ପଞ୍ଜଲ ଜଙ୍ଗଲ ରେ ଲାଗିଲା ନିଆଁ ଗ୍ରାମ ବାସିଙ୍କ ସହ ମିଶି ବନ ବିଭାଗ ର ମିଳିତ ଉଦ୍ୟମ ରେ ନିଆଁ ଆୟତ
କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅନ୍ତର୍ଗତ ଟିକର ପଡା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ପଞ୍ଜଲ୍ ଗ୍ରାମ ଜଙ୍ଗଲ ରେ ସନ୍ଧ୍ୟା ସମୟରେ ହୁ ହୁ ହୋଇ ନିଆଁ ଲାଗୁଥିବା ଖବର ନନ୍ଦପୁର ବନ ବିଭାଗ ନିକଟ ରେ ପହଂଚିବା ପରେ ବାନପାଳ ଗୋପୀନାଥ ପାଙ୍ଗି ତୁରନ୍ତ ନନ୍ଦପୁର ଅଗ୍ନିଶମ ବିଭାଗ କୁ ନେଇ ଜଙ୍ଗଲ ଅଭିମୁଖେ ପହଞ୍ଚିଥିଲେ l ନିଆଁ ହୁ ହୁ ଲାଗିଥିବା ଦେଖି ଗ୍ରାମ ବାସୀଙ୍କ ସହାୟତା ନେଇ ଅଗ୍ନିଶମ ବିଭାଗ ଦ୍ବାରା ନିଆଁ କୁ ଆୟତ କରିଥିଲେ l ପାଖ ପାଖି ଦୁଇ ଏକର ପର୍ଯ୍ୟନ୍ତ ନିଆ ବ୍ୟାପି ଥିବା ଅନୁମାନ କରା ଯାଉ ଥିବା ବେଳେ କିଏ ଦୃବୁତ୍ ନିଆଁ ଲଗାଇ ଜଙ୍ଗଲ ନଷ୍ଟ କରିଛି ତଦନ୍ତ ଚାଲିଛି ବୋଲି ବାନପାଲ ଶ୍ରୀ ପାଙ୍ଗି କହିଛନ୍ତି l ସେପଟେ ପ୍ରତି ଗାଁ ରେ ଆମ୍ବ ନୂଆ ପର୍ବ ପରେ ଜନ୍ତୁ ଶିକାର ପାଇଁ ଜଙ୍ଗଲ ରେ ନିଆଁ ଲାଗିଥିବା ମଧ୍ୟ କୁହାଯାଉଛି l ନନ୍ଦପୁର ରୁ ଶଙ୍କର ପାଙ୍ଗି ଙ୍କ ରିପୋର୍ଟ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0