ନୂଆପଡାରେ ଉଠା ଜଳସେଚନର ବଡ଼ ସଫଳତା: ୯ ମାସରେ ୧୦୦୦ ସୋଲାର ବୋରୱେଲ୍ କାର୍ଯ୍ୟକ୍ଷମ, ୫୦୦୦ ହେକ୍ଟର ଜମିକୁ ଜଳସେଚନ

Apr 10, 2026 - 21:07
 0  10
ନୂଆପଡାରେ ଉଠା ଜଳସେଚନର ବଡ଼ ସଫଳତା: ୯ ମାସରେ  ୧୦୦୦ ସୋଲାର ବୋରୱେଲ୍ କାର୍ଯ୍ୟକ୍ଷମ, ୫୦୦୦ ହେକ୍ଟର ଜମିକୁ ଜଳସେଚନ

ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଓଡ଼ିଶା ଉଠା ଜଳସେଚନ କର୍ପୋରେସନ (ଓଏଲଆଇସି) ଅଧୀନରେ ଚାଲୁଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାରେ ଉଠା ଜଳସେଚନ କ୍ଷେତ୍ରରେ ହୋଇଥିବା ଉଲ୍ଲେଖନୀୟ ଅଗ୍ରଗତି ସମ୍ପର୍କରେ ଅବଗତ କରାଯାଇଥିଲା। ଗତ ୯ ମାସ ମଧ୍ୟରେ ୧୦୦୦ଟି ସୌର ଚାଳିତ ଗଭୀର ନଳକୂପ (ବୋରୱେଲ୍) କାର୍ଯ୍ୟକ୍ଷମ କରାଯାଇ ୫୦୦୦ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇଦିଆଯାଇଛି। ଏହା ଫଳରେ କୃଷକମାନେ ବିଭିନ୍ନ ପାଣିପରିବା ଚାଷରେ ଆଗ୍ରହୀ ହୋଇ ଅର୍ଥନୈତିକ ଲାଭ ହାସଲ କରୁଛନ୍ତି। ବ୍ଲକ୍‌ ଅନୁସାରେ ଦେଖିଲେ କୋମନା ବ୍ଲକ୍‌ରେ ୪୬୭ଟି, ସିନାପାଳିରେ ୨୦୮ଟି, ଖଡିଆଳରେ ୧୫୮ଟି ଓ ବୋଡେନରେ ୧୬୭ଟି ସୋଲାର ବୋରୱେଲ୍ ସ୍ଥାପନ ସମ୍ପୂର୍ଣ୍ଣ ହୋଇଛି। ଏହାଦ୍ୱାରା ମୋଟ ୫୦୦୦ ହେକ୍ଟର ଚାଷ ଜମି ଜଳସେଚନ ଆବରଣରେ ଆସିଛି। ଅବଶିଷ୍ଟ ୩୦୫ଟି ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକ୍ରିୟା ଚାଲୁ ରହିଛି। ଏହି ଅବସରରେ ଜିଲ୍ଲାପାଳ ଉଠା ଜଳସେଚନ ସମ୍ପର୍କିତ ସମସ୍ତ ପ୍ରକଳ୍ପକୁ ଉତ୍ତମ ଗୁଣବତ୍ତା ସହିତ ନିର୍ଦ୍ଧାରିତ ସମୟସୀମାରେ ସଂପୂର୍ଣ୍ଣ କରିବା ପାଇଁ ସଂପୃକ୍ତ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଓଏଲଆଇସିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ କୁମାର ସେଠୀ, ଟିପିଡବ୍ଲିଓ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଖ୍ୟାତ ଦେବ ପରିଡା, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମାନସ ରଞ୍ଜନ ବୁଡାଙ୍କ ସହ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ