରରେ ଔଷଧ ଦୋକାନ ଯାଞ୍ଚ
ନୂଆପଡ଼ା : ୧୯/୯:ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶକ୍ରମେ ନୂଆପଡ଼ା ସାରାବଙ୍ଗ ବଜାରରେ ଥିବା ଔଷଧ ଦୋକାନଗୁଡ଼ିକରେ ଯାଞ୍ଚ କରାଯାଇଛି। ଉପ-ଜିଲ୍ଲାପାଳ ସୁର୍ମି ସୋରେନଙ୍କ ନେତୃତ୍ୱରେ ଅବକାରୀ ଓ ଡ୍ରଗ୍ସ ବିଭାଗର ଅଧିକାରୀମାନେ ଏହି କ୍ରମରେ ଦୁଇଟି ଔଷଧ ଦୋକାନରେ ଔଷଧର ମହଜୁଦ, ବିକ୍ରୟ ଓ ଆବଶ୍ୟକ ରେକର୍ଡପତ୍ର ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଉଭୟ ଔଷଧ ଦୋକାନରେ କୋଡିନ୍ଯୁକ୍ତ (codeine) କଫ୍ ସିରପ୍ ମିଳିନଥିଲା। ଔଷଧର ଅପବ୍ୟବହାର ଓ ବେଆଇନ ବିକ୍ରୟ ରୋକିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ଯାଞ୍ଚ ଆଗକୁ ମଧ୍ୟ ଜାରି ରହିବ । ଯାଞ୍ଚ ସମୟରେ ଅବକାରୀ ଅଧୀକ୍ଷକ ସଂଘମିତ୍ରା ପ୍ରଧାନ ଓ ଡ୍ରଗ୍ସ ଇନ୍ସପେକ୍ଟର ସୁନିତା ନାଗ ଉପସ୍ଥିତ ଥିଲେ । ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0