ଓଡ଼ିଶାରେ ପ୍ରଥମ ଥର ପାଇଁ ଝାରସୁଗୁଡ଼ା ଜିଲ୍ଲାରେ ପିପିପି ମୋଡ୍ରେ ଅତ୍ୟାଧୁନିକ ସ୍ୱତନ୍ତ୍ର ହୃଦ୍ରୋଗ ହସ୍ପିଟାଲ୍ ଏବଂ କ୍ରିଟିକାଲ୍ କେୟାର ୟୁନିଟ୍ ଆରମ୍ଭ ହୋଇ ରାଜ୍ୟ ତଥା ସମଗ୍ର ପଶ୍ଚିମ ଓଡ଼ିଶାବାସୀଙ୍କ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ିଛି
ଝାରସୁଗୁଡା,୧୫।୧୧(ଫାଷ୍ଟ ନ୍ୟୂଜ ଓଡ଼ିଶା):ଝାରସୁଗୁଡ଼ାବାସୀଙ୍କ ଦୀର୍ଘଦିନର ପ୍ରତୀକ୍ଷା ଓ ଦାବିର ପରିସମାପ୍ତି ଘଟାଇ ଆଜି ସ୍ଥାନୀୟ ‘ବି.ଏମ୍.ଆର୍.ସି. ହୃଦ୍ରୋଗ ଚିକିତ୍ସାଳୟ’ ଆନୁଷ୍ଠାନିକ ଭାବେ ଲୋକାର୍ପିତ ଓ କାର୍ଯ୍ୟକ୍ଷମ ହୋଇଛି। ଭାରତ ସରକାରଙ୍କ ମହାନଦୀ କୋଲଫିଲ୍ଡସ୍ ଲିମିଟେଡର ସି.ଏସ୍.ଆର୍ ପାଣ୍ଠିରୁ ୨୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମିତ ହୋଇଥିବା ବେଳେ, କଲିକତାର ବି.ଏମ୍.ଆର୍.ସି ଏହାକୁ ଅପରେସନାଲ ମୋଡ୍ରେ ସଫଳତାର ସହ ପରିଚାଳନା କରୁଅଛି। ଏହି ଗୌରବମୟ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏବଂ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଅତ୍ୟାଧୁନିକ ହୃଦ୍ରୋଗ ଚିକିତ୍ସା କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି। କାର୍ଯ୍ୟକ୍ରମରେ ବରଗଡ଼ ଲୋକସଭା ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ, ଝାରସୁଗୁଡ଼ା ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ, ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ଶକ୍ତି ପ୍ରକାଶ ପାଢ଼ୀ, ବି.ଏମ୍.ଆର୍.ସି.ର ପରିଚାଳନା ନିର୍ଦ୍ଦେଶିକା ସୁଶ୍ରୀ ମିତା ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅତ୍ୟାଧୁନିକ ଚିକିତ୍ସା ଏବେ ଝାରସୁଗୁଡ଼ାରେ ୨୪x୭ ଜରୁରୀକାଳୀନ ହୃଦ୍ରୋଗ ସେବା (ଜରୁରୀକାଳୀନ ଯୋଗାଯୋଗ ନମ୍ବର: ୮୨୬୬୦୭୪୮୪୪) ସହ ଉପଲବ୍ଧ ରହିଛି।
ଝାରସୁଗୁଡା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୂଜ ଓଡ଼ିଶା
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0