ସ୍ୱାମୀ ସ୍ତ୍ରୀ ଙ୍କ ଝଗଡାରେ ସମୁନ୍ଧୁଣି ଙ୍କ ଉପରେ ସମୁନ୍ଧିଙ୍କ ଆକ୍ରମଣ :ଥାନାରେ ଏତଲା
ଟିକାବାଲି :୨୧/୨୬ (ସଲମନ୍ ବିନ୍ଧାଣୀ)କନ୍ଧମାଳ ଜିଲ୍ଲା ଟିକାବାଲି ବଜାର ଅଞ୍ଚଳ ର ଶାନ୍ତନୁ ବେହେରା ନାମକ ଯୁବକ ଆଜକୁ ପ୍ରାୟ ପାଞ୍ଚ ବର୍ଷ ପୂର୍ବରୁ ବଡ଼ିମୁଣ୍ଡା ଅଞ୍ଚଳ ର ପୂର୍ଵତନ ସେନା କର୍ମଚାରୀ ଖଲେଶ୍ୱର ପ୍ରଧାନ ଙ୍କ ଏକ ମାତ୍ର ଝିଅକୁ ଭଲ ପାଇ ମନ୍ଦିରରେ ବିବାହ କରିଥିଲେ l କିନ୍ତୁ କିଛି ବର୍ଷ ପରେ ଦୁହିଁଙ୍କ ମଧ୍ୟରେ ମନ ମାଳିନ୍ୟ ହୋଇ ଦୁହେଁ ଅଲଗା ହୋଇ ଝିଅଟି ତାଙ୍କ ବାପା ଘରେ ଭୁବନେଶ୍ୱର ରେ ରହି ଆସୁଥିଲେ l ସେହି ସମୟରେ ଖୋର୍ଦ୍ଧା ଜିଲ୍ଲା ତପଙ୍ଗ ଅଞ୍ଚଳର ଏକ ପୁରୁଷ ବନ୍ଧୁ ଆକାଶ ପ୍ରତାପ ସିଂ ଙ୍କୁ ଝିଅଟି ଭଲପାଇ ପୁନର୍ବାର ବିବାହ କରିବାକୁ ଯାଉଥିବା ନେଇ ଶାନ୍ତନୁ ବେହେରା ଠୋସ ପ୍ରମାଣ ପାଇଥିଲେ l ତେଣୁ ଶାନ୍ତନୁ ନିଜ ସ୍ତ୍ରୀ ର ପୁନଃ ବିବାହ କୁ ଅଟକେଇବା ପାଇ ଜି ଉଦୟଗିରି କୋର୍ଟ ରେ ଏକ ସିଭିଲ କେଶ ଫାଇଲ କରିଥିଲେ l ନିଜ ଝିଅର ନାମରେ କେଶ ହୋଇଥିବା ନେଇ ଖଲେଶ୍ୱର ଜାଣିବା ପରେ ରାଗରେ ଜର୍ଜରିତ ହୋଇ ଆସି ଟିକାବାଲି ବସଷ୍ଟାଣ୍ଡ ନିକଟ ପଠାଣସାହି ରେ ବାସକରୁଥିବା ଶାନ୍ତନୁ ବେହେରାଙ୍କ ମାତା ସୁଭାଷିନୀ ବେହେରାଙ୍କୁ ଆକ୍ରମଣ କରିଥିବା ନେଇ ଟିକାବାଲି ଥାନାରେ ଏକ ଅଭିଯୋଗ ହୋଇଛି l ଏତଲା ପ୍ରକାରେ ଖଲେଶ୍ୱର ଙ୍କ ପରିବାର ର ଏକାଧିବ ବ୍ୟକ୍ତି ମୋ ପୁଅକୁ ଜୀବନରେ ମାରିଦେବାକୁ ଧମକ ଦେଉଛନ୍ତି ବୋଲି ସୁଭାଷିନୀ ଉଲେଖ କରିଛନ୍ତି l ଥାନା ଅଧିକାରୀ ଶ୍ରୀ ଶିବ ରଞ୍ଜନ ସିଙ୍ଗା ଏତଲା କୁ ଗ୍ରହଣ କରି ତଦନ୍ତ ଚାଲୁ ରଖିଥିବାର ଖବର ମିଳିଛି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0