ସ୍ୱତନ୍ତ୍ର ସଘନ ସଂଶୋଧନ ଶୁଣାଣି କେନ୍ଦ୍ରର ସମୀକ୍ଷା କଲେ ଜିଲ୍ଲାପାଳ
ଝାରସୁଗୁଡ଼ା, ୩୦/୦୭ (ଫାଷ୍ଟ ନ୍ୟୁଜ ଓଡ଼ିଶା): ଜିଲ୍ଲାରେ ଜାରି ରହିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିବା ପାଇଁ ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ଲଖନପୁର ସ୍ଥିତ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ତହସିଲଦାରଙ୍କ କାର୍ଯ୍ୟାଳୟର ଶୁଣାଣି କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଗସ୍ତ ସମୟରେ ଜିଲ୍ଲାପାଳ SIR ପ୍ରକ୍ରିୟା ଅଧୀନରେ ଦାଖଲ ହୋଇଥିବା ବିଭିନ୍ନ ଦାବି, ଆପତ୍ତି ଓ ଅଭିଯୋଗଗୁଡ଼ିକର ସମାଧାନ ସ୍ଥିତିର ବିସ୍ତୃତ ଆକଳନ କରିଥିଲେ। ଏଥିସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ ଆବେଦନଗୁଡ଼ିକର ସଠିକ୍ ଓ ନିରପେକ୍ଷ ସମାଧାନ କରିବା ପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ। ପରିଦର୍ଶନ କାଳରେ ଜିଲ୍ଲାପାଳ ଶ୍ରୀ ଚହ୍ବାଣ ଶୁଣାଣି କେନ୍ଦ୍ରକୁ ଆସିଥିବା ସ୍ଥାନୀୟ ଭୋଟର ମାନଙ୍କ ସହ ଆଲୋଚନା କରିଥିଲେ। ଭୋଟର ତାଲିକା ସଂଶୋଧନ ଓ ନାମ ପଞ୍ଜୀକରଣ କ୍ଷେତ୍ରରେ ସେମାନଙ୍କର କୌଣସି ଅସୁବିଧା ହେଉଛି କି ନାହିଁ, ସେ ସମ୍ପର୍କରେ ପଚାରି ବୁଝିବା ସହ ସାଧାରଣ ନାଗରିକଙ୍କୁ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ସେବା ଯୋଗାଇଦେବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।
ଝାରସୁଗୁଡ଼ା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0