ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଐତିହ୍ୟ ବିଦ୍ୟାଳୟର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ସମୀକ୍ଷା ବୈଠକ
ଝାରସୁଗୁଡା,୨୧।୧୧(ଫାଷ୍ଟ ନ୍ୟୂଜ ଓଡ଼ିଶା):ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଐତିହ୍ୟ ବିଦ୍ୟାଳୟର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ପ୍ରସ୍ତାବିତ ଐତିହ୍ୟ ବିଦ୍ୟାଳୟର DPR ଉପସ୍ଥାପନ କରାଯିବା ସହ ଏହା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଜିଲ୍ଲାପାଳ ଶ୍ରୀ ଚହ୍ବାଣ ପ୍ରକଳ୍ପର ସମସ୍ତ ବୈଷୟିକ ଦିଗକୁ ସମୀକ୍ଷା କରିଥିଲେ ଏବଂ ଉପସ୍ଥିତ ଯନ୍ତ୍ରୀ ଓ ଶିକ୍ଷା ବିଭାଗର ଅଧିକାରୀମାନଙ୍କ ସହ ବିଦ୍ୟାଳୟର ବ୍ଲୁପ୍ରିଣ୍ଟ ମଧ୍ୟ ସମୀକ୍ଷା କରିଥିଲେ। ପ୍ରସ୍ତୁତ ହୋଇଥିବା DPR ଏବଂ ବ୍ଲୁପ୍ରିଣ୍ଟ ଅତ୍ୟନ୍ତ ସନ୍ତୋଷଜନକ ହୋଇଥିବା ଦର୍ଶାଇ ଜିଲ୍ଲାପାଳ ଏହାକୁ ପ୍ରଶଂସା କରିବା ସହ ପ୍ରକଳ୍ପର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ତୁରନ୍ତ ଆରମ୍ଭ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୀକ୍ଷା ବୈଠକରେ ଝାରସୁଗୁଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲାର ସମସ୍ତ ବ୍ଲକ୍ ଶିକ୍ଷା ଅଧିକାରୀ, DIET ଅଧ୍ୟକ୍ଷ, ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ବରିଷ୍ଠ ବୈଷୟିକ ଅଧିକାରୀ ଓ ସମସ୍ତ ସହଯୋଗୀ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହା ସହିତ ଓଡ଼ିଶା ସେତୁ ଓ ନିର୍ମାଣ ନିଗମର ନିର୍ବାହୀ ଯନ୍ତ୍ରୀ ଓ ବରିଷ୍ଠ ସିଭିଲ୍ ଯନ୍ତ୍ରୀ, ଝାରସୁଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଝାରସୁଗୁଡା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୂଜ ଓଡ଼ିଶା
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0