।। ଭୀମ ଖିଲଙ୍କ ଚାକିରୀ କୁ ନେଇ ସଭା ଅନୁଷ୍ଠିତ ।।

Jan 15, 2024 - 23:07
 0  27
।। ଭୀମ ଖିଲଙ୍କ ଚାକିରୀ କୁ ନେଇ ସଭା ଅନୁଷ୍ଠିତ ।।

କୋରାପୁଟ ଜିଲ୍ଲା, କୋରାପୁଟ ବ୍ଲକ ଅନ୍ତର୍ଗତ ,ପଦ୍ମପୁର ଗ୍ରାମ ପଞ୍ଚାୟତ ନିକଟସ୍ଥ ଚେରେଙ୍ଗା ଗୁଡା ଗ୍ରାମର ସ୍ବର୍ଗତ ଦୈତାରୀ ଖିଲଙ୍କ ମଝିଆ ପୁଅ ,ଭୀମ ଖିଲଙ୍କ ନାଲକୋ ଚାକିରୀ କୁ ନେଇ ଗ୍ରାମରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।ଉକ୍ତ ସଭା ତା-୧୫/୦୧/୨୦୨୪ ରିଖ ସମବାର ଦିନ ସନ୍ଧ୍ୟା ୫ଘଟିକା ୩୫ମିନିଟ ସମୟରେ ସଭାଟି ଭୀମ ଖିଲଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା ।ତେବେ ଭୀମ ଖିଲ କରୁଥିବା ନାଲକୋ ଚାକିରୀ ବାପାଙ୍କ ଜମି କୁ ନେଇ ହେଇଥିବା ବେଳେ ତାଙ୍କର ବଡ଼ ଭାଈ କାର୍ତିକ ଖିଲ ଏବଂ ସାନ ଭାଇ ଜଗେନ୍ଦ୍ର ଖିଲ ତାଙ୍କୁ କିଛି ଡିମାଣ୍ଡ କରିଥିବା ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।ଏଠାରେ ସର୍ବ ପ୍ରଥମେ ଭୀମ ଖିଲ ଦୁଇ ଭାଇଙ୍କୁ ଗ୍ରାମ ବାସୀଙ୍କ ଆଗରେ ତାଙ୍କର ଡିମାଣ୍ଡ କଥା ପଛାରି ଥିଲେ ।ତେବେ ବଡ଼ ଭାଈ କାର୍ତିକ ଖିଲ ପଇସା ଦରକାର ନାହିଁ ବାପାଙ୍କ ବଳକା ରହିଥିବା ଜମି ଆମ ଦୁଇ ଭାଇଙ୍କ ନାମରେ କରାଯାଉ ବୋଲି କହିଥିଲେ ।ସାନ ଭାଇ ଜଗେନ୍ଦ୍ର ଖିଲ ଆମ ଦୁଇ ଭାଇଙ୍କୁ ମାସକୁ କିଛି କିଛି ଟଙ୍କା ଦିଆଯାଉ ଏବଂ ବଳକା ଥିବା ଜମି ୩ଭାଇଙ୍କ ଭାଗରେ ବାଣ୍ଟିବା ଭଲ ହେବ ବୋଲି କହିଥିଲେ ।ତେବେ ଏଥିରେ କାର୍ତିକ ଖିଲ ରାଜି ହଇ ନ ଥିଲେ ଯ ଦ୍ଵାରା ଭୀମ ଖିଲ ତାଙ୍କ ଦୁଇ ଭାଇଙ୍କୁ ତାଙ୍କ ଭାଗରେ ପଡ଼ୁଥିବା ଜମି ଦେବାକୁ ରାଜି ହୋଇଗଲେ ।ସେହା ପୁଣି ଗୋଟିଏ ସ୍ୱାର୍ଥରେ ତାହା ହେଉଛି ସେ ଦିର୍ଗ ୧୨ବର୍ଷ ଧରି ଚାକିରୀ ପାହି ଲଡେଇ କରିଥିଲେ ସେଥିରେ ସେ କହିବା ଅନୁଯାୟୀ ସେ ଅଳ୍ପ ରେ ୧୨ଲକ୍ଷ ଟଙ୍କା ଖର୍ଚ୍ଚ ହେଇଛି ଯାହା ତମେ ଦୁଇ ଭାଈ ଫେରାଇବା ପାଇଁ ପଡ଼ିବ ତାହେଲେ ମୋ ଭାଗରେ ପଡ଼ୁଥିବା ଜମି ତମ ଦୁଇ ଭାଇଙ୍କ ନାମରେ କରିବି ବୋଲି କହିଥିଲେ ।ଏତିକି ବେଳକୁ ୬ଟା ୪୪ମିନିଟ ସମୟ ହେଇଥିଲା ସଭାର ଏହି ସମୟରେ ଭୀମ ଖିଲଙ୍କ କଥା ଅନୁଯାୟୀ ଜଗେନ୍ଦ୍ର ଖିଲ ଗୋଟିଏ ଖାଲି ପେପର ରେ ସଭାରେ ଉପସ୍ଥିତ ଥିବା ସମସ୍ତଙ୍କ ଠାରୁ ଦସ୍ତଖତ ନିଆଯାଇଥିଲା ଯଉଁଟା ଆଜି ପର୍ଯ୍ୟନ୍ତ କହୁଟି ଏଭଳି ହେଇନାହିଁ ।ଉକ୍ତ ବିନା କୌଣସି ଲେଖା ପେପରରେ ଗ୍ରାମ ବାସୀ କେମିତି ଦସ୍ତଖତ କଲେ ତାହା ଏଟି ପ୍ରଶ୍ନ ସୃଷ୍ଟି ହୋଇଛି ।ଏହା ପରେ ଭୀମ ଖିଲଙ୍କ ଘରକୁ ବି ନେଇ କୁହା ଯାଇଥିଲା ଯୁ ଘରକୁ ବଡ଼ ଭାଈ କିଛି ଦିନ ପୂର୍ବେ ତାଲା ପକାଇ ମା ଙ୍କୁ ତାଙ୍କ ଘରକୁ ନେଇ ଯାଇଥିଲେ ସେହି ଘର ମୁଁ ତିଆରି କରିଥିଲି ସତ୍ କିନ୍ତୁ ସେଇଟା ତମର ଜାଗା ତାହେଲେ ମୁଁ ଘର ପ୍ରତି ଖର୍ଚ୍ଚ କରିଥିବା ୩୦୦୦୦୦ ମୋତେ ଦିଆଯାଉ କହିବାରୁ ବଡ଼ ଭାଈ କାର୍ତିକ ଖିଲ ୨୦୦୦୦୦ ଟଙ୍କା ଦେବା ପାଇଁ କହିବାରୁ ଏଥିରେ ଭୀମ ଖିଲ ରାଜି ହେଲେ ।ପରେ ଭୀମ ଖିଲ ପୁଣି ଜମି କଥା ଉଠାଇ ଥିଲେ ଯେ ମୋର ଚାକିରୀ ଅବସର ହେଲେ ମୁଁ କଣ କରିବି ସେଥିପାଇଁ ମୋତେ ଦୟାକରି କିଛି ଜମି ଦିଅ ତମ ଗଡ଼ ଧରୁଛି କହି ବଡ଼ ଭାଇଙ୍କ ଗଡ଼ ଧରିବା ଦେଖି ବଡ ଭାଈ ୫୦ସେଣ୍ଟ ବିଲ ଜମି ଦେବା ପାଇଁ ରାଜି ହେଲେ ।ଏହି ସଭାର ସବୁ କଥା ବାର୍ତ୍ତା ର video ସୁଟିଂ କରୁଥିଲେ ଜଗେନ୍ଦ୍ର ଖିଲ ଏବଂ ସଭାରେ ଉପସ୍ଥିତ ଥିବା ଲାକମାନଙ୍କୁ ପିଇବାର ବ୍ୟବସ୍ଥା କରୁଥିଲେ ଦିୱାନ ଖିଲ ଏବଂ ହରି ଖିଲ ।ଉକ୍ତ ବୈଠକରେ ଚ୍ୟାର ଜଗେଇ ଦେଇଥିଲେ ବାହାଦୂର ମାଝୀ ।ଏଠାରେ ଉପସ୍ଥିତ ରହିଥିଲେ ଭୀମ ଖିଲଙ୍କ ସହ ଚାକିରୀ ସାଥି ଭୀମ କୁଳଦୀପ, ଜଗନାଥ ଜାନି ଏବଂ ଗ୍ରାମର ଭଦ୍ର ବ୍ୟକ୍ତି ଖଗପତି ଜାନି,ମହନ ନାୟକ, ପିତାମ୍ବର ଖିଲ ମଦନ କୁଳଦୀପ, ବାହାଦୂର ମଝି, ହୀରଣ ଶୁଖିଆ,ଜଳନ୍ଦର୍ ଖିଲ, ପଦ୍ମ ଖିଲ,ଭଗବାନ ଖରା ଏବଂ ଗ୍ରାମର ଲୋକମାନେ ଉପସ୍ଥିତ ରହିଥିଲେ ।ପରି ଶେଷରେ ଗ୍ରାମର କିଛି ଲୋକ ଆସନ ଛାଡ଼ି ପଳେଇ ଯାଇଥିଲେ ପରେ ଜଗେନ୍ଦ୍ର ଖିଲ ତାଙ୍କ ମା କୁ କିଏ ରଖିବେ ସେ କଥା ବାହାର କରିଥିଲେ ଏବଂ କହିଥିଲେ ଯେ ଦିର୍ଗ ୭ବର୍ଷ ମୁଁ ମା କୁ ରଖି ଆସିଛି ତେବେ ଏହାର ଖର୍ଚ୍ଚ ମୋତେ ଦୁଇ ଭାଇ ବହନ କରିବାକୁ ପଡ଼ିବ ବୋଲି କହିଥିଲେ ।ଶେଷରେ କୌଣସି ଏକ ଅବୁଝା ମଣା ହେତୁ ବଡ଼ ଭାଈ କାର୍ତିକ ଖିଲଙ୍କୁ ସାନ ଭାଇ ଜଗେନ୍ଦ୍ର ଖିଲ ଗାଲରେ ଏକ ଶକ୍ତ ଚାପୁଡ଼ା ମାରିଲେ ।ତେବେ ଉକ୍ତ ସଭାର କୌଣସି ମୂଲ୍ୟ ନିର୍ଦ୍ଧାରଣ ହେଲା ନାହିଁ ବୋଲି ଜଣା ପଡିଥିଲା ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ