।। ଲାଞ୍ଚ ନେଇ କନିଷ୍ଟ ଯନ୍ତ୍ରୀ ନିଲମ୍ବିତ ବୈପାରୀଗୁଡ଼ା।।

May 9, 2023 - 21:08
 0  99
।। ଲାଞ୍ଚ ନେଇ କନିଷ୍ଟ ଯନ୍ତ୍ରୀ ନିଲମ୍ବିତ ବୈପାରୀଗୁଡ଼ା।।

ବୈପାରୀଗୁଡ଼ା ବ୍ଲକ ମାଠପଡ଼ା ଗ୍ରାମ ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ ଲାଞ୍ଚ ନେଇ ନିଲମ୍ବିତ । ସୂଚନା ଅନୁଯାୟୀ ବୈପାରୀଗୁଡ଼ା ବ୍ଲକ ମାଠପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୂଷାପଦର୍ ଗ୍ରାମର ମନରେଗା ଯୋଜନାର ଖେଳ ପଡ଼ିଆ କାମର ବିଲ୍ କରିଦେବା ପାଇଁ ମାଠପଡ଼ା ଗ୍ରାମ ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ ଶ୍ରୀ ପ୍ରତାବ କୁମାର୍ ସାହୁ ଦଶ ହଜାର ଟଙ୍କା ଲାଞ୍ଚ ମାଗୁଥିବା ସହ ଅସଲ୍ୟ ଭାଷାରେ କଥା ବାର୍ତ୍ତା କରିଥିବା ଏକ ଭିଡିଓ ଭାଇରାଲ ହେଇଥିଲା । ମାଠପଡ଼ା ଗ୍ରାମ ପଞ୍ଚାୟତର କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଏକ ଠିକାଦାରଙ୍କୁ ଖେଳ ପଡ଼ିଆ କାମର ବିଲ ପାସ୍ କରିଦେବା ପାଇଁ ବିଚ୍ ରୋଡ ଉପରେ ଖୁଲମ୍ ଖୋଲା ଭାବେ ଠିକାଦାରଙ୍କୁ ଦଶ ହଜାର ଟଙ୍କା ଲାଞ୍ଚ ମାଗି ଥିଲେ । କିନ୍ତୁ ଠିକାଦାର ଜଣଙ୍କ ପାଞ୍ଚ ହଜାର ଟଙ୍କା ଦେଇଥିଲେ । କନିଷ୍ଠ ଯନ୍ତ୍ରୀ ଏତିକି କୋଣ ଦଉଛୁ କାଲି ପାଇଁ ଆଉ ପାଞ୍ଚ ହଜାର ରଖ ବୋଲି କହୁଥିବା ଭିଡିଓ ଭାଇରଲ ହେବା ସହ ଗଣ ମାଧ୍ୟମାରେ ପ୍ରକାଶ ପାଇଥିଲା । ପରବର୍ତ୍ତୀ ସମୟ ପରେ ତଦନ୍ତ କରି କୋରାପୁଟ ଜିଲ୍ଲା ପାଳ ଅବଦୁଲ୍ ଏମ୍ ଅଗତର୍ କନିଷ୍ଠ ଯନ୍ତ୍ରୀ ଶ୍ରୀ ପ୍ରତାବ୍ ସାହୁଙ୍କୁ ନିଲମ୍ବିତ କରିଥିବା ଜଣା ପଡ଼ିଛି । ସ୍ଥାନ :- ବୈପାରିଗୁଡ଼ା କୋରାପୁଟ ବୈପାରିଗୁଡ଼ା ରୁ ଗୋମତି ପାଙ୍ଗି ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ