ମାଟେରୃ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସମ୍ବିଧାନ ଦିବସ ପାଳନ

Nov 26, 2026 - 19:41
 0  6
ମାଟେରୃ ପଞ୍ଚାୟତ କାର୍ଯ୍ୟାଳୟ ଠାରେ  ସମ୍ବିଧାନ ଦିବସ ପାଳନ

ପଡ଼ିଆ,୨୬/୧୧: ଆଜି ପଡ଼ିଆ ବ୍ଲକ ଅନ୍ତର୍ଗତ ମାଟେରୁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଥିବା ବିଶ୍ୱ ରତ୍ନ ଡ଼ଃ. ବାବା ସାହେବ ଆମ୍ବେଦକର ଙ୍କର ପ୍ରତିମୂର୍ତ୍ତି ରେ ପ୍ରଥମେ ଧୂପ, ଦ୍ବୀପ, ପୁଷ୍ପ ଅର୍ପଣ କରି ସମ୍ବିଧାନ ଦିବସ ପାଳନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ମାଟେରୁ ସରପଞ୍ଚ ଲଛମନ ମାଡକାମି, ଜେ ଇ ବାପୁଜୀ ନାୟକ, ଏ ଡି ଓ ମିର୍ନାଲ୍ ରାଏ, ଶିକ୍ଷକ ଇର୍ମା କବାସୀ, ଜୟନ୍ତୀ ପରିଡ଼ା, ଏମ୍ ଭି କେ ପପିତା ଗୁରାମ୍, ସି ଆର୍ ପି ଲକ୍ଷ୍ମୀ ବେଟି, ପ୍ରାଣୀ ମିତ୍ର ମୁନି ମାଡି ସମେତ ମାଟେରୁ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । ସମଗ୍ର ଭାରତୀୟ ମାନଙ୍କ ପାଇଁ ଥିବା ଅଧିକାର କୁ ପୁଙ୍ଖାନୂପୁଙ୍ଖ ବୁଝାଇ ସମ୍ବିଧାନ ଆମ ପାଇଁ ଏକ ଅମୁଲ୍ୟ ଗ୍ରନ୍ଥ ବୋଲି ବୁଝାଇବା ସହ ସମ୍ବିଧାନ କୁ ସମ୍ମାନ ଦେବା ଓ ସୁରକ୍ଷା ଦେବା ପ୍ରତ୍ୟେକ ଭାରତବାସୀଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି ଉପସ୍ଥିତ ଅତିଥି ମାନେ କହିଥିଲେ l ଘରେ ଘରେ ପ୍ରତି ଭାରତବାସୀ ସମ୍ବିଧାନ ବିଷୟରେ ଜାଣିବା ଦରକାର ଏବଂ ସମାଜରେ ସମାନତା ତଥା ଭାଇ ଚାରା ରଖିବାକୁ ଆହ୍ୱାନ ଦେଇଥିଲେ l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ