ରାଣୀଭୋଳ ଓଏଭି ର ପ୍ରତିଷ୍ଠା ଦିବସ ପାଳିତ

Sep 19, 2026 - 22:32
 0  6
ରାଣୀଭୋଳ ଓଏଭି ର ପ୍ରତିଷ୍ଠା ଦିବସ ପାଳିତ

ବାରିପଦା ତା ୧୯/୦୯ ବାରିପଦା ବ୍ଲକ ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ରାଣୀଭୋଳ ପରିସରରେ ବିଦ୍ୟାଳୟର ୧୦ମ ବାର୍ଷିକ ପ୍ରତିଷ୍ଠା ଦିବସ ସ୍ପାର୍କ ପାଳିତ ହୋଇଯାଇଛି. ବିଦ୍ୟାଳୟର ଅଧ୍ୟକ୍ଷା ରୀନୁମଣି ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ପୂର୍ବତନ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପସ୍ୱିନୀ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପିଲା ମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଯୋଗଦାନ ପାଇଁ ଉତ୍ସାହିତ କରିବା ସହିତ ଭଲ ପାଠ ପଢ଼ି ଭବିଷ୍ୟତରେ ଶୃଙ୍ଖଳିତ ନାଗରିକ ହୋଇ ଦେଶ ଗଠନରେ ଜାତୀୟ ସ୍ରୋତରେ ନିଜକୁ ସାମିଲ କରିବାକୁ ପରାମର୍ଶ ଦେଇଥିଲେ. ଏହି ଅବସରରେ ଜିଲ୍ଲାସ୍ତରୀୟ ସ୍ପାର୍କ କାର୍ଯ୍ୟକ୍ରମକୁ ମନୋନୀତ ହୋଇଥିବା ୪୧ ଜଣ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇ ଉତ୍ସାହିତ କରାଯାଇଥିଲା. ଶେଷରେ ଛାତ୍ରଛାତ୍ରୀ ମାନେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ. ଇଂରାଜୀ ଶିକ୍ଷକ ବସନ୍ତ କୁମାର ଜେନା ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ. ଶେଷରେ ବାଣିଜ୍ୟ ବିଭାଗର ଶିକ୍ଷକ ଅବିନାଶ ଜେନା ଧନ୍ୟବାଦ ଅର୍ପଣ କରିଥିଲେ.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ