ଉପାନ୍ତ ଅଂଚଳ ରେ ଷ୍ଟ୍ରବେରୀ ଚାଷ କରି ବେସ୍ ଅଞ୍ଚଳ ବାସୀଙ୍କ ଚାହିଦାକୁ ଓ ଚାଷୀମାନଙ୍କ ମନକୁ ମୋହିଛି

Jan 13, 2025 - 18:03
 0  9
1 / 1

1.

ଉପାନ୍ତ ଅଂଚଳ ରେ ଷ୍ଟ୍ରବେରୀ ଚାଷ କରି ବେସ୍ ଅଞ୍ଚଳ ବାସୀଙ୍କ ଚାହିଦାକୁ ଓ ଚାଷୀମାନଙ୍କ ମନକୁ ମୋହିଛି।

     

 ରାୟଗଡା ଜ଼ିଲ୍ଲା ମୁନିଗୁଡା ବ୍ଲକ ର ପାତ୍ରଗୁଡା ପଞ୍ଚୟତରେ ଉପାନ୍ତ ପାହାଡି ଇଲାକାରେ ଷ୍ଟ୍ରବେରୀ ଚାଷ ଖୁବ ଆକର୍ଷଣୀୟ ପାଲଟିଛି l ଧାନ ମାଣ୍ଡିଆ ସୋରିଷ କପା ରାଶି ଅଳସୀ ସୂର୍ଯ୍ୟମୁଖୀ 

ଚାଷ କରିବା ପରେ, ଏବେ ଉପାନ୍ତ ଅଞ୍ଚଳରେ ଚାଷୀ ଅଧିକ ଅର୍ଥ ଉପାର୍ଜନ ପାଇଁ ଷ୍ଟ୍ରବେରୀ ଚାଷ ପାଇଁ ମନ ବଳେଇଛନ୍ତି l

ବଣ ପାହାଡ଼ ଘେରା ଏଇ ଅଞ୍ଚଳ ପାଇଁ ଷ୍ଟ୍ରବେରୀ ଫଳ ଭଳି ଏକ ସ୍ବପ୍ନକୁ , ମାତ୍ର ବାସ୍ତବରେ ତାହା କରିଦେଖେଇଛନ୍ତି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ପାତ୍ର ଗୁଡା ଗ୍ରାମ ପଞ୍ଚାୟତର ଚାଷୀ    

ଚକ୍ରଧର ଶତପଥୀ l ପ୍ରଚୁର ପରିମାଣ ର  

ଭିଟାମିନ ଓ ମୀନାରାଲସ ରେ ଭରପୁର ଷ୍ଟ୍ରବେରୀ ର ଆକର୍ଷଣୀୟ ସୁନ୍ଦରତା ଓ ସ୍ୱାଦ ଚାଖିଛନ୍ତି ଅଂଚଳବାସୀ l ଚାଷ ଓ ଚାଷୀ ର ଉନ୍ନତି ରେ ଦେଶ ର ପ୍ରଗତି କୁହାଯାଏ l ବାସ୍ତବରେ ଏଠିକାର ଜଳ ବାୟ,ଭୂମିର ଆର୍ଦ୍ରତା ଆଦି ଷ୍ଟ୍ରବେରୀ ଚାଷ ପାଇଁ ସମ୍ପୂର୍ଣ ଅନୁକୂଳ ନ ଥିଲେ ମଧ୍ୟ ,ବୈଜ୍ଞାନିକ ଉପାୟ ପ୍ରୟୋଗ କରି ଚାଷୀ ବହୁ କଷ୍ଟ ରେ ଫଳ ଆମଦାନୀ କରୁଛି l

ଛୋଟ ଶିଶୁ ଟିଏ ପାଳିଲା ଭଳି ଷ୍ଟ୍ରବେରୀ ଚାରା ର ଯତ୍ନ ନେଇ ଫଳ ଉତ୍ପାଦନ କରାଯାଉଛି l ବିକ୍ରିପାଇଁ ସୁଦୂର ଭୁବନେଶ୍ୱର ତଥା ବ୍ରହ୍ମପୁର ବିସାଖପାଟଣା ର ହୋଲସେଲ ମାଲିକ ଙ୍କୁ ସ୍ୱଳ୍ପ ମୂଲ୍ୟ ରେ ରାପ୍ତାନୀ କରାଯାଉଛି l

ଯାହାକି ଚାଷୀ ଉଚିତ ମୂଲ୍ୟ ପାଇ ପାରୁନାହିଁ l ଆମର ଫାଷ୍ଟ ନିଉଜ୍ ଓଡ଼ିଶା ଚାନାଲ ରାୟଗଡ଼ା ଜିଲ୍ଲା ପ୍ରତିନିଧି ଉକ୍ତ ଚାଷୀ ଙ୍କ ପାଖରେ ଯାଇ ପହଞ୍ଚିବା ପରେ ଚାଷୀ ଙ୍କ ଶିଧା ସଲଖ ପ୍ରତିକ୍ରିୟା ନେଇଥିଲୁ ।ଚାଷୀ କହିଛନ୍ତି 

ଏହାର ବିକ୍ରି ପାଇଁ ସରକାର କୌଣସି ପଦକ୍ଷେପ ଗ୍ରହଣ କଲେ ଉପାନ୍ତ ଅଂଚଳ ର ଏଇ ଚାଷୀ ମାନେ ତାଙ୍କ କଠିନ ପରିଶ୍ରମ ର ମୂଲ୍ୟ ପାଇପାରନ୍ତେ ,ଓ ଉପାନ୍ତ ଅଞ୍ଚଳର ଏଇ ଚାଷୀ ମାନେ ଅଧିକ ରୁ ଅଧିକ ଚାଷ କରି ନିଜେ ଲାଭବାନ ହେବା ସହ, ଅର୍ଥନୀତି କୁ ସୁଦୃଢ କରିବାକୁ 

ଅଧିକ ମନ ବଳାଇଛନ୍ତି ବୋଲି l ଶ୍ରୀ ଚକ୍ରଧର ସତପଥୀ ପ୍ରକାଶିତ କରିଛନ୍ତି। 

ରାୟଗଡ଼ା ଜିଲ୍ଲା ରୁ ସଞ୍ଜୟ କୁମାର ନାଗଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ