ସାଙ୍ଗାନ୍ନା ଉଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା

Nov 8, 2024 - 16:26
 0  13
ସାଙ୍ଗାନ୍ନା ଉଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସାଙ୍ଗାନ୍ନା ଉଚ୍ଚ ବିଦ୍ୟାଳୟ ପରିଶରରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ଉଦ୍ଘାଟନୀ ଉତ୍ସବରେ ଲକ୍ଷ୍ମୀପୁର ଯୁବ ବିଧାୟକ ପବିତ୍ର ସାଉଁତା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ୍ୟା ସୁଆଇ କୁଲେସିକା,ଉପାଧ୍ୟକ୍ଷା ଆରତୀ କୁଲଦୀପ, ଲକ୍ଷ୍ମୀପୁର ସରପଞ୍ଚ ଶ୍ୟାମ ସୁନ୍ଦର ତାଡିଙ୍ଗି, ସାଂସଦ ପ୍ରତିନିଧି କୈଳାସ ଖସଲା, ବିଧାୟକ ପ୍ରତି ନିଧି ମଣ୍ଟି ଖରା, ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରିୟମ୍ବଦା ପାତ୍ର,ବିଭୁତି ଭୂଷଣ ଟାକ୍ରୀ, ସାହିତ୍ୟ ପରିଷଦ ସଭାପତି ମହାଦେବ ଶତପଥୀ,ଅବସର ପ୍ରାପ୍ତ ହିନ୍ଦୀ ଶିକ୍ଷକ ଫକୀର ମୋହନ ସାହୁ,ବଣିକ ସଙ୍ଘ ସଭାପତି ମନୋଜ ସାହୁ,ପୂର୍ବତନ ଛାତ୍ର ଭି.ନାଗା ରାଜୁ ପ୍ରଭୁତି ଯୋଗ ଦେଇଥିଲେ। ଏହି କାର୍ଯ୍ୟ କ୍ରମରେ ଯୋଗ ଦେଇଥିବା ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ ପରେ ଠାକୁରଙ୍କ ନିକଟରେ ପୂଜାର୍ଚନା କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ଅତିଥି ମାନେ ଏଥିରେ ଭାଗ ନେଇଥିବା ୬୩ଟି ପ୍ରକଳ୍ପ ବୁଲି ଦେଖିବା ସହ ତା ବିଷୟରେ ପଚାରି ବୁଝିଥିଲେ।ଏଥିରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରକଳ୍ପ ଗୁଡିକ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ରେ ଭାଗ ନେବାକୁ ମନୋନୀତ ହୋଇଥିବା ବେଳେ ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ଓ ଟ୍ରଫି ପ୍ରଦାନ କରା ଜାଇଥିଲା।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳଙ୍କ ସଭାପତିତ୍ୱରେ ଏହି ଜର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ମେଳା ପରିଚାଳନା କରିଥିଲେ।ଏଥିରେ ଭାଗ ନେଇଥିବା ପ୍ରତ୍ୟେକ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟତ୍ରୀଙ୍କ ସମେତ ସାଙ୍ଗାନ୍ନା ଉଚଗା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ପ୍ରତ୍ୟେକ କ୍ଷେତ୍ରରେ ସହଯୋଗ କରିଥିଲେ।

ଲଷ୍ମୀପୁର ରୁ ପ୍ରମୋଦ ଜେନାଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ