।। ବାଲିଆ କଲେଜରେ ସ୍ୱୟଂଚାଳିତ ସ୍ଥାୟୀ ଏକାଡେମିକ ଆକାଉଣ୍ଟ ସଚେତନତା ।।

Oct 7, 2024 - 13:10
 0  129
।। ବାଲିଆ କଲେଜରେ ସ୍ୱୟଂଚାଳିତ ସ୍ଥାୟୀ ଏକାଡେମିକ ଆକାଉଣ୍ଟ ସଚେତନତା ।।

ବରୀ ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ଆଜି ଅଭିମନ୍ୟୁ ସାମନ୍ତ ସିଂହାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଅଭିମନ୍ୟୁ ବାଲିଆ ସଭାଗୃହରେ ଅଭିଭାବକ ଓ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ମଧ୍ୟରେ ସ୍ୱୟଂଚାଳିତ ସ୍ଥାୟୀ ଏକାଡେମିକ ଆକାଉଣ୍ଟ ରେଜିଷ୍ଟ୍ରି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ.ଜିତେନ୍ଦ୍ର କୁମାର ଦାଶ ଅଧ୍ୟକ୍ଷତା କରିଥିବା ବେଳେ ଅନୁଷ୍ଠାନର ଅନ୍ୟ ଅଧ୍ୟାପକ ଓ ଅଧୟାପିକା ତଥା କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ବରେଣ୍ୟ ନିମନ୍ତ୍ରିତ ଅତିଥି ଭାବେ ଅଭିଭାବକ ତଥା ବରିଷ୍ଠ ସାମ୍ବାଦିକ ଚୈତନ୍ୟ ଚରଣ ଜେନା ଯୋଗଦେଇଥିଲେ। ଉପସ୍ଥିତ ଅଭିଭାବକ ମାନଙ୍କୁ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ସ୍ୱୟଂଚାଳିତ ସ୍ଥାୟୀ ଏକାଡେମିକ ଆକାଉଣ୍ଟ ରେଜିଷ୍ଟ୍ରି ବା ଆପାର ବିଷୟରେ ଅବଗତ କରାଯାଇଥିଲା। ତେବେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜଣେ ଛାତ୍ର କିମ୍ବା ଛାତ୍ରୀ ତାର ଜୀବନ କାଳରେ ଯେତେବେଳେ କୈାଣସି ଭବିଷ୍ୟତ କର୍ମପନ୍ଥା ନିର୍ଦ୍ଧାାରିତ ନିମନ୍ତେ ସରକାରୀ ବା ବେସରକାରୀ ସଂସ୍ଥାନକୁ ଯିବ ସେଠାକୁ ଆଉ ତାର କେୱାଇସି ଆଧାର କିମ୍ବା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର କିଛି ଆବଶ୍ୟକ ରହିବା ନାହିଁ କିମ୍ବା ଭବିଷ୍ୟତରେ ନକଲି କାଗଜ ପତ୍ର ଦର୍ଶାଇ ଆଜିର ସାମାଜିକ ବ୍ୟବସ୍ଥା ଭିତରେ ଯେଉଁ ବୃତ୍ତିଗତ ସମସ୍ୟା ଦେଖା ଯାଉଛି ତାହା ମଧ୍ୟ ରହିବ ନାହିଁ। ଏହି ସ୍ୱଚ୍ଛତା ମନ୍ତ୍ରରେ ସାରା ଦେଶ ଅଭିମନ୍ତ୍ରିତ ହେବାକୁ କେନ୍ଦ୍ର ସରକାରଙ୍କର ଆଭିମୁଖ୍ୟକୁ ସଫଳ କରିବାକୁ ଏହି କାର୍ଯ୍ୟକ୍ରମର ଲକ୍ଷ ବୋଲି ଅଧ୍ୟକ୍ଷ ଅଭିଭାବକ ମାନଙ୍କୁ ଅବଗତ କରାଇଥିଲେ ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ