ମ୍ୟାଲେରିଆ ରୋଗର ନିରାକରଣ ପାଇଁ ମୟୁରଭଞ୍ଜ ଜିଲ୍ଲାରେ ଗୋଷ୍ଠୀ ଭାଗିଦାରୀ ସହଯୋଗ ରେ ଆରୋଗ୍ୟ ପଥେ ମଡେଲର ଶୁଭାରମ୍ଭ।
ଅଦ୍ୟ ତା ୧୧.୧୧.୨୦୨୬ ଓ ୧୨.୧୧.୨୦୨୬ ରିଖ ଦୁଇ ଦିନ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବାରିପଦାରେ ଜିଲ୍ଲାସ୍ତରୀୟ ମ୍ୟାଲେରିଆ ରୋଗର ନିୟନ୍ତ୍ରଣ ପାଇଁ ଗୋଷ୍ଠୀ ଭାଗିଦାରୀ ସହଯୋଗ ରେ ଆରୋଗ୍ୟ ପଥେ ମଡେଲର ଶୁଭାରମ୍ଭ ହେବ ସହ ପ୍ରଶିକ୍ଷଣ କର୍ମଶାଳାକୁ ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା ବିଶ୍ଵନାଥ ଦାସ ଓ ରାଜ୍ୟରୁ ଆସିଥିବା ଅତିରିକ୍ତ ଜନ ସ୍ଵାସ୍ଥ୍ୟ ନିର୍ଦେଶକ ଭେକ୍ଟୋର ବାହିତ ରୋଗ ଡା ଶୁଭାଶିଷ ମହାନ୍ତି ଏହି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଓ ମଣଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଧିକାରୀ, ସ୍ୱାସ୍ଥ୍ୟ ଅଧିକାରୀ , ସ୍ୱାସ୍ଥ୍ୟ ପରିଦର୍ଶକ ଏବଂ ସ୍ୱାସ୍ଥ୍ୟ କର୍ମୀ ଭାଗ ନେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ କହିଥିଲେ ଆମକୁ ମ୍ୟାଲେରିଆ ରୋଗର ନିୟନ୍ତ୍ରଣ ପାଇଁ ଯଥାଶିଘ ରୋଗ ଚିହ୍ନଟ କରି କିପରି ସମ୍ପୁର୍ଣ୍ଣ ଚିକିତ୍ସା କରାଯାଇ ପାରିବ , ସୋଇବାବେଳେ ମଶାରୀ ବ୍ୟବହାର କରିବା, ସଠିକ ସମୟରେ ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମ , କୀଟନାଶକ ସିଞ୍ଚନ , ଆଦିବାସୀ ଆବାସିକ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସ୍ୱାସ୍ଥ୍ୟ ପରିଦର୍ଶକ ଓ ସ୍ୱାସ୍ଥ୍ୟ କର୍ମୀ ମାନେ ଘରକୁ ଘର ବୁଲି ଗାଁ ମାନଙ୍କରେ ମ୍ୟାଲେରିଆ କାର୍ଯ୍ୟକ୍ରମର ତଦାରଖ କରିବା ସହିତ ମ୍ୟାଲେରିଆ ରୋଗ ଚିହ୍ନଟ ହେଲେ ପ୍ରଥମ ବଟିକା ସେହିଠାରେ ରୋଗୀକୁ ଦିଅନ୍ତୁ ବୋଲି କହିଥିଲେ । ରାଜ୍ୟରୁ ଆସିଥିବା ଡା ଶୁଭାଶିଷ ମହାନ୍ତି ଆରୋଗ୍ୟ ପଥେ ମଦେଲର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବା ସହିତ କିପରି ଗୋଷ୍ଠୀ ଭାଗିଦାରୀ ସହଯୋଗରେ ମ୍ୟାଲେରିଆ ନିୟନ୍ତ୍ରଣ କରିବା ସହିତ ସଠିକ ସମୟ ରେ ମ୍ୟାଲେରିଆ କାର୍ଯ୍ୟକ୍ରମକୁ ଶେଷ କରିବା ଉପରେ ଗୁରୁତ୍ବାରୋପ କରିଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ରାଜ୍ୟ ସଂଯୋଜକ ଡା ବିଶ୍ଵପ୍ରକାଶ ଦତ୍ତ ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନ କରି ରିପୋର୍ଟ କରିବା ପାଇଁ ଅନୁରୋଧ କରିଥିଲେ । ଡା ନଚିକେତା ମହାନ୍ତି , ନିର୍ଦ୍ଦେଶକ ଜାପାଇଗୋ, ଶ୍ରୀ ରୁଦ୍ର ପ୍ରସାଦ ପ୍ରଧାନ , ସିନିୟର ଅଧିକାରୀ ଜପାଇଗୋ , ଓଡ଼ିଆ କହିଥିଲେ କିପରି ପ୍ରାଇଭେଟକୁ ଚିକିତ୍ସା ହେବା ପାଇଁ ଯାଉଥିବା ଲୋକ ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନ କୁ ଚିକିତ୍ସା ପାଇଁ ଆସିପାରିବେ ଓ ସଠିକ ଭାବରେ ସମୟ ଅନୁସାରେ ମ୍ୟାଲେରିଆ ଚିକିତ୍ସା ହୋଇପାରିବ ତାହା ଉପରେ ଗୁରୁତ୍ବାରୋପ କରିଥିଲେ । ରାଜ୍ୟ ସ୍ୱାସ୍ଥ୍ୟ ମିଶନରୁ ଆସିଥିବା ପରାମର୍ଶ ଦାତା ସିପି ଡା ସୁଶାନ୍ତ ନାୟକ , ଭେକ୍ଟୋର ବାହିତ ରୋଗ ପରାମର୍ଶ ଦାତା ଦେବକାନ୍ତ ସନ୍ଧି ବିଗ୍ରହ , ଗାଁ କଲ୍ୟାଣ ସମିତି ପରାମର୍ଶ ଦାତା ସେକ ମହମ୍ମଦ ରଫିକଉଦ୍ଦିନ ଆରୋଗ୍ୟ ପଥେର ପ୍ରଶିକ୍ଷଣ ଭଲ ଭାବରେ ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକ୍ଷକ ଡା ସସିକାନ୍ତ ସେଠି , ଅତିରିକ୍ତ ଜିଲ୍ଲା ଭେକ୍ଟୋର ବାହିତ ରୋଗ ଅଧିକାରୀ ଡା ବିଜୟ କୁମାର ଦାସ , ଜିଲ୍ଲା ଭେକ୍ଟୋର ବାହିତ ରୋଗ ପରାମର୍ଶ ଦାତା ତପନ କୁମାର ସାହୁ ସଠିକ ସମୟରେ ମ୍ୟାଲେରିଆ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ସମ୍ପାଦନା କରିବା ସହ କିପରି ମିଳିତ ସହଯୋଗରେ ଉନ୍ନତ ମାନର ପଦକ୍ଷେପ ନେଇ ମ୍ୟାଲେରିଆ ରୋଗକୁ ନିୟନ୍ତ୍ରଣ କରିହେବ ତାଉପରେ ଧ୍ୟାନ ଆକର୍ଷଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଧନୁରାମ ମୂର୍ମୁ , ଜିଲ୍ଲା ସ୍ୱାସ୍ଥ୍ୟ ମିଶନର ପରିଚାଳକ ଅନିଲ କୁମାର ମହାନ୍ତି , ଜିଲ୍ଲା କୋଷାଧ୍ୟକ୍ଷ ଗୋପାଳ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ , ସହକାରୀ ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଗଣେଶ୍ୱର ମହାନ୍ତି , ସହକାରୀ ପରିଚାଳକ ସିପି ପ୍ରସନ୍ନ କୁମାର ଦେବତା, ଅର୍ଥ ଓ ଉପକରଣ ସହଯୋଗୀ ଗୋପବନ୍ଧୁ ଗିରି, ଫାଇଲେରୀ ଇସ୍ପେକ୍ଟର ଦୁର୍ଗା ପ୍ରସାଦ ଦାସ ଓ ଅମୁଲ୍ୟ ରତନ ଦାସ , ଏସ ଏଫ ଡବ୍ଲୁ ବଳରାମ ବେହେରା, ରଞ୍ଜନ ସେଠି, ସନ୍ତୋଷ କୁମାର କୂଳଦୀପ , କ୍ୟୁରେସି ଖାତୁନ , କମଳା କାନ୍ତ ବେହେରା, ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆସିଥିବା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକ୍ଷକ, ମେଡ଼ିକାଲ ଅଫିସର , ଗୋଷ୍ଠୀ ଜନ ସ୍ଵାସ୍ଥ୍ୟ ଅଧିକାରୀ, ସ୍ୱାସ୍ଥ୍ୟ ପରିଦର୍ଶକ, ବିପିଏମ , ମ୍ୟାଲେରିଆ ପରିଦର୍ଶକ, ବାମ ସ୍ୱାସ୍ଥ୍ୟ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0