ଲାଞ୍ଜିଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରୀୟ ଜନଜାତୀୟ ଗୌରବ ଦିବସ ଅତ୍ୟନ୍ତ ଉତ୍ସାହର ସହ ପାଳିତ

Nov 19, 2026 - 11:39
 0  4
ଲାଞ୍ଜିଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରୀୟ ଜନଜାତୀୟ ଗୌରବ ଦିବସ ଅତ୍ୟନ୍ତ ଉତ୍ସାହର ସହ ପାଳିତ

ଥୁଆମୂଳ ରାମପୁର : ୧୮/୧୧-କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ - ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ଅବସରରେ ଓଡ଼ିଶାର ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀ ଓ ଜିଲ୍ଲାସ୍ତରରେ ଜନଜାତୀୟ ଗୌରବ ଦିବସ-୨୦୨୬ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଉଛି। ଏହି ଅବସରରେ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରୀୟ ଜନଜାତୀୟ ଗୌରବ ଦିବସ ଥୁଆମୂଳ ରାମପୁର ବ୍ଲକର ଗୋପାଳପୁରସ୍ଥିତ ଭାରତ ଯାତ୍ରା ପଡ଼ିଆରେ ଆୟୋଜିତ ହୋଇଥିଲା। କଳାହାଣ୍ଡି ଜିଲ୍ଲା ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ଶ୍ରୀ ତ୍ରିନାଥ ସାବରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଏସ୍‌.ଡି.ସି. ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ଦିଶାରୀ ଏବଂ ମୁଖ୍ୟବକ୍ତା ଭାବେ ରାଜ୍ୟ ଅନୁସୂଚିତ ଜନଜାତି ମୋର୍ଚ୍ଚାର ଉପସଭାପତି ତଥା ଲାଞ୍ଜିଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ଶ୍ରୀ ରମେଶ ଚନ୍ଦ୍ର ମାଝୀ ଯୋଗଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ଲୋକସଭା ସାଂସଦଙ୍କ ବ୍ଲକ ପ୍ରତିନିଧି ଶ୍ରୀ ପବିତ୍ର ନାଏକ, କଳାହାଣ୍ଡି ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଶ୍ରୀ ବିଷ୍ଣୁ ନାଏକ, ଥୁଆମୂଳ ରାମପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ ଦୟାନିଧି ମାଝୀ, ଜିଲ୍ଲା ଅନୁସୂଚିତ ଜନଜାତି ମୋର୍ଚ୍ଚା ଉପସଭାପତି ଶ୍ରୀମତୀ ଫୁଲମେଇ ମାଝୀ, ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ଶ୍ରୀ କୁନା ପାତ୍ର, ଜିଲ୍ଲା ଆଦିବାସୀ ମୋର୍ଚ୍ଚା କୋଷାଧ୍ୟକ୍ଷ ତଥା ତାଲମପଦର ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀ ପ୍ରକାଶ ମାଝୀ, ବରିଷ୍ଠ ବିଜେପି ନେତା ତଥା ଜିଲ୍ଲା ପଦାଧିକାରୀ ଓ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ବଜ୍ରା ଭୋଇ,

ବରିଷ୍ଠ ବିଜେପି ନେତା ଶ୍ରୀ ବିପିନ ବିହାରୀ ଓ ଶ୍ରୀ ବାମୁନୁ ନାଏକ, ଜିଲ୍ଲା ମହିଳା ମୋର୍ଚ୍ଚା ସମ୍ପାଦିକା ତଥା ସମିତି ସଦସ୍ୟା ଶ୍ରୀମତୀ ପୁଷ୍ପାଞ୍ଜଳି, ପୂର୍ବତନ ଚେୟାରମ୍ୟାନ୍‌ ଶ୍ରୀମତୀ କିୟାମଣି ନାଏକ, ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ଅଙ୍ଗଦ ମାଝୀ, ଶ୍ରୀ ଘାସିରାମ ମାଝୀ, ଶ୍ରୀ ବିକ୍ରମ ମାଝୀ, ପୂର୍ବତନ ଥୁଆମୂଳ ରାମପୁର ମଣ୍ଡଳ ସଭାପତି ଶ୍ରୀ ଧନୁର୍ଯ୍ୟ ନାଏକ, ଜିଲ୍ଲା ସୋସିଆଲ ମିଡିଆ ସଦସ୍ୟ ଶ୍ରୀ ଦିନେଶ ଦିଶାରୀ ଓ ଶ୍ରୀ ସରୋଜ ମାଝୀ ପ୍ରମୁଖ ଯୋଗଦେଇଥିଲେ। ମଣ୍ଡଳସ୍ତରୀୟ ନେତୃବୃନ୍ଦଙ୍କ ମଧ୍ୟରେ ଥୁଆମୂଳ ରାମପୁର ମଣ୍ଡଳ ସଭାପତି ଶ୍ରୀ ଦୟାନିଧି ଭୋଇ, ଡୁମେରପଦର ମଣ୍ଡଳ ସଭାପତି ଶ୍ରୀ ପୁଷ୍ପ ନାଏକ, ଜୟପାଟଣା ମଣ୍ଡଳ ସଭାପତି ଶ୍ରୀ ଅରବିନ୍ଦ ପଣ୍ଡା, ଲାଞ୍ଜିଗଡ଼ ମଣ୍ଡଳ ସଭାପତି ଶ୍ରୀ ଶୁକ୍ରୁ ମାଝୀ, ଥୁଆମୂଳ ରାମପୁର ମଣ୍ଡଳ ସାଧାରଣ ସମ୍ପାଦକ ଶ୍ରୀ ଆଲୋକ କୁମାର ନାଏକ, ଡୁମେରପଦର ମଣ୍ଡଳ ସମ୍ପାଦକ ଶ୍ରୀ ପିଣ୍ଟୁ କୁମାର ନାଏକ, ଥୁଆମୂଳ ରାମପୁର ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଶ୍ରୀ ଅଭିରାମ ନାଏକ, ଥୁଆମୂଳ ରାମପୁର ମଣ୍ଡଳ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଶ୍ରୀ ଅଜିତ କୁମାର ନାଏକ ଓ ଶ୍ରୀ ଭରତ ନାଏକ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଅତିଥିମାନେ ଭଗବାନ ବିର୍ସା ମୁଣ୍ଡାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଆୟୋଜିତ ସଭାରେ କଳାହାଣ୍ଡି ମୋର୍ଚ୍ଚାର ପରାମର୍ଶଦାତା ଶ୍ରୀ ମନୋଜ ପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ଶ୍ରୀ ତ୍ରିନାଥ ସାବର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି, ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥିମାନେ ନିଜ ନିଜ ଅଭିଭାଷଣରେ ଭଗବାନ ବିର୍ସା ମୁଣ୍ଡାଙ୍କୁ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଜଣେ ମହାନ ଆଦିବାସୀ ଜନନାୟକ, ଲୋକନାୟକ ତଥା ସମାଜ ସଂସ୍କାରକ ଭାବେ ସ୍ମରଣ କରିଥିଲେ। ଆଦିବାସୀ ସମ୍ପ୍ରଦାୟ ତାଙ୍କୁ ଅତ୍ୟନ୍ତ ଶ୍ରଦ୍ଧା ଓ ସମ୍ମାନର ସହ ‘ଧରତୀ ଆବା’ ଅର୍ଥାତ୍‌ ଧରିତ୍ରୀ ପିତା ଭାବେ ସମ୍ବୋଧନ କରିବା ସହ ଭଗବାନ ରୂପେ ପୂଜା କରୁଥିବା ବିଷୟରେ ଉଲ୍ଲେଖ କରିଥିଲେ। ତାଙ୍କର ତ୍ୟାଗ, ସଂଘର୍ଷ, ସାହସିକତା ଓ ଦେଶପ୍ରେମ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ପାରମ୍ପରିକ ଆଦିବାସୀ ନୃତ୍ୟ ଓ ସାଂସ୍କୃତିକ ପରିବେଷଣ ଦର୍ଶକଙ୍କ ମନ ମୋହିଥିଲା। ଏହି ଅବସରରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡି ଓ କଂଗ୍ରେସ ଦଳର ଅନେକ ଯୁବକ ଓ କାର୍ଯ୍ୟକର୍ତ୍ତା ନିଜ ନିଜ ଦଳ ଛାଡ଼ି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ବହୁ ବିଜେପି ନେତା, କର୍ମକର୍ତ୍ତା ଓ ଭାରତୀୟ ଜନତା ପାର୍ଟିର କର୍ମୀ ଉପସ୍ଥିତ ରହି ସହଯୋଗ କରିଥିଲେ।

 ଥୁଆମୂଳ ରାମପୁର ରୁ ଅତିରିକ୍ତ ଜିଲ୍ଲା ପ୍ରତିନିଧି ମିଥୁଲା ନାଏକ ଙ୍କ ରିପୋର୍ଟ FIRST NEWS ODSHA

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ