ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)ଦଳ ତରଫରୁ ଆଗାମୀ ଡିସେମ୍ବର ୯ ତାରିଖରେ ୯ ଦଫା ଦାବି ନେଇ ମୟୂରଭଞ୍ଜ ବନ୍ଦ ଡାକରା।

Nov 17, 2026 - 15:41
 0  42
ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)ଦଳ ତରଫରୁ ଆଗାମୀ ଡିସେମ୍ବର ୯ ତାରିଖରେ ୯ ଦଫା ଦାବି ନେଇ ମୟୂରଭଞ୍ଜ ବନ୍ଦ ଡାକରା।

1\. ଆଦିବାସୀ ପରମ୍ପରାକୁ ନଷ୍ଟ କରୁଥିବା ଶକ୍ତିକୁ ଦୃଢ଼ ହସ୍ତରେ ଦମନ କରିବା। ଓ କେନ୍ଦ୍ରରେ ବସିଥିବା ବ୍ୟକ୍ତିଙ୍କ ଦ୍ୱାରା ଘଟଣାର ପୁନରାବୃତ୍ତି ନ ହେବା ପାଇଁ ସରକାର ଏକ ସ୍ୱତନ୍ତ୍ର ପଦକ୍ଷେପ ନେବା ଦାବିରେ। 2\. ଆଦିବାସୀ ବହୁଳ ଜିଲ୍ଲା ମୟୂରଭଞ୍ଜରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରୁ ଆରମ୍ଭ କରି ଜିଲ୍ଲାର ଏକମାତ୍ର ମେଡିକାଲ କଲେଜର ସ୍ୱାସ୍ଥ୍ୟ ସେବାର ଉନ୍ନତି ଦାବିରେ। 3\. ଇ-୨୦ ପେଟ୍ରୋଲ ଏବଂ ଡିଜେଲର ଦର ହ୍ରାସ ଅଥବା ୧୦୦% ଖାଣ୍ଟି ଡିଜେଲ ଓ ପେଟ୍ରୋଲ ଯୋଗାଇବା ସହିତ ବର୍ଦ୍ଧିତ ବସ୍‌ଭଡ଼ାକୁ ହ୍ରାସ କରିବା ଦାବିରେ। 4\. ବେକାରୀ ସମସ୍ୟା ଦୂର ପାଇଁ ଜିଲ୍ଲାରେ ବହୁତ ଶିଳ୍ପ ପ୍ରତିଷ୍ଠା ଦାବିରେ। 5\. ମୟୂରଭଞ୍ଜରେ ରେଳ ବିକାଶକୁ ଗତିଶୀଳ କରିବା ଦାବିରେ। 6\. ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନଙ୍କୁ ରାହାତ ପ୍ରଦାନ ଓ ପୋଲ ଗୁଡ଼ିକୁ ଶୀଘ୍ର ମରାମତି ସହିତ ମୟୂରଭଞ୍ଜ ପାଇଁ ଏକ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା ଦାବିରେ। 7\. ଡବଲ ଇଞ୍ଜିନ ସରକାରରେ ନିର୍ବାଚନୀ ଇସ୍ତାହାର ମୁତାବକ ୩୦୦ ୟୁନିଟ୍ ବିଜୁଳି ବିଲ୍ ଛାଡ଼ ଓ ଭତ୍ତା ରାଶି ୩୦୦୦ ଟଙ୍କାକୁ ବୃଦ୍ଧି ଦାବିରେ। 8\. କୃଷି ଋଣ ଛାଡ଼ କରିବା ଦାବିରେ। 9\. ଜିଲ୍ଲାର ଗ୍ରାମାଞ୍ଚଳରେ ଥିବା ସମସ୍ତ ବିଦ୍ୟାଳୟ ମାନଙ୍କରେ ୨ରୁ ଅଧିକ ଶିକ୍ଷକ ନିଯୁକ୍ତି ଦାବିରେ।

What's Your Reaction?

Like Like 1
Dislike Dislike 1
Love Love 0
Funny Funny 1
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ