।। ନୂଆପଡ଼ାରେ ଅସ୍ତିଶଲ୍ୟ କ୍ଲିନିକ ଖୋଲିବାକୁ ନେଇ ସାମ୍ବାଦିକ ସମ୍ମିଳନୀ ।।

Sep 30, 2024 - 02:18
 0  14
।। ନୂଆପଡ଼ାରେ ଅସ୍ତିଶଲ୍ୟ କ୍ଲିନିକ ଖୋଲିବାକୁ ନେଇ ସାମ୍ବାଦିକ ସମ୍ମିଳନୀ ।।

ନୂଆପଡା : ସ୍ଥାନୀୟ ଜଳଛାୟା ସଭାଗୃହରେ ନୂଆପଡା ରେ ଅସ୍ତିଶଲ୍ୟ କ୍ଲିନିକ ଖୋଲିବାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଏମସ ର ଅସ୍ତିଶଲ୍ୟ ବିଶେସଂଜ୍ଞ ଡାକ୍ତର ସିଦ୍ଧାର୍ଥ ପ୍ରଧାନ ଏହି ସମ୍ମିଳନୀରେ ଯୋଗ ଦେଇ ନୂଆପଡ଼ାରେ ଏକ କ୍ଲିନିକ ଖୋଲିବାକୁ ନେଇ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସମ୍ମୁଖରେ ପ୍ରସ୍ତାବ ରଖିଥିଲେ। ଏହାର କାରଣ ପଚାରିବାରୁ ନୂଆପଡ଼ାରେ ଅସ୍ତିଶଲ୍ୟ ରୋଗରେ ପୀଡିତ ରୋଗୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତଥା ଅପରେସନ ରେ ହେଉଥିବା ସଂକ୍ରମଣ ଯୋଗୁଁ ରୋଗୀ ପୁରାପୁରି ଠିକ ହେଇପାରୁନାହାନ୍ତି। ଏନେଇ ସେମାନେ ଅନେକ ଆର୍ଥିକ ଖର୍ଚ୍ଚ ର ସମ୍ମୁଖୀନ ହେଉଛନ୍ତି । ରୋଗୀଙ୍କ ଏହି ଅସୁବିଧା ଗୁଡିକୁ ଦୂର କରିବାକୁ ତଥା ଉତ୍କୃଷ୍ଟ ଚିକିତ୍ସା ଯୋଗାଇ ଦେବାକୁ ସେ ଏଠି କ୍ଲିନିକ ଖୋଲିବାକୁ ଯାଉଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ପ୍ରତ୍ୟେକ ମାସର ଶେଷ ବୁଧବାର ଦିନ ୩ଟାରୁ ସେ ଷ୍ଟେସନ ରୋଡ ରେ ଥିବା ଗଣେଶ ମେଡିକାଲ ରେ ରୋଗୀଙ୍କ ରୋଗ ପରୀକ୍ଷା କରିବେ ବୋଲି କହିଛନ୍ତି ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ