ଦୁଇ ଗୋଟି ବିଦ୍ୟୁତ୍ ଟ୍ରାନ୍ସଫର୍ମର ପୋଡ଼ି ଗୋଟିଏ ସପ୍ତାହରୁ ଉର୍ଦ୍ଧ ଦିନ ହେଲା ଅନ୍ଧାରରେ ମାର୍ଦ୍ଧିଫଙ୍କା ଗ୍ରାମବାସୀ

Jun 25, 2026 - 17:13
 0  28
ଦୁଇ ଗୋଟି ବିଦ୍ୟୁତ୍ ଟ୍ରାନ୍ସଫର୍ମର ପୋଡ଼ି ଗୋଟିଏ ସପ୍ତାହରୁ ଉର୍ଦ୍ଧ ଦିନ ହେଲା ଅନ୍ଧାରରେ ମାର୍ଦ୍ଧିଫଙ୍କା ଗ୍ରାମବାସୀ

ଦାରିଙ୍ଗବାଡ଼ି:୨୫/୬ (ସଲମନ୍ ବିନ୍ଧାଣୀ) ଦୁଇ ଦୁଇଟି ଟ୍ରାନ୍ସଫର୍ମର ବିଜୁଳି ଘଡ଼ଘଡ଼ି ରେ ପୋଡ଼ିଗଲା ଏମିତି ଅବସ୍ଥାକାଳବୈଶାଖୀ ପ୍ରଭାବରେ ବିଜୁଳି ମାଡ଼ରେ ଦୁଇଟି ଟ୍ରାନ୍ସଫର୍ମର ପୋଡ଼ି ଯାଇଥିବାରୁ ବିଦ୍ୟୁତ୍ ଆଲୁଅ ଠପ୍ ହୋଇଯାଇଛି ଅନ୍ଧାର ଘରେ ବାସ କରୁଛନ୍ତି ମାର୍ଦିପଙ୍କା ଗ୍ରାମବାସୀ ଏ ନେଇ ବିଦ୍ୟୁତ୍ ସମସ୍ୟା ସମାଧାନ ପାଇଁ ବିଭାଗକୁ ବାରମ୍ଵାର ଅଭିଯୋଗ କଲେ ମଧ୍ଯ ବିଦ୍ୟୁତ୍ କର୍ମଚାରିଙ୍କ ଅବହେଳା ପାଇଁ ଗୋଟିଏ ସପ୍ତାହରୁ ଅଧିକ ଦିନ ଅନ୍ଧାରରେ ରହିଛନ୍ତି ଗ୍ରାମବାସୀ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ୍ ବ୍ରାହ୍ମଣୀଗାଁ ଥାନା ସରାମୂଳୀ ଗ୍ରାମପଞ୍ଚାୟତ ଅଧିନରେ ଥିବା ମାର୍ଦ୍ଧିପଙ୍କା ଗ୍ରାମବାସି। ଟ୍ରାନ୍ସଫର୍ମର ପୋଡ଼ି ବିଦ୍ୟୁତ୍ ଲାଇନ୍ ବନ୍ଦ ହୋଇଯାଇଛି ।ମାର୍ଦ୍ଧିଫଙ୍କା ଗ୍ରାମରେ ବିଦ୍ୟୁତ୍ ନ ଥିବାରୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ଚିକିତ୍ସା ପାଇଁ ବାଧା ସୃଷ୍ଟି ହେଉଥିବା ଡାକ୍ତର ଏବଂ ନର୍ସ କର୍ମଚାରି ଦୁଃଖ ପ୍ରକାଶ କରୁଛନ୍ତି।ଏହି ସୂଚନା ଅନୁଯାଇ ଗୋଟିଏ ସପ୍ତାହରୁ ଅଧିକ ଦିନ ବିଦ୍ୟୁତ୍ ଠପ୍ ହୋଇଥିବାରୁ ସ୍କୁଲ ଛାତ୍ରଛାତ୍ରି ପାଠ ପଢ଼ା ଏବଂ ପିଇବା ପାଣି ଓ ଜରୁରୀ କାମ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି। ବିଦ୍ୟୁତ୍‌ କର୍ମଚାରିକୁ ବାରମ୍ଵାର ଅଭିଯୋଗ କଲେ ବି ବିଭାଗ ଅଧିକାରୀମାନେ କୌଣସି ପଦକ୍ଷେପ ନେଉନଥିବାରୁ ମାର୍ଦ୍ଧିପଙ୍କା ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।ଏ ନେଇ ଗ୍ରାମବାସୀ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ବସିବା ବିଳମ୍ବ ହେଲେ କିଛି ଦିନ ପରେ ଗ୍ରାମବାସି ଏକାଟି ହୋଇ ଦାରିଙ୍ଗବାଡ଼ି ବ୍ଳକ୍ ଘେରାଓ କରିବୁ ବୋଲି କହିଛନ୍ତି।ସେପଟେ ବିଦ୍ୟୁତ୍ ବ୍ଯବହାର ନକରି ବିଦ୍ୟୁତ୍ ବିଲ୍ ନ ଦିଅନ୍ତୁ ବିଦ୍ୟୁତ୍ ସମସ୍ୟା ସମାଧାନ ନକରି ବିଦ୍ୟୁତ୍ କର୍ମଚାରୀ ଗାଁରେ ପ୍ରବେଶ କରିବେ ତେବେ ସେମାନଙ୍କୁ ଧରି ବାନ୍ଧି ରଖିବା ପାଇଁ କହୁଛନ୍ତି ଅଞ୍ଚଳ ବାସି I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ