ନିରାଶ୍ରୟ ବାସନ୍ଦ ପରିବାର ପକ୍ଷରୁ ନ୍ୟାୟ ପାଇଁ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପିଙ୍କୁ ଦାବିପତ୍ର ୨୫ରୁ ଆମରଣ ଅନଶନ, ନ୍ୟାୟ ନମିଳିଲେ ବାଧ୍ୟ ହେବେ ଆତ୍ମାହୁତି
ବାରିପଦା,୧୧।୧୧ : ବିଶୋଇ ଥାନା ଅନ୍ତର୍ଗତ ରୁଗୁଳିଡିହି ଗ୍ରାମର ନିରାଶ୍ରୟ ସାମାଜିକ ବହିଷ୍କୃତ ସ୍ୱାମୀ-ସ୍ତ୍ରୀ ମୁଚିରାମ ଟୁଡୁ ଓ ନାକି ଟୁଡୁଙ୍କ ପକ୍ଷରୁ ମୟୁରଭଞ୍ଜ ଜିଲ୍ଲାପାଳ ଓ ଏସପିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ଏବଂ ଅବିଳମ୍ବେ ସାମାଜିକ ବାସନ୍ଦ କରିଥିବା ଗୁଣ୍ଡାଗିରି ବ୍ୟକ୍ତିମାନଙ୍କ ଠାରୁ ମୁକ୍ତ କରାଯାଇ ନ୍ୟାୟ, ସୁରକ୍ଷା ଏବଂ ଅଧିକାର ଦିଆଯିବା ପାଇଁ ଦାବି କରାଯାଇଛି । କାରଣ 21 ସେପ୍ଟେମ୍ବର 2025ରୁ ତିନି ନାବାଳକ ସହିତ ନିରାଶ୍ରୟ ହୋଇ ପର ପିଣ୍ଡାରେ କାଳ କାଟୁଛନ୍ତି ବୋଲି ପ୍ରକାଶ କରାଯାଇଛି । କହିଛନ୍ତି ଯେ, ଗ୍ରାମର କେତେକ ଗୁଣ୍ଡାଗୁରୁମାନେ ତାଙ୍କ ଘରରୁ ଟାଣି ବାହାର କରି ଠେଙ୍ଗା-ବାଡି, ଲୁହାଛଡ ଦ୍ୱାରା ପିଟି ଲହୁଲୁହାଣ, ଚେତାଶୂନ୍ୟ କରି ଘୋଷାରି ବାହାର କରି ଗାଁରୁ ତଡି ଦେଇଛନ୍ତି । ଉକ୍ତ ବିଷୟରେ ବିଶୋଇ ଥାନାରେ ଲିଖିତ ଅଭିଯୋଗ ଦେବା ସତ୍ବେ ନ୍ୟାୟ ଏବଂ ସୁରକ୍ଷା ମିଳିନାହିଁ ବୋଲି କହିଛନ୍ତି । ପ୍ରକାଶ କରାଯାଇଛି ଯେ, ଗ୍ରାମରେ ସାମାଜିକ ବାସନ୍ଦ କରି 10 (ଦଶ) ବର୍ଷରୁ ଉର୍ଦ୍ଧ୍ବ ହେବ ଅମାନୁଷିକ ଭାବରେ ହତ୍ୟାର ଧମକ ଏବଂ ନିର୍ଯାତନା ଦିଆଯାଉଥିଲା, କିନ୍ତୁ ଦୁଃଖର ବିଷୟ ଏହା ଯେ ଅଭିଯୋଗ ଦେବା ସତ୍ବେ ପୁଲିସ ପ୍ରଶାସନ ଏଥିରେ ପରିବାରର କିଛି କଥା ଶୁଣୁ ନଥିଲେ ବୋଲି ଅଭିଯୋଗ ହୋଇଛି । କାରଣ ଉକ୍ତ ମାମଲାରେ ମୟୁରଭଞ୍ଜର ପୁର୍ବତନ ସାଂସଦ ଶ୍ରୀ ରାମଚନ୍ଦ୍ର ହାଁସଦାଃ ସେହି ଗୁଣ୍ଡାଗୁରୁ ବ୍ୟକ୍ତିମାନଙ୍କୁ ସହଯୋଗ କରୁଥିଲେ ବୋଲି କୁହାଯାଇଛି । ତେବେ ଦୀର୍ଘ 25 ବର୍ଷ ଧରି ରହିଥିବା ଗାଁକୁ ଏବଂ ଘରକୁ ଏବେ ବହିଷ୍କୃତ ପରିବାର ଲୋକେ ଫେରିଲେ ଜୀବନରେ ମାରିଦେବାକୁ ଧମକ ଦିଆଯାଇଛି । କିନ୍ତୁ ବହିଷ୍କୃତ ପରିବାର ଲୋକେ ତାଙ୍କର ବଡ ମାଆଙ୍କର ପୁଅ ଶ୍ରୀ ଲକ୍ଷ୍ମଣ ସୋରେନ ତାଙ୍କ ପାଖରୁ ଟ.10000/-ଙ୍କା (ଦଶ ହଜାର) ଟଙ୍କା ଉଧାର ନେଇ ଫେରାଇ ନପାରିବାରୁ ଲକ୍ଷ୍ମଣଙ୍କର ସହମତି ଏବଂ ଅନୁମତି ସହଯୋଗରେ ତାଙ୍କର ଟିକେଟ୍ ଘରଡିହରେ ଘର କରି ଦୀର୍ଘ 25 ବର୍ଷରୁ ରହିଆସୁଥିଲେ । କିନ୍ତୁ ଲକ୍ଷ୍ମଣ ସୋରେନ ଏବେ ବହିଷ୍କୃତ ପରିବାରକୁ ସେହି ଯାଗାରେ ରହିବାକୁ ଦେଲେ ଗ୍ରାମରେ ଜଙ୍ଗଲ ରୁଲ୍ ଶାସନ ଚଳାଉଥିବା ଗ୍ରାମର ଦବଦବା ପାଞ୍ଚଜଣ ବ୍ୟକ୍ତିମାନେ ଲକ୍ଷ୍ମଣ ସୋରେନଙ୍କୁ ସାମାଜିକ ବାସନ୍ଦ କରିଦେବାର ଧମକ ଦେଇ ତାଙ୍କ ସହିତ ଶତ୍ରୁତା କରାଇବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ତେଣୁ ଅବିଳମ୍ବେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0