ଦାରିଙ୍ଗବାଡି ରେ ଖୋଲିଲା ଇକୋରିଟ୍ରିଟ୍ ପାହାଡ଼ ଉପରେ ଶୀତର ମଜା ନେବେ ପର୍ଯ୍ୟଟକ
ଦାରିଙ୍ଗବାଡି, ୧୬/୧୧/୦୨୬( ସଲମନ୍ ବିନ୍ଧାଣୀ) ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପର୍ଯ୍ୟଟକଙ୍କ ଲାଗି ଲୋକାର୍ପଣ ହୋଇଛି ଇକୋରିଟ୍ରିଟ୍।ନଭେମ୍ବର ୧୬ତାରିଖରେ ଏହାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉଦଘାଟନ କରିଛନ୍ତି । ଓଡ଼ିଶାରେ ଜଣାଶୁଣା ପର୍ଯ୍ୟଟନ ସ୍ଥଳୀ ଓଡ଼ିଶା ର କାଶ୍ମୀର ଦାରିଙ୍ଗବାଡି ପାହାଡ଼ ପର୍ବତ ଘନ କୁହୁଡ଼ି ଘେରା ପର୍ଯ୍ୟଟନ ସ୍ଥଳୀ ସୁଭ ଉଦ୍ ଘାଟନ କରିଲେ ଭର୍ଚୁଆଲ ମାଧ୍ୟମରେ ଉଦ୍ଘାଟନ କରିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହାର ଶୁଭ ଫିତା କାଟି କନ୍ଧମାଳ ଜିଲ୍ଲା ଉପ ଜିଲ୍ଲପାଳ ଶ୍ରୀମତୀ ପ୍ରଣିତା ଦାସ ଉଦ୍ ଘାଟନ କରିଛନ୍ତି I ଏହି ପର୍ଯ୍ୟଟନ ସ୍ଥଳୀ ରାଜ୍ୟ ଏବଂ ରାଜ୍ଯ ବାହାରେ ଶୁପରିଚିତ ସ୍ଥାନ ଅଟେ I ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ପର୍ଯ୍ୟଟକ ମାନେ ଯାଇଥାନ୍ତି I ସେମାନଙ୍କ ରହିବା ଖାଇବାର ଶୁ ବ୍ୟବସ୍ତା ଏହି ଇକୋ ରିଟ୍ରିଟ୍ ରେ ରହିଛି I ଏହାର ଶୁଭାରମ୍ଭ କଲେ କନ୍ଧମାଳ ଜିଲ୍ଲା ଉପ ଜିଲ୍ଲପାଳ ଶ୍ରୀମତୀ ପ୍ରଣୀତା ଦାସ ଆଉ ଏଥିରେ ସହଯୋଗ କରିଥିଲେ ,ଏସ ଡି ପି ଓ ଭୋଷାଲ ଶୁଭମ୍ ,ତହସିଲ୍ ଦାର, ଧିରୋଜ ପାତ୍ର,ଗୋଷ୍ଟି ଉନ୍ନୟନ ଅଧିକାରୀ ପ୍ରୀତିରଞ୍ଜନ ରଥ, ପୂର୍ବତନ ବାଚସ୍ପତି ସାଲୁଗା ପ୍ରଧାନ,ଦାରିଙ୍ଗବାଡି ବ୍ଲକ୍ କଂଗ୍ରେସ ସଭାପତି ଯିରିମିୟ ପ୍ରଧାନ,ଏପରି ଦାରିଙ୍ଗବାଡିର ସରକାରୀ ଅଧିକାରି ମାନେ ଉପସ୍ଥିତ ଥିଲେ I ସୁରକ୍ଷା କଡ଼ାକଡ଼ି କରିବା ପାଇଁ IIC ସଂଗ୍ରାମ କେଶରୀ ଜେନାଙ୍କ ନେତୃତ୍ୱରେ ପୋଲିସ ପ୍ରଶାସନ ମୁତୟନ ଥିଲେ I ଏଥର ଏହି ଇକୋ ରିଟ୍ରିଟ୍ ତିନି ମାସ ପାଈଁ ଖୋଲା ରହିବ ବୋଲି ଉପ ଜିଲ୍ଲାପାଳ ପ୍ରାଣୀତା ଦାସ କହିଛନ୍ତି Iକିନ୍ତୁ ଏବେ ଠାରୁ ଇକୋ ରିଟ୍ରିଟରେ ରହିବା ଲାଗି ପର୍ଯ୍ୟଟକ ଆଗୁଆ ବୁକିଂ କରୁଥିବା ଜଣାପଡିଛି I ଦାରିଙ୍ଗବାଡି ହିଲ ଭିୟୁ ପାର୍କ ନିକଟ ପାହାଡ ଉପରେ ଏହି ଇକୋ ରିଟ୍ରିଟ ଆୟୋଜନ ହେଉଛି । ଯାହାକି ପ୍ରକୃତି କୋଳରେ ରହି ପର୍ଯ୍ୟଟକ ଶୀତର ମଜା ଉଠାଇବେ ! ଦୂରଦୁରାନ୍ତରୁ ଦାରିଙ୍ଗବାଡି ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ପଞ୍ଚ ତାରକା ହୋଟେଲରେ ମିଳୁଥୁବା ଭଳି ଆନୁସଙ୍ଗିକ ସୁବିଧା ଏହି ଇକୋ ରିଟ୍ରିଟରେ ଯୋଗାଇ ଦେବା ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି ।ଦାରିଙ୍ଗବାଡି ଇକୋ-ରିଟ୍ରିଟକୁ ଭବ୍ୟ ଆଉ ବିଳାସପୂର୍ଣ୍ଣ କରିବା ଲାଗି ଆୟୋଜକଙ୍କ ପକ୍ଷରୁ ସ୍ଵତନ୍ତ୍ର ଦୃଷ୍ଟି ଦିଆଯାଉଛି । ବିଳାସପୂର୍ଣ୍ଣ ତମ୍ଭୁ ତଳେ ପର୍ଯ୍ୟଟକ ରହିବା ସହ ବିଭିନ୍ନ ପ୍ରକାରର ସ୍ଵାସଦୁ ବ୍ୟଞ୍ଚନ ସେମାନଙ୍କୁ ପରସା ଯିବ I ଡିଲକ୍ସ ଓ ପ୍ରିମିୟମ ଭଳି ଇକୋ ରିଟ୍ରିଟ ପରିସରରେ ୨୮ ଗୋଟି ତମ୍ବୁ ନିର୍ମାଣ କରାଯାଇଛି । ଯେଉଁ ପର୍ଯ୍ୟଟକ ସେଠାରେ ରାତ୍ରି ଯାପନ କରିବା ଲାଗି ଇଚ୍ଛା ପ୍ରକାଶ କରିବେ ତାଙ୍କୁ ୭ ହଜାରରୁ ନେଇ ୧୧ ହଜାର ଟଙ୍କା ପର୍ଯ୍ୟନ୍ତ ଦେୟ ଦେବାକୁ ପଡିବ । ସେହି ଟଙ୍କାରେ ରେ ପର୍ଯ୍ୟଟକଙ୍କ ରହିବା, ଖାଇବା, ବୁଲିବା ଓ ବିଭିନ୍ନ ପ୍ରକାର ସୁବିଧା ଉପଲବ୍ଧ ରହିଛି ବୋଲି ଜଣାପଡିଛି । ଏହା ନଭେମ୍ବର ୧୫ରୁ ଆରମ୍ଭ ହୋଇ ଏପ୍ରିଲ ମାସ ଯାଏ ଚାଲିବ ବୋଲି ସୂଚନା ରହିଛି।ଦେଶ ତଥା ଦେଶ ବାହାରୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଉନ୍ନତ ମାନର ଭିଭିଭୂମି ଯୋଗାଇ ଦେବା ଏବଂ ଓଡିଶା ପର୍ଯ୍ୟଟନ ଶିଳ୍ପକୁ ଆଗୁକୁ ନେବା ଏହି ଇକୋ ରିଟ୍ରିଟର ମୂଳ ଲକ୍ଷ୍ୟ ବୋଲି ଜଣାପଡିଛି । ଇକୋ -ରିଟ୍ରିଟ ସଜେଇ ହେଉଥିବା ଯୋଗୁ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଏବେ ଠାରୁ ଚଳଚଞ୍ଚଳ ହୋଇ ଉଠିଲାଣି। ପର୍ଯ୍ୟଟକଙ୍କ ଆଗମନରେ ଦାରିଙ୍ଗବାଡିର ପ୍ରକୃତି ରାଣୀ ସତେ ସତେ ଯେମିତି ସଜେଇ ହେବା ସହ ସମ ସମସ୍ତଙ୍କୁ ଏବେ ଠାରୁ ହାତ ଠାରି ଡାକୁଛି I ଏମିତି କି କି ଦାରିଙ୍ଗବାଡି ବ୍ଲକ ପ୍ରଶାସନ ମଧ୍ୟ ପର୍ଯ୍ୟଟକଙ୍କ ଲାଗି ସମସ୍ତ ପର୍ଯ୍ୟଟନ ସ୍ଥଳରେ ଶୌଚାଳୟ ପିଇବା ପାଣି ପାଣି ଆଦି ବ୍ୟବସ୍ଥା କରାଯାଇଥିବା ଜଣାପଡିଛି I ଯେଉଁ ମାନେ ପର୍ଯ୍ୟଟନ ଋତୁରେ ଦାରିଙ୍ଗବାଡି ବୁଲିବାକୁ ଆସୁଛନ୍ତି, ସେମାନଙ୍କୁ ବ୍ଲକ ପ୍ରଶାସନ ତରଫରୁ ସ୍ଵାଗତ ଜଣାଇବା ସହ ଏଠାକାର ସୁନ୍ଦର ଶୋଭରାଜିକୁ ଉପଭୋଗ କରନ୍ତୁ ବୋଲି ଯୁବ ଗୋଷ୍ଟି ଉନ୍ନୟନ ଅଧିକାରୀ ପ୍ରୀତିରଞ୍ଜନ ରଥ କହିଛନ୍ତି । ପର୍ଯ୍ୟଟକ ହେଉଛନ୍ତି ଆମର ଅତିଥୁ, ସେମାନଙ୍କ ସହିତ କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ସବୁବେଳେ ସାଥ୍ରେ ରହିଛି ବୋଲି ମଧ୍ୟ ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ପ୍ରୀତିରଞ୍ଜନ ରଥ କହିଛନ୍ତି
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0