ଖରିଆର ରୋଡ୍‌ ସହରାଞ୍ଚଳ ଜଳଯୋଗାଣ କାର୍ଯ୍ୟାଳୟ ପରିସରରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ

Sep 17, 2026 - 20:03
 0  6
ଖରିଆର ରୋଡ୍‌ ସହରାଞ୍ଚଳ ଜଳଯୋଗାଣ କାର୍ଯ୍ୟାଳୟ ପରିସରରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ

ନୂଆପଡା : ଖରିଆର ରୋଡ୍‌ ସହରାଞ୍ଚଳ ଜଳଯୋଗାଣ କାର୍ଯ୍ୟାଳୟ ପରିସରରେ ପବିତ୍ର ପରିବେଶ ମଧ୍ୟରେ ଭଗବାନ ବିଶ୍ୱକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କାର୍ଯ୍ୟାଳୟ ପରିସରକୁ ସୁସଜ୍ଜିତ କରାଯାଇଥିବା ବେଳେ କର୍ମଚାରୀମାନେ ଶ୍ରଦ୍ଧା ଓ ଭକ୍ତିର ସହିତ ପୂଜାର୍ଚ୍ଚନା କରିଥିଲେ। ପୂଜା କାର୍ଯ୍ୟକ୍ରମରେ ପଣ୍ଡିତ ବସନ୍ତ ମହାରାଜ ପୌରୋହିତ୍ୟ କରିଥିବା ବେଳେ ଯଜମାନ ରଞ୍ଜନ ଜୋଶୀ ବିଧିବିଧାନ ଅନୁଯାୟୀ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ଏହି ପୂଜା କାର୍ଯ୍ୟକ୍ରମରେ ସହକାରୀ ଯନ୍ତ୍ରୀ ଅଶୋକ କୁମାର ବେହେରା, ଜଗନ୍ନାଥ ପାଣିଗ୍ରାହୀ, ଅଜୟ ଯାଦବ, ଦିବାକର ପୁଞ୍ଜି, ରାଜକୁମାର ସତନାମୀ, ରୁଷି ଚନ୍ଦ୍ରକlର, ପିଲାଲାଲ ସତନାମୀ, ପ୍ରଶାନ୍ତ ପୁଞ୍ଜି, ଶ୍ରୀରାମ କାଣ୍ଡ, ମୁକେଶ ବଘେଲ, ରାଜେଶ ଭୋଇ, ରୋହିତ ସଗରିଆ, ରେଖରାମ ଶବର, ବିକ୍ରମ ଭତ୍ରେ, ଦିଲେଶ୍ୱର ବେମାଲ ଓ ନରେଶ ରାଉତ ପ୍ରମୁଖ ଉପସ୍ଥିତଥିବାବେଳ ଜଳସାଥୀ କର୍ମଚାରୀ ପମି ନାୟକ, ପୂଜା ବେହେରା ଓ ଦ୍ରୌପଦୀ ଯାଦବ ମଧ୍ୟ ଉପସ୍ଥିତ ରହି ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ। ପଣ୍ଡିତ ଦ୍ୱାରା ପ୍ରଭୁଙ୍କ ମନ୍ତ୍ରୋଚ୍ଚାରଣ ଓ ଧାର୍ମିକ ରୀତିନୀତି ମଧ୍ୟରେ ପୂଜା କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏହି ଅବସରରେ ସମସ୍ତେ ଭଗବାନ ବିଶ୍ୱକର୍ମାଙ୍କ ଆଶୀର୍ବାଦ କାମନା କରିବା ସହ କାର୍ଯ୍ୟାଳୟର ସୁଖ, ସମୃଦ୍ଧି ଓ ସଫଳତା ପାଇଁ ପ୍ରାର୍ଥନା କରିଥିଲେ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ