କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଆଜି ୩୨ ତମ ବିଶ୍ଵ ଆଦିବାସୀ ଦିବସ ଧୁମ ଧାମ ରେ ପାଳନ

Aug 10, 2026 - 05:56
 0  4
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଆଜି ୩୨ ତମ ବିଶ୍ଵ ଆଦିବାସୀ ଦିବସ ଧୁମ ଧାମ ରେ ପାଳନ

ଲଷ୍ମୀପୁର:-୦୯/୦୮/୨୬ (ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଆଜି ୩୨ ତମ ବିଶ୍ଵ ଆଦିବାସୀ ଦିବସ ଧୁମ ଧାମ ରେ ପାଳନ ହୋଇଯାଇଛି।ଆଦିବାସୀ ପ୍ରଗତିବାଦୀ ସମାଜ ଦ୍ୱାରା ପରିଚାଳିତ ଏହି ଆଦିବାସୀ ଦିବସ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ପବିତ୍ର ସାଉଁତା ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା, ବ୍ଲକ ଅଧ୍ୟକ୍ଷା ସୁ୍ୱାଇ କୁଲେସିକା,ପୂର୍ବତନ ସାଂସଦ ଝିନ ହିକକା, ପୂର୍ବତନ ବିଧାୟକ କୈଳାଶ କୁଲେସିକା,ବିଜେଡ଼ି ନେତ୍ରୀ କୌଶଲ୍ୟା ହିକକା ଙ୍କ ସମେତ ବ୍ଲକ ର ନିର୍ବାଚିତ ଲୋକପ୍ରତିନିଧି ମାନେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମ ଉପଲକ୍ଷେ ବିରାଟ ବଡ଼ ଶୋଭା ଯାତ୍ରାର ଆୟୋଜନ କରାଯାଇଥିଲା।ପାରମ୍ପାରିକ ବେଶ ଭୂଷାରେ ସୁସଜିତ ଆଦିବାସୀ ସଂପ୍ରଦାୟର ଲୋକେ ସ୍ଥାନୀୟ ରେଳବାଇ ଛକରୁ ଢେମସା ନୃତ୍ୟର ତାଳେ ତାଳେ ବାଜା ବଜେଇ ବ୍ଲକ ପଡିଆ ରେ ପହଂଚି ଥିଲେ। ବସ ଷ୍ଟାଣ୍ଡ ରେ ଥିବା ଡ଼. ଆମ୍ଭେଦକର ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା।ବ୍ଲକ ପଡିଆରେ ଆୟୋଜିତ ସମାବେଶ ରେ ପ୍ରଥମେ ଆଦିବାସୀ ବେଜୁଣୀ ମାନଙ୍କ ଦ୍ୱାରା ସେମାନଙ୍କ ଅସ୍ତ୍ର ଶସ୍ତ୍ର ଓ କୃଷି ପାଇଁ ବ୍ୟବହୃତ ସାମଗ୍ରୀ କୁ ପୂଜା କରାଯାଇଥିଲା..ପରେ ଅଦିବାସୀ ଯୁବତୀ ମାନେ ଢେମସା ନୃତ୍ୟ ସହ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିଲେ....ବର୍ତମାନ ଆଦିବାସୀ ଆଉ ଆଗଭଳି ନୁହଁନ୍ତି, ଅନେକ ପରିବର୍ତନ ହୋଇଛନ୍ତି, ସମାଜ ରେ ଅନେକ ଶିକ୍ଷିତ ବ୍ୟକ୍ତି ରାଜ୍ୟ ତଥା ଭାରତ କୁ ପ୍ରତିନିଧିତ୍ୱ କରୁଛନ୍ତି, ଏକ ତୃତୀୟାଂଶ ଲୋକେ ସମାଜ ର ମୁଖ୍ୟ ସ୍ରୋତ ରେ ଆସିଯାଇଥିବା ଅତିଥି ମାନେ ପ୍ରକାଶ କରିଥିଲେ।ଦୁଃଖ ର ବିଷୟ କିନ୍ତୁ ଆଦିବାସୀ ମାନେ ପାରମ୍ପରିକ କଥା କିଛି ଭୁଲି ଗଲେଣି, ଆଗଭଳି ଆଉ ଆଦିବାସୀ ପର୍ବପର୍ବାଣି ମଧ୍ୟ ଠିକ ଭାବେ  ପାଳନ କରାଯାଉନି,ତେଣୁ ସମସ୍ତେ ଏକ ହୁଅ, ସଙ୍ଘ ଠିତ ହୋଇ ଆଦିବାସୀ ପରମ୍ପରା କୁ ନଭୁଲିବାକୁ କୁହାଯାଇଥିଲା...ଲକ୍ଷ୍ମୀପୁର ବ୍ଲକ୍ ଆଦିବାସୀ ପ୍ରଗତିବାଦୀ ସମାଜ ସଂଘର ସଭାପତି ଆପାରାଓ ୱାଡେକାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ରେ ସମ୍ପାଦକ ରାଧେଶ୍ୟମ ଯାନୀ, ଦୁଃଖିଶ୍ୟାମ ମିନିଆକା, ବସନ୍ତ ମିନିଆକା, ,ପୁୟୁ ମିନିଆକା, ଜାକିନ ହୁଇକା, ଶ୍ୟାମ ସୁନ୍ଦର ତାଡିଙ୍ଗ ଙ୍କ ଯୁବକ ମାନେ ସହଯୋଗ ପ୍ରମୁଖ ସହଯୋଗ ଦେଇଥିଲେ।  କୁଇ ଭାଷାରେ ଅନେକ ଯୁବପ୍ରତିଭା ଗୀତ ଗାଇ ମଞ୍ଚ କୁ ଦୁଲୁକାଇ ଦେଇଥିବା ବେଳେ ବିଭିନ୍ନ ଅଂଚଳ ର ଆଦିବାସୀ ଯୁବତୀ ମାନେ ଢେମସା ନୃତ୍ୟ ପରିବେଷଣ କରିଥିଲେ।ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସକାଶେ ଲକ୍ଷ୍ମୀପୁର ପୋଲିସ ଉପସ୍ଥିତ ରହିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ