ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

Nov 18, 2026 - 17:46
 0  2
ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ପଡ଼ିଆ: ୧୭/୧୧: ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ସଦର ଅନୂସୂଚିତ ଜାତି ଓ ଜନଜାତି ଉଚ୍ଚବିଦ୍ୟାଳୟରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିର ରେ ମୋଟ ୪୧୭ ଜଣ ହିତାଧିକାରୀ ପଞ୍ଜିକରଣ କରିଛନ୍ତି । ୨୯୪ ଜଣ ଭିନ୍ନକ୍ଷମ ମୂଲ୍ୟାୟନ କରାଯାଇଥିବା ବେଳେ ସେଥିରୁ ମାନସିକ ଭିନ୍ନକ୍ଷମ ବର୍ଗରେ ୨୧ଜଣ, ଦୃଷ୍ଟିବାଧିତା ବର୍ଗରେ ୩୩ ଜଣ, ଶାରୀରିକ ଭିନ୍ନକ୍ଷମ ବର୍ଗରେ ୨୦୪ଜଣ, ବଧିର ଓ ଵାକ୍ ଶକ୍ତି ସମ୍ବନ୍ଧୀୟ ଭିନ୍ନକ୍ଷମ ବର୍ଗରେ ୫୪ ଜଣ ଏବଂ ପ୍ରୋବର୍ଗରେ ୩ ଜଣଙ୍କ ମୂଲ୍ୟାୟନ କରାଯାଇଥିଲା । ଏଥିସହିତ ୪୬ ଜଣ ହିତାଧିକାରୀଙ୍କ ଠାରୁ ପେନସନ ଆବେଦନ, ୫୦ ଜଣଙ୍କ ଠାରୁ ବସ୍ ପାସ ଏବଂ ୬ଜଣଙ୍କ ଠାରୁ ଜାତୀୟ ପରିବାର ମଙ୍ଗଳ ଯୋଜନା ପାଇଁ ଆବେଦନ ଗ୍ରହଣ କରାଯାଇଥିଲା । ଆଜି ର ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ପଡ଼ିଆ ବ୍ଲକ ସାଂସଦ ପ୍ରତିନିଧି ପି.ଭେଙ୍କେଟେଶ୍ଵର ରାଓ, ସମ୍ମାନିତ ଅତିଥି ଭାବେ ପଡ଼ିଆ ବ୍ଲକ ଅଧ୍ୟକ୍ଷା ଦେବେ ମାଡି, ପଡ଼ିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରବିନ୍ଦ ପ୍ରଧାନ, ବିଧାୟକଙ୍କ ବ୍ଲକ ପ୍ରତିନିଧି ମନ ଦୀପଙ୍କର ରାୟ, ଡିପିଏଚ୍ଓ ଡ଼ଃ ଅବିନ୍ଦ ହୁସେନ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳ ଧାରୁଆ, ପଡ଼ିଆ ସରପଞ୍ଚ ଗଙ୍ଗା କାରାମ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ କୁ ପଡ଼ିଆ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦେଶା କାମରାମଙ୍କ ଦ୍ବାରା ପରିଚାଳିତ ହୋଇଥିବା ବେଳେ ମିଥୁନ ସର୍ଦ୍ଧାର ଓ ବିଭିନ୍ନ ପଞ୍ଚାୟତର ଅଧିକାରୀ ଓ ଶିକ୍ଷା ବିଭାଗର ଅଧିକାରୀ ମାନେ ସହଯୋଗ କରିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ