ନିଜ ଗାଁର ଉନ୍ନତି ପାଇଁ ଏକାଠି ହେଲେ ଗ୍ରାମବାସୀ, ଶ୍ରମଦାନ କରି ମରାମତି କଲେ ରାସ୍ତା

Nov 14, 2026 - 20:12
 0  60
ନିଜ ଗାଁର ଉନ୍ନତି ପାଇଁ ଏକାଠି ହେଲେ ଗ୍ରାମବାସୀ, ଶ୍ରମଦାନ କରି  ମରାମତି କଲେ ରାସ୍ତା

ଦାରିଙ୍ଗବାଡ଼ି:୧୪/୧୧(ଫାଷ୍ଟ ନ୍ୟୁଜ୍ ଓଡ଼ିଶା):ଗାଁର ସମସ୍ୟାର ସମାଧାନ ପାଇଁ କେବଳ ପ୍ରଶାସନକୁ ଅପେକ୍ଷା ନକରି ନିଜେ ଆଗକୁ ଆସିଛନ୍ତି ସୁନ୍ଦରଦଣ୍ଡ ଗ୍ରାମବାସୀ। ଏକତା ଓ ସାମୂହିକ ଶ୍ରମଦାନ ମାଧ୍ୟମରେ ଗାଁର ରାସ୍ତାଘାଟ ସଫା କରି ସ୍ୱଚ୍ଛତାର ଏକ ନିଆରା ବାର୍ତ୍ତା ଦେଇଛନ୍ତି। ଗ୍ରାମବାସୀଙ୍କ ଏଭଳି ଉଦ୍ୟମ ଅନ୍ୟ ଗାଁ ପାଇଁ ମଧ୍ୟ ପ୍ରେରଣା ସାଜିଛି।କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ପ୍ଲିହେରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସୁନ୍ଦରଦଣ୍ଡ ଗ୍ରାମରେ ଏହି ସ୍ୱଚ୍ଛତା ଅଭିଯାନ ଦେଖିବାକୁ ମିଳିଛି। ଗ୍ରାମର ସୁନ୍ଦରଦଣ୍ଡ ଛକଠାରୁ ଗୌଡ଼ ସାହି ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଘାସବୁଦା ଓ ଆବର୍ଜନା ଜମି ରହିଥିବାରୁ ଲୋକଙ୍କ ଯାତାୟାତରେ ବାଧା ସୃଷ୍ଟି ହେଉଥିଲା। ଏହାର ସମାଧାନ ପାଇଁ ଗ୍ରାମ କମିଟି ସଭାପତି ସାମୁଏଲ ପ୍ରଧାନଙ୍କ ନେତୃତ୍ୱରେ ଗ୍ରାମବାସୀ ଏକତ୍ରିତ ହୋଇ ସଫେଇ କାର୍ଯ୍ୟ ଆରମ୍ଭ କରିଥିଲେ।ଏହି ଅଭିଯାନରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ଗ୍ରାମ କମିଟିର ସଦସ୍ୟ ଓ ସଦସ୍ୟାଙ୍କ ସହ ଯୁବକ ଓ ଯୁବତୀମାନେ ଉତ୍ସାହର ସହ ଯୋଗଦେଇ ସ୍ୱଇଚ୍ଛାରେ ଶ୍ରମଦାନ କରିଥିଲେ। ମେନକା ପ୍ରଧାନ, ରବି ଚନ୍ଦ୍ର ପ୍ରଧାନ, ମିଥୁନ କୁମାର ପ୍ରଧାନ, ମମିତା ପ୍ରଧାନ, ରାଜକୁମାରୀ ପ୍ରଧାନ ଓ ସାମିତ୍ରୀ ପ୍ରଧାନଙ୍କ ସମେତ ବହୁ ଗ୍ରାମବାସୀ ଏଥିରେ ସାମିଲ ହୋଇଥିଲେ। ସମସ୍ତଙ୍କ ମିଳିତ ପ୍ରୟାସରେ ରାସ୍ତାର ଉଭୟ ପାର୍ଶ୍ୱ ସଫା ହେବା ସହ ଗାଁର ପରିବେଶ ସ୍ୱଚ୍ଛ ଓ ସୁନ୍ଦର ହୋଇପାରିଛି।ଗ୍ରାମବାସୀଙ୍କ ଏହି ପଦକ୍ଷେପ କେବଳ ସଫେଇ କାର୍ଯ୍ୟରେ ସୀମିତ ନୁହେଁ, ବରଂ ଏହା ଗ୍ରାମବାସୀଙ୍କ ଏକତା, ସହଯୋଗ ଓ ସାମୂହିକ ଦାୟିତ୍ୱବୋଧର ଏକ ଉଦାହରଣ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି। ଗାଁର ବିକାଶ ଓ ପରିବେଶର ସୁରକ୍ଷା ପାଇଁ ପ୍ରତ୍ୟେକ ନାଗରିକଙ୍କ ସହଭାଗିତା ଜରୁରୀ ବୋଲି ଏହି ଅଭିଯାନ ମାଧ୍ୟମରେ ସୁନ୍ଦରଦଣ୍ଡବାସୀ ପ୍ରମାଣ କରିଛନ୍ତି। ଗ୍ରାମବାସୀଙ୍କ ଏଭଳି ସଚେତନତାମୂଳକ ଓ ପ୍ରଶଂସନୀୟ ପ୍ରୟାସକୁ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ