ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତାଙ୍କ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବୀ ପତ୍ର ପ୍ରଦାନ

Sep 17, 2026 - 18:36
 0  107
ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତାଙ୍କ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବୀ ପତ୍ର ପ୍ରଦାନ

ବାରିପଦା - ତା ୧୬/୦୯/୨୬ ରିଖ ମୟୂରଭଞ୍ଜ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ନବ ନିର୍ବାଚିତ କର୍ମକର୍ତ୍ତା ଏବଂ ଉପଦେଷ୍ଟା ମଣ୍ଡଳୀ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଗୌତମ କୁମାର ପାତ୍ରଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି I ଏହି ଅବସରରେ ସଂଘ ପକ୍ଷରୁ ଜିଲ୍ଲାର ପ୍ରାଥମିକ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ବିଭିନ୍ନ ମୌଳିକ ସମସ୍ୟା ଉପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା କରାଯିବା ସହ ମୁଖ୍ୟତଃ ପାଞ୍ଚ ଦଫା ଦାବୀ ପତ୍ର ପ୍ରଦାନ କରାଯାଇଛି। ପ୍ରମୁଖ ଦାବୀ ଗୁଡିକ ମଧ୍ୟରେ ୧ - ଚାକିରୀରୁ ଅବସର ନେବା ଦିନ ସମସ୍ତ ପ୍ରାପ୍ୟ ପ୍ରଦାନ, ୨ - ଲେବେଲ ୫ (ଏ ) ରୁ ଏ ବି ଇ ଓ ପର୍ଯ୍ୟନ୍ତ ପଦୋନ୍ନତିକୁ ତ୍ୱରାନ୍ୱିତ କରିବା, ୩ - ଜି ପି ଏଫ ଉଠାଣ, ଇନ୍କ୍ରିମେଣ୍ଟ ପ୍ରଦାନରେ ଅର୍ଥ ଆଦାୟ ବନ୍ଦ, ୪ - ଜଣେ ଶିକ୍ଷକ ଥିବା ବିଦ୍ୟାଳୟରେ ଖାଲି ପଦ ପୂରଣ, ୫ - ଉଚ୍ଚ ବିଦ୍ୟାଳୟ ମାନଙ୍କରେ କାର୍ଯ୍ୟରତ ଥିବା ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ୬ଷ୍ଠ ରୁ ୮ମ ଶ୍ରେଣୀରେ ଶିକ୍ଷାଦାନ କାର୍ଯ୍ୟ ପ୍ରଦାନ ପାଇଁ ଆଦେଶ ପ୍ରଦାନ I ବିଶେଷ କରି ମୟୂରଭଞ୍ଜ ଜିଲ୍ଲାରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଆସନ୍ତା ସେପ୍ଟେମ୍ବର ୨୧ ତାରିଖର ଶୁଣାଣି ପରେ ତ୍ୱରାନ୍ୱିତ କରାଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସେଠି ପ୍ରତିଶୃତି ଦେଇଥିଲେ I ସଂଘର ସଭାପତି ଦିଲୀପ କୁମାର ପାତ୍ର, ସାଧାରଣ ସମ୍ପାଦକ ସୁନୀଲ କୁମାର ବୋଡ, ଉପଦେଷ୍ଟା ଆରତ କୁମାର ପରିଡା ଓ ବିମଳ କୁମାର ଆଚାର୍ଯ୍ୟ, ଉପ-ସଭାପତି ଗାୟତ୍ରୀ ବେହେରା ଓ ବନମାଳୀ ନାଏକ, ସାଙ୍ଗଠନିକ ସମ୍ପାଦକ ଲଳିତ କୁମାର ବେହେରା ଓ ଚନ୍ଦ୍ରାବତୀ ମହାନ୍ତ, କୋଷାଧ୍ୟକ୍ଷ ପ୍ରଦୀପ କୁମାର ଦେ, ଜିଲ୍ଲା ସଂଯୋଜକ ଚନ୍ଦ୍ର ମୋହନ ବେହେରା, ଜୋନାଲ ସମ୍ପାଦିକା ସବିତା ରାଣୀ ବାଗ ତଥା ସକ୍ରିୟ ସଦସ୍ୟ ସଞ୍ଜୟ ସାର୍ ପ୍ରମୁଖ ଉପସ୍ଥିତ ରହି ଦାବିଗୁଡିକ ଉପରେ ଆଲୋଚନା କରିଥିଲେ I ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସେଠୀ ସମସ୍ତ ଦାବିକୁ ସହାନୁଭୂତିର ସହ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି I

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ