ଭଂଜପୁର ଜଗଦ୍ଧାତ୍ରୀ ମେଳାର ୯ମ ସନ୍ଧ୍ୟା ଜୁନିୟର ସୋଲୋ ଡ୍ୟାନ୍ସ ପ୍ରତିଯୋଗିତା

Nov 11, 2025 - 19:47
 0  25
ଭଂଜପୁର ଜଗଦ୍ଧାତ୍ରୀ ମେଳାର ୯ମ ସନ୍ଧ୍ୟା ଜୁନିୟର ସୋଲୋ ଡ୍ୟାନ୍ସ ପ୍ରତିଯୋଗିତା

ବାରିପଦା - ତା :- ୧୧/୧୧/୨୦୨୫ ରିଖ ସ୍ଥାନୀୟ ଭଂଜପୁର ଠାରେ ଉତ୍ତର ଓଡିଶାର ପ୍ରସିଦ୍ଧ ଜଗଦ୍ଧାତ୍ରୀ ମେଳାର ୯ମ ସନ୍ଧ୍ୟାରେ ଜୁନିୟର ଗ୍ରୁପର ସୋଲୋ ଡ୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ୧୦ ବର୍ଷରୁ କମ ୧୨୪ ଜଣ ପ୍ରତିଯୋଗୀଙ୍କୁ ନେଇ ଏକ ଅଡିସନ ହୋଇଥିଲା I ସେମାନଙ୍କ ମଧ୍ୟରୁ ଯେଉଁ ୬୯ ଜଣ ଫାଇନାଲକୁ ଉନ୍ନୀତ ହୋଇଥିଲେ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ସ୍ନେହାଶ୍ରୀ ସଲୋନୀ କାର୍ଯ୍ୟକ୍ରମର ଉପସ୍ଥାପନା କରିଥିଲେ I କୃତୀ ପ୍ରତିଯୋଗୀଙ୍କୁ ୧୪ ତାରିଖ ଉଦଯାପନୀ ଉତ୍ସବରେ ପୁରସ୍କୃତ କରାଯିବ ବୋଲି କାର୍ଯ୍ୟକ୍ରମ ମୁଖ୍ୟ ପ୍ରିତମ ପଣ୍ଡା ଜଣାଇଛନ୍ତି I ବାଲେଶ୍ୱରର ରମିୟା ହୁଇ ଏବଂ ବାରିପଦାର ମେଘା ସାହା ବିଚାରକ ଭାବେ ଯୋଗ ଦେଇଥିଲେ I କୁନିକୁନି କଳାକାରଙ୍କ ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା I ସାସ୍କୃତିକ ସମ୍ପାଦକ କିଶୋର ପଲେଇଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମକୁ ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ତଥା ଅବିନାଶ ରଥ, ଅନିଶ ମିଶ୍ର, ଆଲୋକ ବାରିକ ଓ ପ୍ରତୀକ ବାରିକ ପରିଚାଳନା କରିଥିଲେ I ଆସନ୍ତାକାଲି ସିନିୟର ସୋଲୋ, ଡୁଏଟ ଏବଂ ଗ୍ରୁପ ଡ୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ସାଂସ୍କୃତିକ ସମ୍ପାଦକ ଶ୍ରୀ ପଲେଇ ଜଣାଇଛନ୍ତି I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ