ଭାରତ ବିକାଶ ପରିଷଦ ତରଫରୁ ରାଷ୍ଟ୍ରିୟ ନବ ବର୍ଷ ପାଳିତ ।।

ଭାରତ ବିକାଶ ପରିଷଦ ତରଫରୁ ରାଷ୍ଟ୍ରିୟ ନବ ବର୍ଷ ପାଳିତ ।।

Mar 22, 2023 - 22:16
Mar 23, 2023 - 17:12
 0  106
ଭାରତ ବିକାଶ ପରିଷଦ ତରଫରୁ ରାଷ୍ଟ୍ରିୟ ନବ ବର୍ଷ ପାଳିତ ।।

ଭାରତ ବିକାଶ ପରିଷଦ ତରଫରୁ ରାଷ୍ଟ୍ରିୟ ନବ ବର୍ଷ ପାଳିତ* ପୁରୀ ତା୨୨ମାର୍ଚ୍ଚ:ସୃଷ୍ଟିର ସର୍ବାଧିକ ପ୍ରାଚୀନ ଏବଂ ବୈଜ୍ଞାନିକ କାଳ ଗଣନା ଅନୁସାରେ ଚୈତ୍ର ଶୁକ୍ଳ ପ୍ରତିପଦା ବାସ୍ତବିକ ଆମ ରାଷ୍ଟ୍ରିୟ ନବ ବର୍ଷ ଏବଂ ଏହା ବେଦ ସମ୍ମତ ଅଟେ ବୋଲି ବିଚାର କରି ଭାରତ ବିକାଶ ପରିଷଦ ଶ୍ରୀଜଗନ୍ନାଥ ଧାମ ଶାଖା ପୁରୀ ତରଫରୁ ସ୍ୱାମୀ ବିବେକା ନନ୍ଦ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇ ପରସ୍ପର ଅଭିବାଦନ ଏବଂ ଶୁଭେଛା ବାର୍ତ୍ତା ପ୍ରଦାନ କରି ରାଷ୍ଟ୍ରିୟ ନବ ବର୍ଷ ପାଳନ କରାଯାଇଥିଲା।

ଭାରତ ବିକାଶ ପରିଷଦ ଶ୍ରୀଜଗନ୍ନାଥ ଧାମ ଶାଖା ତରଫରୁ ଆୟୋଜିତ ରାଷ୍ଟ୍ରିୟ ନବବର୍ଷ ଆଲୋଚନା ଚକ୍ରରେ କ୍ଷେତ୍ରୀୟ ମହାସଚିବ ପୁର୍ଣ ଚନ୍ଦ୍ର ଖୁଣ୍ଟିଆ,ଉପସଭାପତି ବୁଧ ଦେବ ମହାପାତ୍ର,ପ୍ରଫେସର ପ୍ୟାରୀ ମୋହନ ପଟ୍ଟନାୟକ ଯୋଗ ଦେଇ ଆଲୋଚନା କରିଥିଲେ ଯେ," ବାସ୍ତବିକ ହିନ୍ଦୁମାନେ ରାତି ଅନ୍ଧାରରେ ନବବର୍ଷର ସ୍ୱାଗତ କରନ୍ତି ନାହିଁ, ପରନ୍ତୁ ସୂର୍ଯ୍ୟଙ୍କ ପ୍ରଥମ କିରଣକୁ ଅଭିବାଦନ କରି ନବବର୍ଷକୁ ସ୍ୱାଗତ କରିଥାନ୍ତି ।

ଏହା ହେଉଛି ସୃଷ୍ଟିସଂବତ୍ସର। ଅର୍ଥାତ ଏହି ଦିନଟି ସୃଷ୍ଟି ରଚନାର ପ୍ରଥମ ଦିବସ ଅଟେ। ( ପ୍ରାୟ ୧୯୭ କୋଟି, ୮ ଲକ୍ଷ ,ବର୍ଷ ପୂର୍ବେ ଏହି ଦିନରେ ଚୈତ୍ର ଶୁକ୍ଳ ପ୍ରତିପଦା"  ତିଥିରେ  ସୂର୍ଯ୍ୟୋଦୟ ସମୟରେ ପରମପିତା ପରମେଶ୍ଵରଙ୍କ ଦ୍ୱାରା ସୃଷ୍ଟିରଚନାର ଅୟମାରମ୍ଭ ହୋଇଥିଲା ।)

ଚୈତ୍ର ମାସି ଜଗଦ୍ ବ୍ରହ୍ମା ସସର୍ଜ ପ୍ରଥମେऽହନି। ଆହୁରି ମଧ୍ୟ କହିଥିଲେ ଯେ ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗକରି ଏବେକାର  ବୈଜ୍ଞାନିକମାନେ ମାତ୍ର ଏଇ କିଛି ବର୍ଷ ପୂର୍ବେ କହି ପାରିଲେ ଯେ ପୃଥିବୀର ପରମାୟୁ ହେଉଛି ପ୍ରାୟ ୨୦୦ କୋଟି ବର୍ଷ। କିନ୍ତୁ ବୈଦିକ ଗଣନା କେତେ ନିର୍ଭୁଲ ଯେ ଦେଖନ୍ତୁ ଯଜ୍ଞର ପ୍ରାରମ୍ଭରେ ସଂକଳ୍ପ ସମୟରେ ଯଜ୍ଞ ଦିବସକୁ ସୃଷ୍ଟିସଂବତ୍ସର ସହ ଅନାଦି କାଳରୁ ଚିନ୍ହିତ କରି ( ଯଥା: ଏକବୃନ୍ଦ ଷଣଣବତିକୋଟି ଅଷ୍ଟ ଲକ୍ଷ ତ୍ରିପଞ୍ଚାଶତସହସ୍ର ତ୍ରୟୋବିଂଶାଧିକଶତତମେ ସୃଷ୍ଟିସଂବତ୍ସରେ) ମନ୍ତ୍ର ଉଚ୍ଚାରଣ କରିଆସୁଛନ୍ତି। ତା ଛଡା ସତ୍ୟଯୁଗର ଆରମ୍ଭ । ଏହି ଦିବସରେ "ଚୈତ୍ର ଶୁକ୍ଳ ପ୍ରତିପଦା"  ତିଥିରେ  ସତ୍ୟଯୁଗର ଆରମ୍ଭ ହୋଇଥିଲ।।

ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀ ରାମଚନ୍ଦ୍ର* "ଚୈତ୍ର ଶୁକ୍ଳ ପ୍ରତିପଦା"  ତିଥିରେ ସିଂହାସନରେ ଅଭିଷିକ୍ତ ହୋଇ ଥିଲେ ଓ ରାମରାଜ୍ୟ ପ୍ରତିଷ୍ଠା ହୋଇଥିଲା ଧର୍ମରାଜ ଯୁଧିଷ୍ଠିର "ଚୈତ୍ର ଶୁକ୍ଳ ପ୍ରତିପଦା"  ତିଥିରେ ସିଂହାସନରେ ଅଭିଷିକ୍ତ ହୋଇଥିଲେ । *ଶାଳିବାହନ ଶକାବ୍ଦ ଆରମ୍ଭ ଏହିଦିନ ଠାରୁ:("ଚୈତ୍ର ଶୁକ୍ଳ ପ୍ରତିପଦା"  ତିଥିରେ ଶକାବ୍ଦ ପ୍ରଚଳନ ହୋଇଥିଲା ।) ବିକ୍ରମ ସଂବତ୍ସର ୨୦୮୦ ପ୍ରାରମ୍ଭ ଏହିଦିନ ଠାରୁ:["ଚୈତ୍ର ଶୁକ୍ଳ ପ୍ରତିପଦା"  ତିଥିରେ ୨୦୭୯ ବର୍ଷ ପୂର୍ବେ ବିକ୍ରମାଦିତ୍ୟଙ୍କଦ୍ୱାରା ନୂତନସଂବତ୍ସର ପ୍ରଚଳନ କରାଯାଇଥିଲା ।] "ଚୈତ୍ର ଶୁକ୍ଳ ପ୍ରତିପଦା" ତିଥିରେ  ବେଦୋଦ୍ଧାରକ, ସମାଜ ସଂସ୍କାରକ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଆର୍ଯ୍ୟ ସମାଜ ପ୍ରତିଷ୍ଠା ହୋଇଥିଲା ।

ବାସନ୍ତିକ ନବରାତ୍ର  ପ୍ରାରମ୍ଭ ଏହିଦିନ ଠାରୁ।[ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମୋତ୍ସବର ୯ ଦିନ ପୂର୍ବରୁ  ଅର୍ଥାତ୍ "ଚୈତ୍ର ଶୁକ୍ଳ ପ୍ରତିପଦା" ଠାରୁ ପାଳନ କରାଯାଏ। "ଚୈତ୍ର ଶୁକ୍ଳ ପ୍ରତିପଦା"  ତିଥିରେ ପ୍ରସିଦ୍ଧ ସମାଜ ରକ୍ଷକ "ସନ୍ଥ ଝୂଲେଲାଲ୍"ଙ୍କ ଜନ୍ମ ଦିବସ ।ପ୍ରକୃତିରାଣୀ ମଧ୍ୟ ଏହି ସମୟରେ ପୃଥିବୀକୁ ନବୀନ ସୁନ୍ଦର ରୂପରେ ସଜାଇ ନବବର୍ଷକୁ ସ୍ୱାଗତ ଜଣାଏ, ଯାହାକି ଇଂରାଜୀ ନବବର୍ଷରେ ନ ଥାଏ।ଏହିପରି ଭାବରେ ସନାତନ ହିନ୍ଦୁଧର୍ମର କାଳ ଗଣନା ଅନେକ ପ୍ରଚୀନ ଓ ଶାସ୍ତ୍ର-ସମ୍ମତ ତଥା ବିଜ୍ଞାନ-ସମ୍ମତ ହୋଇଥିବାରୁ ଚୈତ୍ର ଶୁକ୍ଳ ପ୍ରତିପଦ ନବ ବର୍ଷ ପାଳନର ଗୁରତ୍ୱ ବହନ କରୁଛି ବୋଲି ଆଲୋଚନା ରେ ମତ ପ୍ରକାଶ ପାଇଥିଲା।

ସମ୍ପାଦକ ସୌମେନ୍ଦ୍ର ଦାସ ଙ୍କ ସଂଯୋଜନା ରେ ଆୟୋଜିତ ଉତ୍ସବ ରେ ରାଷ୍ଟ୍ରୀୟ ସଚିବ ସୁପ୍ରିତି ରଥ,ପ୍ରାନ୍ତ ସଂଗଠନ ସମ୍ପାଦକ ରାମ ଚନ୍ଦ୍ର ଦଳାଇ,ମୋନାଲିସା ପଟନାୟକ,ଜୟନ୍ତୀ ମହାପାତ୍ର,ସନ୍ତୋଷ ମହାନ୍ତି,ପିତାମ୍ବର ମହାପାତ୍ର,ପୁର୍ଣ ଚନ୍ଦ୍ର ସାହୁ,ନିମେଇ ଚରଣ ସାହୁ,ଗଣେଶ ମହାସୁଆର ପ୍ରମୁଖ ଯୋଗ ଦେଇଥିଲେ।ଆବାହକ ଶରତ ଜୟସିଂ ଧନ୍ୟବାଦ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମ ପ୍ର୍ରାରମ୍ଭ ରେ ବନ୍ଦେମାତରଂ ଏବଂ ଶେଷ ରେ ରାଷ୍ଟ୍ରଗାନ ଗାନ କରାଯାଇଥିଲା।

What's Your Reaction?

Like Like 1
Dislike Dislike 1
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ