ଶିଶୁ ସୁରକ୍ଷା, ମହିଳାଙ୍କ ମାନବ ଚାଲାଣ ଓ ବାଣିଜ୍ୟିକ ଯୌନ ଶୋଷଣ ସମ୍ବନ୍ଧୀୟ ଆଇନ ସଚେତନତା ଶିବିର

Nov 27, 2026 - 16:58
 0  0
ଶିଶୁ ସୁରକ୍ଷା, ମହିଳାଙ୍କ ମାନବ ଚାଲାଣ ଓ ବାଣିଜ୍ୟିକ ଯୌନ ଶୋଷଣ ସମ୍ବନ୍ଧୀୟ ଆଇନ ସଚେତନତା ଶିବିର

ନୂଆପଡ଼ା : 27/11/ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୂଆପଡ଼ା ପକ୍ଷରୁ ଖରିଆର ରୋଡ଼ସ୍ଥିତ ନବୋଦିତ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସମ୍ବିଧାନ ଅନୁଯାୟୀ ନାଗରିକଙ୍କର ମୌଳିକ କର୍ତ୍ତବ୍ୟ, ଯୌନ ଅପରାଧରୁ ଶିଶୁମାନଙ୍କ ସୁରକ୍ଷା ଆଇନ, କିଶୋର ନ୍ୟାୟ (ଶିଶୁମାନଙ୍କ ଯତ୍ନ ଓ ସୁରକ୍ଷା) ଆଇନ, କାର୍ଯ୍ୟସ୍ଥଳରେ ମହିଳାଙ୍କ ଯୌନ ଉତ୍ପୀଡ଼ନ ନିରୋଧ ଆଇନ, ନାଲସା (ମାନବ ଚାଲାଣ ଓ ବାଣିଜ୍ୟିକ ଯୌନ ଶୋଷଣର ପୀଡ଼ିତ) ଯୋଜନା, ୨୦୧୫, ନାଲସା (ମାଦକଦ୍ରବ୍ୟ ସଚେତନତା ଓ ସୁସ୍ଥତା ମାର୍ଗଦର୍ଶନ – ନିଶାମୁକ୍ତ ଭାରତ) ଯୋଜନା, ୨୦୨୫, ନାଲସା (ଆଶା – ସଚେତନତା, ସହାୟତା, ସମର୍ଥନ ଓ କାର୍ଯ୍ୟାନୁଷ୍ଠାନ) ମାନକ କାର୍ଯ୍ୟ ପ୍ରଣାଳୀ, ୨୦୨୫ ଏବଂ ବିଦ୍ୟାଳୟଗୁଡ଼ିକରେ ଶିଶୁମାନଙ୍କ ଅନଲାଇନ୍ ସୁରକ୍ଷା ସମ୍ପର୍କିତ ସଚେତନତା ଏବଂ ଅଭିଯୋଗ ଦାଖଲ ବ୍ୟବସ୍ଥାକୁ ସୁଦୃଢ଼ କରିବା ସମ୍ବନ୍ଧୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୂଆପଡ଼ାର ସଚିବ ନବନୀତା ଦାଶ, ବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ୱିନୀ କୁମାର ଭୋଇ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଧିକାର ମିତ୍ରଗଣ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ସଚିବ ନବନୀତା ଦାଶ ସମ୍ବିଧାନରେ ବର୍ଣ୍ଣିତ ମୌଳିକ କର୍ତ୍ତବ୍ୟ, ବିଦ୍ୟାଳୟରୁ ପାଠପଢ଼ା ଛାଡ଼ିଥିବା ଛାତ୍ରଛାତ୍ରୀଙ୍କୁ ପୁନର୍ବାର ଶିକ୍ଷାର ମୁଖ୍ୟସ୍ରୋତକୁ ଫେରାଇ ଆଣିବା ନିମନ୍ତେ ନାମଲେଖା ଅଭିଯାନ, ମାନବ ଚାଲାଣ ଓ ବାଣିଜ୍ୟିକ ଯୌନ ଶୋଷଣର ପୀଡ଼ିତମାନଙ୍କୁ ଆଇନ ସେବା, କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡ଼ନ ନିରୋଧ ଆଇନ, ଡିଜିଟାଲ ଯୁଗରେ ଶିଶୁମାନଙ୍କ ଅନଲାଇନ୍ ସୁରକ୍ଷାକୁ ଗୁରୁତ୍ୱ ଦେଇ ସାଇବର ସୁରକ୍ଷା, ଅନଲାଇନ୍ ଶୋଷଣରୁ ରକ୍ଷା ଏବଂ ବିଦ୍ୟାଳୟ ସ୍ତରରେ ଅଭିଯୋଗ ଦାଖଲ ବ୍ୟବସ୍ଥାକୁ ସୁଦୃଢ଼ କରିବା ସମ୍ପର୍କରେ ଆଲୋକପାତ କରିଥିଲେ। ଏହା ସହିତ “ସୁରକ୍ଷିତ ଶୈଶବ ଅଭିଯାନ” ଅଧୀନରେ ଯୌନ ଅପରାଧରୁ ଶିଶୁମାନଙ୍କ ସୁରକ୍ଷା ଆଇନ-୨୦୧୨ ସମ୍ପର୍କରେ ବିଦ୍ୟାଳୟ ସ୍ତରରେ ସଚେତନତା ସୃଷ୍ଟି, ଶିଶୁମାନଙ୍କୁ ନିଜର ଅଧିକାର ଓ ସୁରକ୍ଷା ବିଷୟରେ ଜଣାଇବା, ଯୌନ ନିର୍ଯାତନାକୁ ଚିହ୍ନଟ କରିବା ଏବଂ ଏଭଳି ଘଟଣା ଘଟିଲେ ତୁରନ୍ତ ଅଭିଯୋଗ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ନୂଆପଡ଼ାରୁ ବିଶ୍ୱନାଥ ସାମଲ ଫାଷ୍ଟ ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ