।। ଚନ୍ଦନକାଠ ଚୋରା ଚାଲାଣ, ଜଣେ ଅଟକ ।।

Apr 13, 2023 - 16:40
 0  157
।। ଚନ୍ଦନକାଠ ଚୋରା ଚାଲାଣ, ଜଣେ ଅଟକ ।।

ପଟାଙ୍ଗି,୧୩ା୪(ଡି.ଏନ୍‌.ଏ.): ଛତିଶଗଡ଼ ରାଜ୍ୟରୁ ଓଡ଼ିଶାର ଜୟପୁର, କୋରାପୁଟ, ସୁନାବେଡ଼ା, ଶେମିଳିଗୁଡ଼ା ଓ ପଟ୍ଟାଙ୍ଗି ଦେଇ ଯାଇଥିବା ଜାତୀୟ ରାଜପଥ ପଡ଼ୋଶୀ ଆନ୍ଧ୍ର ରାଜ୍ୟକୁ ସଂଯୋଗ କରିଥାଏ। ଉକ୍ତ ରାସ୍ତା ଦେଇ ଅନେକ କିଛି ଚୋରା ଚାଲାଣ ହେଉଥିବା ବେଳେ ମୁଖ୍ୟତଃ ଉକ୍ତ ରାସ୍ତାରେ ଗଞ୍ଜେଇ ଚୋରା ଚାଲାଣ ନିତିଦିନିଆ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହିପରି ସ୍ଥିତିରେ ପୁଣି ଉକ୍ତ ରାସ୍ତା ଦେଇ ଚନ୍ଦନ କାଠ ଚୋରା ଚାଲାଣ ପୋଲିସ ହାତରେ ଧରା ପଡ଼ିବା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ମୁତାବକ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ତଥା ସୁଙ୍କି ଥାନା ଅଧିନସ୍ଥ ଦେଶାମ୍ମା ମନ୍ଦିର ନିକଟରେ ଉକ୍ତ ପୋଲିସ ବୁଧବାର ସକାଳ ୯ଟାରେ ପଟ୍ଟାଙ୍ଗିରୁ ଆନ୍ଧ୍ର ଅଭିମୁଖେ ଯାଉଥିବା ଏକ ପିକ୍‌ଅପ୍‌ ଭ୍ୟାନ୍‌ ନଂ ଏପି ୩୯ ୟୁକେ ୬୪୨୭ ଦ୍ରୁତ ଗତିରେ ଯାଉଥିବା ଦେଖି ପୋଲିସ ଅଟକାଇଥିଲା। ଯାଞ୍ଚ ସମୟରେ ଏଥିରେ ବହୁ ପରିମାଣର ଚନ୍ଦନ କାଠ ଦେଖିବାକୁ ପାଇ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ଭ୍ୟାନ୍‌ଟି ପାଡୁଆ ଅଞ୍ଚଳର ହୋଇଥିବା ସହ ନିଜ ଘର ଚମ୍ପାପୁଟ ବୋଲି ପୋଲିସକୁ ଡ୍ରାଇଭର କହିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ