ନୂତନ ଜିଲ୍ଲା କଂଗ୍ରେସ ସଭାପତି ଙ୍କ ସମର୍ଦ୍ଧନା ସଭା ଆୟୋଜିତ
ବାରିପଦା -ତା 11/11/25 ରିଖ -ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ଙ୍କୁ ବାରିପଦା ସ୍ଥିତ ସହିଦ ସୃତି ଭବନ ରେ ମହାଆଡ଼ମ୍ବରରେ ପାଳିତ ହୋଇଛି ସମ୍ବର୍ଦ୍ଧନା ସଭା. ଜିଲ୍ଲା ସଭାପତି ଙ୍କୁ ସ୍ୱାଗତ କରିବା ପାଇଁ ସମସ୍ତ ବ୍ଲକ ରୁ ଜିଲ୍ଲା ସଦର ସଦର ମହକୁମା ବାରିପଦା କୁ ଉତ୍ସାହିତ ହୋଇ ଛୁଟି ଆସିଥିଲେ କଂଗ୍ରେସ କର୍ମୀ ଓ ପ୍ରେମୀ. ପ୍ରଥମେ ମଧୁବନ ପଡିଆ ଠାରୁ ବିଶାଳ ବାଇକ ରାଲି ରେ ମାନ୍ୟବର ଜିଲ୍ଲା ସଭାପତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ଙ୍କୁ ଏକ ସୁସଜିତ ଖୋଲା ଗାଡି ରେ ସଭାସ୍ଥଳ କୁ ପାଛୋଟି ଆଣିଥିଲେ କଂଗ୍ରେସ କର୍ମୀ. ସଭାସ୍ଥଳ ପହଁଚିବା ପରେ ମହିଳା କଂଗ୍ରେସ ତରଫରୁ ପୁଷ୍ପ ବୃଷ୍ଟି କରି ମଞ୍ଚ କୁ ପାଛୋଟି ନେଇଥିଲେ. ଆଜି ର ସଭାକାର୍ଯ୍ୟ ରେ କଂଗ୍ରେସ କର୍ମୀ ଉତ୍ସାହିତ ଥିବାର ପରିଲକ୍ଷିତ ହୋଇ ଥିଲା, ସମସ୍ତ କର୍ମୀ ଙ୍କ ମୁହଁରେ ଗୋଟିଏ କଥା ପୂର୍ଣ୍ଣ ଭାଇ ଆଗେ ବଡ ହମ୍ ତୁମର ସାତ ହୈ, ଏହି ସ୍ଲୋଗାନ ରେ ସଭାସ୍ଥଳ ପ୍ରଂକପିତ ହୋଇଥିଲା.ପୂର୍ବତନ ମୟୁରଭଞ୍ଜ ଜିଲ୍ଲାକଂଗ୍ରେସ ସଭାପତି ଶ୍ରୀ ହିମାଂଶୁ ପରିଡା ଙ୍କ ସଭାପତିତ୍ବ ରେ ମଂଚାସୀନ ଥିଲେ ବରିଷ୍ଠ କଂଗ୍ରେସ ନେତା ବିଜନ ଦାସ, ଚୈତନ୍ ହାଁସଦା, ଜୟତିପ୍ରକାଶ ରଥ, ଯୁବନେତା ଦୁଃଖିଶ୍ୟାମ ମୁର୍ମୁ, ଦୀପକ ଦାସ, ଅଂଶୁମାନ ଦାସ, ଶାନ୍ଟୁନୁ ପାଲ, ମହିଳା ନେତ୍ରୀ ରଂଜିତା ଯୋଶୀ, ସସ୍ମିତା ଘୋସେଲ, ସମସ୍ତେ ନିଜ ବକ୍ତ୍ୟବ ରେ କହିଥିଲେ ଯେ ପୂର୍ଣଚନ୍ଦ୍ର ବିଶ୍ୱାଳ ଙ୍କ ନେତୃତ୍ୱ ରେ ଆଗାମୀ ଦିନରେ ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ସୃଦୁଡ଼ ହେବା ସହିତ କଂଗ୍ରେସ ତାର ପୂର୍ବ ଗୌରବ ଫେରିପାଇବ. ନବ ନିଯୁକ୍ତ ଜିଲ୍ଲା ସଭାପତି ସମର୍ଦ୍ଧନା ର ପ୍ରତି ଉତ୍ତର ରେ ବକ୍ତବ୍ୟ ରେ କହିଥିଲେ ଯେ ସମ୍ୱର୍ଦ୍ଧନା ମୋ ପାଇଁ ଏକ ଆଙ୍କlକ୍ଷା ଏବଂ ଅହଂକାର ନ ହୋଇ ଜିଲ୍ଲା ରେ କଂଗ୍ରେସ ସଂଗଠନ କୁ ମଜବୁତ କରିବାରେ ମୁଁ ଦୃଢ ପ୍ରତିଶୃତି ବୋଧ.ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କଂଗ୍ରେସ କର୍ମୀ ନଳିନୀ ପଟ୍ଟନାୟକ, ଉତ୍ତମ ବେହେରା,ଅଶୋକ ଗିରି, ନିର୍ମଳ ପ୍ରଧାନ,ରଣା ସତ୍ୟାକାମ ସେନାପତି, ସୋରଜ ସାହୁ, ଜୀବନ ବାରିକ, ବନମାଳୀ ବାରିକ, ବାଦଲ ହେମ୍ରମ, ସମର ଦାସ, ରବି ଟୁଡୁ, ବିଷ୍ଣୁ ସିଂ, ସ୍ଵାଗନ ଦାସ, ସୁଦିପ ମନ୍ତ୍ରୀ ରକିମ, ଅସିତ, ମହିଳା ନେତ୍ରୀ ଭୁବନେଶ୍ୱରୀ ପରିଡା, ମାଧବୀ ସେନାପତି, ସୁନିତା ନାୟକ ରଶ୍ମିତା ମିଶ୍ର, ଇତିଶ୍ରୀ ମିଶ୍ର, ଗୌରୀ ନାୟକ, ୱାହିଦା ଅହେମନ, ସବିତା ସୋରେନ,ସସ୍ମିତା ବେହେରା, ସହିତ ଦୁଇ ହଜାର ରୁ ଉର୍ଦ୍ଧ କଂଗ୍ରେସ କର୍ମୀ ଯୋଗ ଦେଇ ନୂତନ ସଭାପତି ଙ୍କୁ ସ୍ୱାଗତ ବିପୁଳ ସ୍ୱମୋର୍ଦ୍ୱନା ଜ୍ଞାପନ କରିଥିଲେ.ସମର୍ଦ୍ଧନା କାର୍ଯ୍ୟକ୍ରମ ରେ ମଞ୍ଚ ପରିଚାଳନା କରିଥିଲେ ଆଇନଜୀବୀ ବିଭୂପ୍ରସାଦ ଦାସ, ସ୍ୱାଗତ ଅଭିଭାଷଣ ରେ କଂଗ୍ରେସ କର୍ମୀ ଙ୍କୁ ଉଦବୋଧନ ଦେଇଥିଲେ ପି ସି ସି ସଭ୍ୟ ନାରାୟଣ ପଟ୍ଟନାୟକ, ଶେଷରେ ଧନ୍ୟବାଦ ଅର୍ପଣ କରି ସଭାସଙ୍ଗ କରିଥିଲେ ପିସିସି ସଭ୍ୟ ମୀନକେତନ ବେହେରା,
What's Your Reaction?
Like
0
Dislike
0
Love
0
Funny
1
Angry
0
Sad
0
Wow
0