ସିରିଆପାଲିରେ କେମିକାଲ କାରଖାନାକୁ ସମ୍ପୂର୍ଣ୍ଣ ବନ୍ଦ ଦାବୀ,ଉତ୍କଳ ହାଇଡ୍ରୋ କାର୍ବନ କାରଖାନା ସମ୍ମୁଖରେ ଗ୍ରାମବାସୀଙ୍କ ଆନ୍ଦୋଳନ,ଦୁର୍ଗନ୍ଧ ଓ ପ୍ରଦୂଷଣ ନିୟନ୍ତ୍ରଣର ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ ,
କୋଲାବିରା,୨୧/୧୧(ଫାଷ୍ଟ ନ୍ୟଜ ଓଡ଼ିଶା)- ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଅଧିନସ୍ଥ ସିରିଆପାଲି ରାଜସ୍ବ ଗ୍ରାମରେ ଥିବା ଉତ୍କଳ ହାଇଡ୍ରୋ କାର୍ବନ କେମିକାଲ କାରଖାନାର ପ୍ରଦୂଷଣରେ ଅତିଷ୍ଠ ହୋଇ କାରଖାନା କୁ ସମ୍ପୂର୍ଣ୍ଣ ବନ୍ଦ କରିବା ଦାବିରେ ଗ୍ରାମବାସୀ ଶୁକ୍ରବାର ସକାଳୁ କାରଖାନା ଗେଟ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି l ଗ୍ରାମବାସୀ କାରଖାନାର ଶ୍ରମିକ ମାନଙ୍କୁ ଭିତରକୁ ଯିବା ଆସିବା ବନ୍ଦ କରି ଆନ୍ଦୋଳନ ଜାରି ରଖିଛନ୍ତି l ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ କରିଥିବା ଲିଖିତ ଅଭିଯୋଗ ଅନୁଯାୟୀ ପ୍ରାୟ ଦୁଇ ବର୍ଷ ହେଲା କାରଖାନା ଟି ଆରମ୍ଭ ହୋଇଛି l କାରଖାନା ର କେମିକାଲର ଉତ୍କଟ। ଦୁର୍ଗନ୍ଧ ଯୁକ୍ତ ପ୍ରଦୂଷଣ ଗ୍ରାମବାସୀଙ୍କ ପାଇଁ ଅତ୍ୟନ୍ତ ଅସହ୍ୟ ହୋଇ ପଡୁଛି l ଏହାସହ କାରଖାନା ର କେମିକାଲ ଯୁକ୍ତ ପାଣି ନିକଟସ୍ଥ ନାଳରେ ମିଶୁ ଥିବାରୁ ନାଳର ଜଳ ପ୍ରଦୂଷିତ ହୋଇ ବ୍ୟବହାର ଅନୁପଯୋଗୀ ହୋଇ ପଡିଛି l କାରଖାନା ରୁ ନିର୍ଗତ ବାଷ୍ପ ଓ ଧୂଆଁ ଯୋଗୁଁ ଗ୍ରାମର ଜଳାଶୟ ମାନଙ୍କର ପାଣି ଉପରେ ଏକ ତୈଳ ଯୁକ୍ତ ଆସ୍ତରଣ ଜମି ରହୁଛି ଓ ଜଳାଶୟ ର ପାଣି ବ୍ୟବହାର ଅନୁପଯୋଗୀ ହୋଇ ପଡିଛି l ଏହି କାରଖାନା ଜାତୀୟ ରାଜପଥ ୪୯ର ପାର୍ଶ୍ୱରେ ରହିଥିବାରୁ ଯାତ୍ରୀ ମାନଙ୍କ ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରୁଛି l କାରଖାନା ନିକଟରେ ଅଙ୍ଗନୱାଡ଼ି କେନ୍ଦ୍ର ଓ ହାଇସ୍କୁଲ ରହିଛି, ଫଳରେ କାରଖାନା ର ଦୁର୍ଗନ୍ଧ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରୁଛି l ଏହାସହ କାରଖାନା କର୍ତ୍ତୃପକ୍ଷ ନିୟମକୁ ଉଲ୍ଲଘଂନ କରି ଗ୍ରାମର ଗୋଚର ଜମିକୁ ମଧ୍ୟ ଅଧିକାର କରି ନେଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଏଣୁ ଗ୍ରାମବାସୀ ଙ୍କ ସ୍ୱାର୍ଥ ଦୃଷ୍ଟିରୁ କାରଖାନା କୁ ସମ୍ପୂର୍ଣ୍ଣ ବନ୍ଦ କରାଯାଉ ନଚେତ ସମ୍ପୂର୍ଣ ଗ୍ରାମବାସୀ ଙ୍କୁ ବିସ୍ଥାପନ କରାଯାଉ ବୋଲି ଗ୍ରାମବାସୀ ପ୍ରଶାସନ ନିକଟରେ ଦାବୀ କରିଛନ୍ତି l ଏନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ସହ ମୁଖ୍ୟ ମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠ, ବିଧାୟକ, ପୂର୍ବତନ ବିଧାୟକ, ଉତ୍ତରାଞ୍ଚଳ ରାଜସ୍ବ କମିଶନର, ପ୍ରଦୂଷଣ ବିଭାଗ, ଝାରସୁଗୁଡ଼ା ଆରକ୍ଷୀ ଅଧୀକ୍ଷକ ଙ୍କୁ ମଧ୍ୟ ଅଭିଯୋଗ ର ନକଲ କପି ପ୍ରେରଣ କରିଛନ୍ତି l ଗ୍ରାମବାସୀ ଙ୍କ ଆନ୍ଦୋଳନ କୁ ପରମାଣପୁର ସରପଞ୍ଚ ଜାହ୍ନବୀ ପ୍ରଧାନ ସମର୍ଥନ ଜଣାଇଛନ୍ତି l ଗ୍ରାମର ଘନଶ୍ୟାମ ତନ୍ତୀ, ସୁବାସ ପଟେଲ, ଦିଲିପ ତନ୍ତୀ, ଚନ୍ଦ୍ରଶେଖର ସିଂ, ଅରୁଣ ମାହାର, ଲାଲ ପଟେଲ, ବିନୋଦ ପଟେଲ ପ୍ରମୁଖ ଙ୍କ ସହ ଶତାଧିକ ଗ୍ରାମବାସୀ ଆନ୍ଦୋଳନ ରେ ସାମିଲ ହୋଇଛନ୍ତି l ଆନ୍ଦୋଳନ ସ୍ଥଳରେ କୋଲାବିରା ତହସିଲଦାର ମନୋଜ କୁଜୁର ମାଜିଷ୍ଟ୍ରେଟ ଭାବରେ ଭାବରେ ଉପସ୍ଥିତ ଅଛନ୍ତି l ଝାରସୁଗୁଡ଼ା ଏସଡିପିଓ ଉମାଶଙ୍କର ସିଂ, ବ୍ରଜରାଜନଗର ଏସଡିପିଓ ଚିନ୍ତାମଣି ପ୍ରଧାନ, ଲଇକେରା ଥାନାଧିକାରୀ କୃଷ୍ଣ ଚନ୍ଦ୍ର ମେହେର, ଝାରସୁଗୁଡ଼ା ଟାଉନ ଥାନା ଅଧିକାରୀ ରଞ୍ଜନ ବରିହା, କୋଲାବିରା ଥାନା ଭାରପ୍ରାପ୍ତ ଅଧିକାରୀ ଏସଆଇ ସନ୍ତୋଷ ପ୍ରଧାନ ପ୍ରମୁଖ ଘଟଣାସ୍ଥଳରେ ପୋଲିସ ଫୋର୍ସ ସହ ଉପସ୍ଥିତ ଅଛନ୍ତି l ତେବେ ମିଳିଥିବା ସୂଚନା ଅନୁଯାୟୀ ସନ୍ଧ୍ୟାରେ ଉପସ୍ଥିତ ପୋଲିସ ଓ ପ୍ରଶାସନିକ ଅଧିକାରୀ ଙ୍କ ଉପସ୍ଥିତି ରେ କମ୍ପାନୀ ଅଧିକାରୀ ଓ ଆନ୍ଦୋଳନକାରୀ ଙ୍କ ପ୍ରତିନିଧି ଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା l କେମିକାଲ ଦୁର୍ଗନ୍ଧ ଦୂର ପାଇଁ ଆବଶ୍ୟକ ଯନ୍ତ୍ରପାତି ବସାଇବା ସହ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବେ ବୋଲି କମ୍ପାନୀର ଉଚ୍ଚସ୍ତରୀୟ ଅଧିକାରି ପ୍ରତିଶ୍ରୁତି ଦେବା ପରେ ସନ୍ଧ୍ୟା ପ୍ରାୟ ୮ଟା ରେ ଗ୍ରାମବାସୀ ଆନ୍ଦୋଳନ କୁ ସ୍ଥଗିତ କରିଥିଲେ l ଏହାସହ ପ୍ରତି ମାସରେ ଗ୍ରାମବାସୀ ଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ, ଗ୍ରାମର ବେକାର ଯୁବକ ଯୁବତୀ ଙ୍କୁ ନିଯୁକ୍ତି ସୁଯୋଗ, ସ୍ଥାନୀୟ ହାଇସ୍କୁଲ ରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ପାଇଁ କମ୍ପାନୀ ସିଏସଆର ପାଣ୍ଠିରୁ ସହଯୋଗ କରିବା ପାଇଁ ମଧ୍ୟ ଅନୁଷ୍ଠିତ ବୈଠକରେ ଅଧିକାରୀ ମାନେ ପ୍ରତିଶ୍ରୁତି ଦେଇଥିବା ନେଇ ଗ୍ରାମବାସୀଙ୍କ ସୂତ୍ରରୁ ସୂଚନା ମିଳିଛି l ଯଦି କମ୍ପାନୀ ଦେଇଥିବା ପ୍ରତିଶ୍ରୁତି ପୂରଣ ନ କରେ ତାହା ହେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି l
କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୂଜ ଓଡ଼ିଶା
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0