ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ‘ପ୍ରବେଶ ଉତ୍ସବ’ ଓ ‘ଖଡ଼ିଛୁଆଁ’ ଉତ୍ସାହର ସହ ପାଳିତ

Apr 4, 2026 - 21:17
 0  9
ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ‘ପ୍ରବେଶ ଉତ୍ସବ’ ଓ ‘ଖଡ଼ିଛୁଆଁ’ ଉତ୍ସାହର ସହ ପାଳିତ

ନୂଆପଡ଼ା ସଦର ମହକୁମା ସ୍ଥିତ ପି.ଏମ୍ ଶ୍ରୀ ନେସନାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ‘ପ୍ରବେଶ ଉତ୍ସବ’ ଓ ‘ଖଡ଼ିଛୁଆଁ’ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦମୟ ପରିବେଶରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଦାତା ଶ୍ରୀ ଗଣେଶ ଓ ମା ସରସ୍ୱତୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଗରିମାମୟ ଉପସ୍ଥିତିରେ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀର ନବ ଶିଶୁମାନଙ୍କୁ ଖଡ଼ିଛୁଆଁ କରାଯାଇ ତାଙ୍କର ଶିକ୍ଷାଜୀବନର ଶୁଭାରମ୍ଭ କରାଯାଇଥିଲା। ନବ ଭର୍ତ୍ତି ଶିଶୁମାନଙ୍କୁ ପାଠ୍ୟପୁସ୍ତକ, ବ୍ୟାଗ ଓ ଅନ୍ୟାନ୍ୟ ଶିକ୍ଷା ସାମଗ୍ରୀ ବଣ୍ଟନ କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀ ଓ ସେମାନଙ୍କ ପିତାମାତାଙ୍କ ମଧ୍ୟରେ ବିଭିନ୍ନ କଉତୁକିଆ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ସମ୍ମାନିତ ଅତିଥି ଭାବେ ନୂଆପଡ଼ା ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ତାରେଶ୍ୱରୀ ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ପ୍ରଶାନ୍ତ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ରେଶମଲାଲ ନାଏକ, ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀମତୀ ଗୀତାରାଣୀ ଯୋଶୀ, ଶିକ୍ଷାବିତ୍ ଡ଼ଃ ଶିବପ୍ରସାଦ ବେହେରା, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସା, ପ୍ରଧାନ ଶିକ୍ଷକ ଗୋଲାପ ଚନ୍ଦ୍ର ସାହୁ, ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ସଂଯୋଜକ ହେମନ୍ତ କୁମାର ଭୋଇ, ଶୁଭେନ୍ଦୁ କୁମାର ପାଢ଼ୀ, କମଳ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାପାଳ ତାଙ୍କ ଉଦ୍ବୋଧନରେ ଶିକ୍ଷାର ଗୁରୁତ୍ୱ ଉପରେ ଜୋର ଦେଇ ସମସ୍ତ ଶିଶୁଙ୍କୁ ନିୟମିତ ବିଦ୍ୟାଳୟ ଯିବାକୁ ଓ ଉଚ୍ଚ ଲକ୍ଷ୍ୟ ସାଧନ ପାଇଁ ପ୍ରେରିତ କରିଥିଲେ। ସେହିପରି ଜିଲ୍ଲାପାଳ ପତାକା ଦେଖାଇ ସମସ୍ତ ବ୍ଲକ ପାଇଁ ସଚେତନତା ଶିକ୍ଷା ରଥର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ସାଧନ କର୍ମୀ ଓ ସଂଯୋଜକମାନେ ସକ୍ରିୟ ସହଯୋଗ କରିଥିଲେ। ପ୍ରକାଶ ଥାଉ କି, ଆଜି ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ‘ପ୍ରବେଶ ଉତ୍ସବ’ ଓ ‘ଖଡ଼ିଛୁଆଁ’ କାର୍ଯ୍ୟକ୍ରମ ଆୟଜିତ ହୋଇଛି।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ