ରାସ୍ତା ଘାଟ ପାନୀୟ ଜଳ ଓ ବିଭିନ୍ନ ମୈଳିକ ସମସ୍ୟା କୁ ନେଇ ୟୁ ଛେଳିଆନାଳ ଗ୍ରାମ ବାସୀଙ୍କ ଜିଲ୍ଲା ପାଳଙ୍କ ଠାରେ ଅଭିଯୋଗ।

Breaking news

Feb 18, 2025 - 21:58
 0  23
1 / 1

1.

ରାସ୍ତା ଘାଟ ପାନୀୟ ଜଳ ଓ ବିଭିନ୍ନ ମୈଳିକ ସମସ୍ୟା କୁ ନେଇ ୟୁ ଛେଳିଆନାଳ ଗ୍ରାମ ବାସୀଙ୍କ ଜିଲ୍ଲା ପାଳଙ୍କ ଠାରେ ଅଭିଯୋଗ।

 ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ପାତ୍ର ଗୁଡା ଗ୍ରାମ ପଞ୍ଚାୟତର,। ୟୁ .ଛେଳିଆନାଳ ଗ୍ରାମର ଡମ୍ବସାହିର

 ରାସ୍ତା ଘାଟ ଗମନାଗମନ ପାନୀୟ ଜଳ ଓ ବିଭିନ୍ନ ମୈଳିକ ସମସ୍ୟା କୁ ନେଇ ୨୦ ରୁ ଉର୍ଦ୍ଧ ମହିଳା ବ୍ଲକ ସ୍ତରୀୟ ଜିଲ୍ଲା ପାଳ ରାୟଗଡ଼ା ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ପଞ୍ଚାୟତ ସମିତି ମୁନିଗୁଡ଼ା ଠାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ପରିତାପର ବିଷୟ ଏହିକି ଆଜକୁ ପାଞ୍ଚ ବର୍ଷ ରୁ ଉର୍ଦ୍ଧ ହେବ ୟୁ ଛେଳିଆନାଳ ଗ୍ରାମର ଡମ୍ବସାହିରେ ପାନୀୟ ଜଳ ରାସ୍ତା ଘାଟ ଗମନାଗମନ ଗ୍ରାମର ସମସ୍ୟା କୁ ନେଇ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଅଭିଯୋଗ କରିଥିବା ଓ ଏହାର କୈାଣସି ସମାଧାନ ହେଉନଥିବା ସାହିର ମହିଳାମାନେ ଅଭିଯୋଗ କରିଛନ୍ତି। ସାହିର ଦୁଇଟି ନଳକୂପ ରହିଛି ହେଲେ ଗୋଟିଏ ନଳକୂପ ରେ ରଙ୍ଗ ମାଟି ପାଣି ବାହାରୁଥିବା ବେଳେ ଆଉ ଏକ ନଳକୂପ ବୋରିଙ୍ଗ୍ ଠାରେ ଲୁହା ଗୁଣ୍ଡ ପାଣି ବାହାରୁଥିବା ଅଭିଯୋଗ ହୋଇଛି। ରାଜ୍ୟ ସରକାରଙ୍କ ଜୋଯନା ସବୁ ବ୍ଲକ ଓ ଗ୍ରାମ ପଞ୍ଚାୟତ ମାନଙ୍କୁ ଲୋକଙ୍କ ଉନ୍ନୟନ ମୂଳକ କାର୍ଯ୍ୟରେ ବ୍ୟବହାର ସକାଶେ ଆସୁଥିବା କୋଟି କୋଟି ଟଙ୍କା ସରକାରଙ୍କ କାଗଜ କଲମରେ ହିଁ ସିମିତ ରହୁଥିବା ଅଭିଯୋଗ ହେଉଛି। ତାହା ନହେଲେ ଗ୍ରାମରେ ପାନୀୟ ଜଳ ରାସ୍ତା ଘାଟ ଗମନାଗମନ ଓ ଷ୍ରିଟ୍ ଲାଇଟ୍ ମଧ୍ୟ ଦିଆଯାଇ ନାହିଁ। ସରକାର ବିକଶିତ ଗାଁ ବିକଶିତ ଓଡ଼ିଶା ନାମରେ କୋଟି କୋଟି ଟଙ୍କା ଲୋକଙ୍କ ମୈଳିକ ସମସ୍ୟା ଓ ଉନ୍ନୟନ ମୂଳକ କ୍ଷେତ୍ରରେ ବିକାଶ କ୍ଷେତ୍ରରେ ଡିମ ଡିମ୍ବ ପିଟୁଥିବା ବେଳେ ଏହି ୟୁ ଛେଳିଆ ନାଳ ଗ୍ରାମରେ ବିକାଶ ଦିଗରେ ଦିଗ ହରା ହୋଇପଡ଼ିଛି ବୋଲି ଚିତ୍ରସେନ ପଲକିଆ,ସୁରାଜ ଟାକ୍ରି,ଗିତା ମହାନନ୍ଦିଆ,ମୁଖି ଟାକ୍ରି, ସୁକୁମାରୀ କୁଲଦୀପ,ଭୂମିପଲକିଆ,ଅଶୋକ ମହାନନ୍ଦିଆ,ପ୍ରତିମା ପଲକିଆ, ବିକି ମହାନନ୍ଦିଆ ,ପ୍ରମୁଖ ଗ୍ରାମ ବାସୀ ଅଭିଯୋଗ କରିଛନ୍ତି, ପ୍ରଶାସନ ଯଥାଶୀଘ୍ର ଉକ୍ତ ସମସ୍ୟା ର ସମାଧାନ ଶ୍ରିଘ୍ର ନ କରନ୍ତି ତାହାହେଲେ ଛେଳିଆ ନାଳ ସାହି ବାସିନ୍ଦା ରାଜରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି।

ରାୟଗଡ଼ା ଜିଲ୍ଲାରୁ ସଞ୍ଜୟ କୁମାର୍ ନାଗଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡ଼ିଶା 

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ