ପୁରୁଣା ପେନସନ ପାଇଁ ଦାବୀପତ୍ର ପ୍ରଦାନ

Sep 27, 2024 - 21:57
 0  14
ପୁରୁଣା ପେନସନ ପାଇଁ ଦାବୀପତ୍ର ପ୍ରଦାନ

ନୂଆପଡା : ପୁରୁଣା ପେନସନ ପାଇଁ ଜାତୀୟ ଆନ୍ଦୋଳନ ଓଡ଼ିଶା ରାଜ୍ୟ ଶାଖା ସଭାପତି ବିଜୟ ମଲ୍ଲ ଙ୍କ ଆହ୍ଵାନ କ୍ରମେ ନୂଆପଡ଼ା ଜିଲ୍ଲା ଆବାହକ ଶ୍ରୀ ପ୍ରଶାନ୍ତ ପଣ୍ଡା ଓ ଶ୍ରୀ ନରୋତ୍ତମ ଭୋଇ ଙ୍କ ନେତୃତ୍ୱରେ ନୂତନ ପେନସନ ଉପଭୋକ୍ତା ସରକାରୀ କର୍ମଚାରୀ ମାନେ ନୂତନ ପେନସନ ନିୟମକୁ ଉଚ୍ଛେଦ କରି ପୁରୁଣା ପେନସନ ନିୟମ ଲାଗୁକରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ସରକାର ଓ ମାନ୍ୟବର ପ୍ରଧାନମନ୍ତ୍ରୀ ଭାରତ ସରକାରଙ୍କୁ ଜିଲ୍ଲାପାଳ ଦାୟିତ୍ୱରେ ଥିବା ଏ.ଡି.ଏମ. ଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରିଥିଲେ। ଦାବି ପତ୍ର ପ୍ରଦାନ ସମୟରେ ଶ୍ରୀ ଜୀତେନ୍ଦ୍ର ଖମାରୀ, ମକରଧ୍ବଜ ବାରିକ, ସୁବଳ ଶ୍ୟାମ ପଣ୍ଡା, ପ୍ରେମ୍ଲାଲ ସତ୍ନାମି, ଧବଳେଶ୍ଵର ହରିଜନ, ଉପେନ୍ଦ୍ର ପାଣିଗ୍ରାହୀ, ପୁରୁ ସଗରିଆ, ଗଣେଶ ରାମ ଦୁବେ, ଆୟୁବ୍ ଖାନ୍, ରାଜେନ୍ଦ୍ର ଖମାରୀ ତଥା ଉପଦେଷ୍ଟା ଅଶୋକ ବାରିକ୍ ଓ ସୁତିକ୍ଷ୍ଣ୍ ଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ।

ନୂଆପଡାରୁ ନିଶ୍ବନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ