ଗାଁକୁ ରାସ୍ତା ନଥିବା ଯୋଗୁଁ ଆସିପାରିନି ଆମ୍ବୁଲାନ୍ସ ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା

Sep 3, 2024 - 05:58
 0  106
ଗାଁକୁ ରାସ୍ତା ନଥିବା ଯୋଗୁଁ ଆସିପାରିନି ଆମ୍ବୁଲାନ୍ସ ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା

ସ୍ୱାଧୀନତାର ଦୀର୍ଘ ୭୮ ବର୍ଷ ପରେ ମଧ୍ୟ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଗୁଣ୍ଡୁରି ପଞ୍ଚାୟତ ଗଙ୍ଗପେନୁ ଗାଁର ଗର୍ଭବତୀ ମହିଳା ହସ୍ପିଟାଲ ଯିବାପାଇଁ ଆବଶ୍ୟକ ପଡୁଛି ଖଟିଆ। ଗାଁରେ ରାସ୍ତା ନଥିବା ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଆଜି ଗାଁର ଯଶୋଦା ମାଝୀ ନାମକ ଜଣେ ଗର୍ଭବତୀ ମହିଳା ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ହେଲେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁକୁ ଆସିପାରିନାହିଁ। ଫଳରେ ବାଧ୍ୟ ହୋଇ ପରିବାର ଓ ଗାଁଲୋକ ପାଖାପାଖି ୩ କିଲୋମିଟର ରାସ୍ତା ସରଲାଞ୍ଜି ଗାଁ ପଯ୍ୟନ୍ତ ତାଙ୍କୁ ଖଟିଆରେ ବୋହି ନେଇ ଆମ୍ବୁଲାନ୍ସରେ ଛାଡିଛନ୍ତି। ଏହାପରେ ପରେ ଯଶୋଦାଙ୍କୁ ଭବାନୀପାଟଣା ଜିଲ୍ଲା ଚିକିତ୍ସାଳୟରେ ଭର୍ତି କରାଯାଇଛି। ଗାଁକୁ ଭଲ ରାସ୍ତା ନିର୍ମାଣ ନେଇ ବାରମ୍ବାର ଗ୍ରାମବାସୀମାନେ ଅଭିଯୋଗ କରିଆସୁଛନ୍ତି। ହେଲେ ପ୍ରଶାସନ ସବୁଜାଣି ମଧ୍ୟ ନିଦାବିଷ୍ଣୁ ସାଜିଛି। ତେଣୁ ଏସବୁକୁ ନଜରରେ ରଖି ଜିଲ୍ଲା ତଥା ବ୍ଲକ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାପାଇଁ ସାଧାରଣରେ ଦାବି ହେଉଛି।

ରାୟଗଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ