ପୁଣିତରେ ସରପଞ୍ଚ କୁ ଉଠେଇନେଲା M.P ପୋଲିସ।

First News Odisha

Mar 27, 2025 - 09:30
 0  13
1 / 1

1.

ପୁଣିତରେ ସରପଞ୍ଚ କୁ ଉଠେଇନେଲା M.P ପୋଲିସ।

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଆନ୍ଦ୍ରଓଡିଶା ସୀମାନ୍ତ ଗୋଲୁର ପଞ୍ଚାୟତ ସରପଞ୍ଚ କୁ ପୁଣି ବାନ୍ଧିଲା MP ପୋଲିସ। ସୂଚନା ଅନୁଯାଇ ଗତ ୨୦୨୩ମସିହାରେ ସ୍ଥାନୀୟ ନିଜ ଅଞ୍ଚଳରୁ ମଧ୍ୟ ପ୍ରଦେଶ କୁ ଗଞ୍ଜେଇ ଚାଲାଣ ମାମଲାରେ ବୁଧବାର ଦିନ ମଧ୍ୟପ୍ରଦେଶ ପୁଲିସ ଏକଟିମ ସହିତ ପାଡୁଆ ପହଞ୍ଚି ସରପଞ୍ଚ ସୁବାସ ପାଙ୍ଗିଙ୍କୁ ଗିରପ କରିଛନ୍ତି ବୋଲି ଜଣାପଡିଛି। ସୂଚିତ ଯେ ଆନ୍ଦ୍ରପ୍ରଦେଶ ପୁଲିସ ଗତଦୁଇବର୍ଷ ତଳେ ଏକ ଗଞ୍ଜେଇ ଚାଲାଣ ମାମଲାରେ ଗୋଲୁର ସରପଞ୍ଚ ସୁବାସ ପାଙ୍ଗି ଙ୍କୁ ଗିରପ କରିଥିଲା। ଏହା ପରେ ତାଙ୍କୁ ସରପଞ୍ଚ ପଦବୀରୁ ନୀଳମ୍ବିତ କରାଯାଇଥିଲା। ମାମଲାର ସମାଧାନ ପରେ ଗତ ଏକମାସ ତଳେ ସେ ନିଜପଞ୍ଚାୟତ କୁ ପେରିପାଇଥିଲେ। ଓ ସରପଞ୍ଚ ପଦବୀ ମଧ୍ୟ ପେରିପାଇଥିଲେ। ସରପଞ୍ଚ ଭାବେ ଦାଇତ୍ୱ ନେବାର ମାସକ ପରେ ପୁଣି ତରେ ବୁଧବାର ସମାନ ମାମଲାରେ ମଧ୍ୟପ୍ରଦେଶ ପୁଲିସ ସୁବାସ ପାଙ୍ଗିଙ୍କୁ ଗିରପ କରିଛି।

ନନ୍ଦପୁର ରୁ ଶଙ୍କର ପାଙ୍ଗିଙ୍କ ରିପୋର୍ଟ ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା 

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ