।। ଜିଲ୍ଲା ରେଡକ୍ରସ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ :ପୁରୀ ।।

May 6, 2023 - 06:20
 0  26
।। ଜିଲ୍ଲା ରେଡକ୍ରସ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ :ପୁରୀ ।।

ପୁରୀ ୩/୫ ଜିଲ୍ଲା ରେଡକ୍ରସ କାର୍ଯ୍ୟ କାରିଣୀ ବୈଠକ ଗତକାଲି ଅପରାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସମର୍ଥ ବର୍ମା ରେଡ଼କ୍ରସ ଏକ ସେବାକାରୀ ଅନୁଷ୍ଠାନ ଓ ମାନବ ସେବାରେ ଏହାର ସ୍ୱଛାସେବୀ ସର୍ବଦା ନିୟୋଜିତ ବୋଲି କହିବା ସହ ଆଗାମୀ ରଥଯାତ୍ରା ରେ ଶ୍ରଦ୍ଧାଳୁ ମାନଙ୍କୁ ଉପଯୁକ୍ତ ସେବା ଯୋଗାଇବାକୁ ସେ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କୁ ଅନୁରୋଧ କରିଥିଲେ।ସେହିପରି ଚଳିତ ମାସ ୮ ତାରିଖରେ ରେଡକ୍ରସ ଦିବସ ପାଳନ ସମ୍ପର୍କରେ ଆଲୋଚନା କରାଯାଇଥିଲା।ବିଗତ ବର୍ଷ ଭଳି ମେ ୮ ତାରିଖ ରେଡକ୍ରସ ଦିବସ ଅବସରରେ ସି ଡି ଏମ ଓ ଙ୍କ କାର୍ଯ୍ୟାଳୟ ପରିସରରେ ପତାକା ଉତ୍ତୋଳନ, ମୁଖ୍ୟ ଚିକିତ୍ସାଳୟର ରୋଗୀ ମାନଙ୍କୁ ଫଳ ବଣ୍ଟନ ଓ ଗୋପବନ୍ଧୁ ଆୟୁର୍ବେଦିକ ମହା ବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବ ବୋଲି ସ୍ଥିର ହେଲା। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ,ଅତିରିକ୍ତ ଏସ ପି ପ୍ରଫୁଲ୍ଲ କୁମାର ବଡ଼ଜେନା, ଏ ଡି ଏମ ଓ ଡା ବିରଜା ଶଙ୍କର ରଥ, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ଗୋପବନ୍ଧୁ ଆୟୁର୍ବେଦିକ କଲେଜର ଅଧ୍ୟକ୍ଷ ଡା ସୁଦର୍ଶନ ବେହେରା, ନେହେରୁ ଯୁବ କେନ୍ଦ୍ର ସଂଯୋଜକ ଜୟ ଶଙ୍କର ଜୋଶୀ, ରେଡକ୍ରସ ର ଯୁଗ୍ମ ସମ୍ପାଦକ ଗୀତାଞଳି ପଣ୍ଡା, ବରିଷ୍ଠ କାର୍ଯ୍ୟ କାରିଣୀ ସଦସ୍ୟ ପ୍ରତିମା ମିଶ୍ର, ଜୟନ୍ତୀ ମହାପାତ୍ର, ଶ୍ୟାମ ପ୍ରକାଶ ସେନାପତି ଓ ଅନ୍ୟାନ୍ୟ ସଦସ୍ୟ ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

 ବ୍ୟୁର ରିପୋର୍ଟ (କୋରାପୁଟ ୧ମ ଖବର)

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ